IND vs AUS: ଲାଇଭ୍ ମ୍ୟାଚରେ କୋହଲିଙ୍କ ସହ ଦୁର୍ବ୍ୟବହାର କଲେ ପାଣ୍ଡ୍ୟା, ଅଧିନାୟକ ହେବା ପରେ ବଢ଼ିଚାଲିଛି ଗର୍ବ ଅହଂକାର! ଦେଖନ୍ତୁ ଭିଡିଓ
Advertisement

IND vs AUS: ଲାଇଭ୍ ମ୍ୟାଚରେ କୋହଲିଙ୍କ ସହ ଦୁର୍ବ୍ୟବହାର କଲେ ପାଣ୍ଡ୍ୟା, ଅଧିନାୟକ ହେବା ପରେ ବଢ଼ିଚାଲିଛି ଗର୍ବ ଅହଂକାର! ଦେଖନ୍ତୁ ଭିଡିଓ

India vs Australia 1st ODI:  ପାରିବାରିକ କାରଣରୁ ରୋହିତ ଶର୍ମା ଏହି ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ଏଭଳି ପରିସ୍ଥିତିରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ଦଳର କମାଣ ରହିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେହେତୁ ସମସ୍ତେ ଜାଣନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିବାଦ ଏକାଠି ସାଙ୍ଗ ହୋଇ ଚାଲନ୍ତି । ଏହି ମ୍ୟାଚରେ ସେ ପୁଣି ଥରେ ବିରାଟ କୋହଲି (Virat Kohli) ଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । 

IND vs AUS: ଲାଇଭ୍ ମ୍ୟାଚରେ କୋହଲିଙ୍କ ସହ ଦୁର୍ବ୍ୟବହାର କଲେ ପାଣ୍ଡ୍ୟା, ଅଧିନାୟକ ହେବା ପରେ ବଢ଼ିଚାଲିଛି ଗର୍ବ ଅହଂକାର! ଦେଖନ୍ତୁ ଭିଡିଓ

India vs Australia 1st ODI: ଭାରତୀୟ ଦଳ (Indian Cricket Team) ମୁମ୍ବାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ (IND vs AUS ODI Series) ର ପ୍ରଥମ ମ୍ୟାଚ୍ ଖେଳିଛି । ଏହି ମ୍ୟାଚ (IND vs AUS 1st ODI Match) କୁ ଟିମ୍ ଇଣ୍ଡିଆ (Team India) ୫ ୱିକେଟରେ ଜିତିଛି । ପାରିବାରିକ କାରଣରୁ ରୋହିତ ଶର୍ମା (Rohit Sharma) ଏହି ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ଏଭଳି ପରିସ୍ଥିତିରେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ହାତରେ ଦଳର କମାଣ ରହିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଯେହେତୁ ସମସ୍ତେ ଜାଣନ୍ତି ଯେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିବାଦ ଏକାଠି ସାଙ୍ଗ ହୋଇ ଚାଲନ୍ତି । ଏହି ମ୍ୟାଚରେ ସେ ପୁଣି ଥରେ ବିରାଟ କୋହଲି (Virat Kohli) ଙ୍କ ସହ ଦୁର୍ବ୍ୟବହାର କରିଛନ୍ତି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଭାରତ ଓ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚ (India vs Australia 1st ODI) ର ୨୧ ତମ ଓଭର । ଜୋସ୍ ଇଂଲିସ୍ ବର୍ତ୍ତମାନ କ୍ରିଜରେ ଅବତରଣ କରିଥିଲେ । ବଲ କୁଲଦୀପ ଯାଦବ (Kuldeep Yadav) ଙ୍କ ହାତରେ ଥିଲା ଓ ବିରାଟ କୋହଲି (Virat Kohli) ଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ତାଙ୍କ ନିକଟରେ ଠିଆ ହୋଇ ପିଲ୍ଡିଂ ସେଟ୍ କରୁଥିଲେ। ବିରାଟ କୋହଲି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କିଛି ପରାମର୍ଶ ଦେଇଥିଲେ । କିନ୍ତୁ ସେ ବିରାଟ କୋହଲିଙ୍କୁ ମଧ୍ୟ ଅଣଦେଖା କରିଥିଲେ । ନିଜ ଅନୁଯାୟୀ ଫିଲ୍ଡରକୁ ସେଟ୍ କରି ହାର୍ଦ୍ଦିକ ପାଣ୍ଡ୍ୟା ସେଠାରୁ ଚାଲିଗଲେ । ଏହା ପରେ ବିରାଟ କୋହଲି ମଧ୍ୟ କ୍ରୋଧିତ ଦେଖାଯାଉଥିଲେ ଓ କିଛି କହି ନିଜ ଫିଲ୍ଡିଂ ପୋଜିଶନ୍ ଆଡ଼କୁ ଚାଲିଗଲେ ।

ସୂଚନାଯେୋଗ୍ୟ, ଦୀର୍ଘ ଦିନ ଧରି ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଓ ବିରାଟ କୋହଲି (Virat Kohli) ଙ୍କ ମଧ୍ୟରେ ମତଭେଦ ଖବର ଆସୁଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉଭୟଙ୍କ ମଧ୍ୟରେ ତିକ୍ତତା ମଧ୍ୟ ଦେଖିବାକୁ ମିଳିଥିଲା । ଗୁଆହାଟୀ ମ୍ୟାଚରେ ଦୁଇ ରନ୍ ସହଜରେ ଦୃଶ୍ୟମାନ ହେଉଥିଲା । କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା ବିରାଟ କୋହଲିଙ୍କୁ ରନ୍ ନେବାକୁ ମନା କରିଦେଇଥିଲେ । କୋହଲି ଅଧା ପିଚକୁ ଆସିଯାଇଥିଲେ । କ୍ରିଜକୁ ଫେରିବା ପରେ ବିରାଟ ହାର୍ଦ୍ଦିକଙ୍କୁ ଆଖି ଦେଖାଇବା ଆରମ୍ଭ କରିଥିଲେ ।

ଗୁଆହାଟୀରେ ଅନୁଷ୍ଠିତ ମ୍ୟାଚ୍ ପରେ କୋଲକାତାରେ ଭାରତ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା ସମସ୍ତ ଖେଳାଳିଙ୍କ ସହ ହାତ ମିଳାଇଥିଲେ । କିନ୍ତୁ ବିରାଟ କୋହଲିଙ୍କୁ ଅଣଦେଖା କରିଥିଲେ । ଏହା ପରେ ଉଭୟ ଖେଳାଳିଙ୍କ ମଧ୍ୟରେ ବିବାଦର ଖବର ଆସିବାକୁ ଲାଗିଲା । ଏବେ ପୁଣି ଥରେ ସମାନ ଘଟଣା ସାମ୍ନାକୁ ଆସୁଛି ।

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ODI ସିରିଜରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି

ଅଧିକ ପଢ଼ନ୍ତୁ-ମ୍ୟାଚ ଜିତିବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଖୁସିରେ ଗଦଗଦ, ଏହି ଖେଳାଳିଙ୍କୁ କହିଲେ ଦଳର ସବୁଠାରୁ ବଡ଼ ହିରୋ

ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆର ଏହି ଦୁଇ ଖେଳାଳିଙ୍କ କ୍ୟାରିୟର ହେଲା ଶେଷ! BCCI ହଠାତ୍ ଦଳରୁ କଲା ବାହାର

ଏଠାରେ କହି ରଖୁଛୁ ଯେ, ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ମୁମ୍ବାଇ ODI ରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦଳ ୩୫.୪ ଓଭରରେ ୧୮୮ ରନ୍ ସଂଗ୍ରହ କରିଥିଲା । ଟିମ୍ ଇଣ୍ଡିଆ ପାଇଁ ମହମ୍ମଦ ସିରାଜ ଓ ମହମ୍ମଦ ଶାମି ୩-୩ ୱିକେଟ୍ ନେଇଥିବାବେଳେ ରବିନ୍ଦ୍ର ଜାଡେଜା ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା-କୁଲଦୀପ ଯାଦବ ୧-୧ ୱିକେଟ୍ ନେଇଛନ୍ତି ।