Iftikhar Ahmed: ତୁଫାନୀ ବ୍ୟାଟିଂ! ଗୋଟିଏ ଓଭରରେ ୬ଟି ଛକା ଲଗାଇଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ Video
Advertisement

Iftikhar Ahmed: ତୁଫାନୀ ବ୍ୟାଟିଂ! ଗୋଟିଏ ଓଭରରେ ୬ଟି ଛକା ଲଗାଇଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ Video

Iftikhar Ahmed: ରବିବାର ଖେଳାଯାଇଥିବା ପିଏସଏଲ ମ୍ୟାଚରେ ଇଫ୍ତିହାର ଅହମ୍ମଦ ୱାହାବ ରିଆଜଙ୍କ ଓଭରରେ ୬ଟି ଛକା ମାରିଛନ୍ତି । ପେଶାୱାର ଜଲମି ବିପକ୍ଷରେ କ୍ୱେଟା ଗ୍ଲାଡିଏଟର ପାଇଁ ଖେଳୁଥିବା ବେଳେ ଇଫ୍ତିହାର ଅହମ୍ମଦ ୨୦ ତମ ଓଭରରେ ୩୬ ରନ୍ ସଂଗ୍ରହ କରିଛନ୍ତି ।

Iftikhar Ahmed: ତୁଫାନୀ ବ୍ୟାଟିଂ! ଗୋଟିଏ ଓଭରରେ ୬ଟି ଛକା ଲଗାଇଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍, ଦେଖନ୍ତୁ Video

Iftikhar Ahmed: ପାକିସ୍ତାନ ସୁପର ଲିଗ୍ (PSL) ଆଜି (ରବିବାର) ଅର୍ଥାତ ଫେବୃଆରୀ ୫ରୁ ଆରମ୍ଭ ହୋଇଛି । ପିଏସଏଲ ଲିଗର ପ୍ରଥମ ଦିନରେ ଉଦ୍‌ଘାଟନୀ ମ୍ୟାଚରେ ଇଫ୍ଟିଖର ଅହମ୍ମଦ ନିଜ ବ୍ୟାଟିଂରୁ ଧମାକା କରିଛନ୍ତି । ରବିବାର ଖେଳାଯାଇଥିବା ପିଏସଏଲ ମ୍ୟାଚରେ ଇଫ୍ତିହାର ଅହମ୍ମଦ (Iftikhar Ahmed) ୱାହାବ ରିଆଜ (Wahab Riaz) ଙ୍କ ଓଭରରେ ୬ଟି ଛକା ମାରିଛନ୍ତି । ପେଶାୱାର ଜଲମି (Peshawar Zalmi) ବିପକ୍ଷରେ କ୍ୱେଟା ଗ୍ଲାଡିଏଟର (Quetta Gladiators) ପାଇଁ ଖେଳୁଥିବା ବେଳେ ଇଫ୍ତିହାର ଅହମ୍ମଦ ୨୦ ତମ ଓଭରରେ ୩୬ ରନ୍ ସଂଗ୍ରହ କରିଛନ୍ତି ।

ପେଶାୱାର ଜଲମି  ଅଧିନାୟକ (Peshawar Zalmi Captain) ବାବର ଆଜାମ (Babar Azam) ଟସ୍ ଜିତି ସରଫରାଜ ଅହମ୍ମଦଙ୍କ କ୍ୱେଟା ଗ୍ଲାଡିଏଟର୍ସ ବିପକ୍ଷରେ ଫିଲ୍ଡ କରିବାକୁ ନିଷ୍ପତ୍ତି ନେଇଥିଲେ । କ୍ୱେଟା ଗ୍ଲାଡିଏଟର୍ସ ସେମାନଙ୍କ ନିର୍ଦ୍ଧାରିତ ୨୦ ଓଭରରେ ମୋଟ ୧୮୪ ରନ୍ ସ୍କୋର କରିଛି । ଏହି ୧୮୪ ରନ୍ ମଧ୍ୟରୁ ୱାହାବ ରିଆଜଙ୍କ ଶେଷ ଓଭରରେ ୩୬ ରନ୍ ଆସିଥିଲା ।​| ଇଫ୍ତିଖର ଅହମ୍ମଦ (Iftikhar Ahmed) ପଡ଼ିଆରେ ଚାରିଆଡେ ସଟ୍ ଖେଳି ୫୦ ବଲରେ ଅପରାଜିତ ୯୪ ରନର ଇନିଂସ ଖେଳିଛନ୍ତି ।

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ଭାରତକୁ ଧମକ ଦେଲା ପାକିସ୍ତାନ!

ଅଧିକ ପଢ଼ନ୍ତୁ:-କୁମ୍ଭରେ ଶନି ଅସ୍ତ ହେବାରୁ ଏସବୁ ଲୋକଙ୍କ ଜୀବନରେ ମାଡ଼ି ଆସୁଛି ବିପଦ, ଆସନ୍ତା ୩୨ ଦିନ ରହିବ ଭାରୀ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ଏତେ ପ୍ରତିଶତ ବଢ଼ିବାକୁ ଯାଉଛି ମହଙ୍ଗା ଭତ୍ତା

ଇଫ୍ତିଖର ଅହମ୍ମଦ (Iftikhar Ahmed) ତାଙ୍କର ଅର୍ଦ୍ଧଶତକ ପୂରଣ କରିବା ପାଇଁ ୪୨ ବଲର ସାମ୍ନା କରିଥିଲେ । ଏହା ପରେ ଇଫ୍ତିଖର ଅହମ୍ମଦ (Iftikhar Ahmed) ୱାହାବ ରିଆଜଙ୍କ ବିପକ୍ଷରେ ଆକ୍ରାମକ ବ୍ୟାଟିଂ କରି ଷ୍ଟ୍ରାଇକ୍ ରେଟ୍ ବୃଦ୍ଧି କରିଥିଲେ । ତାଙ୍କର ୬ଟି ଛକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇଫ୍ଟିଖର ଅହମ୍ମଦ ୱାହାବ ରିଆଜଙ୍କ ପ୍ରଥମ ବଲକୁ ସ୍କ୍ୱାୟର ଲେଗର କ୍ଷେତ୍ରରେ ଛକା ମାରିଥିଲେ । ଦ୍ୱିତୀୟ ଛକା ଷ୍ଟ୍ରେଟ୍ ଦିଗରେ । ଏହି କ୍ରମରେ ତୃତୀୟ ଛକା ବୋଲରଙ୍କ ମୁଣ୍ଡ ଉପରେ ମାରିଥିଲେ । ଚତୁର୍ଥ ବଲରେ କଭର ବାଉଣ୍ଡ୍ରୀ ଉପରେ ଛକା ମାରିଥିଲେ । ପଞ୍ଚମ ବଲରେ ଥର୍ଡ ମ୍ୟାନ୍ ରିଜନରେ ଛକା ମାରିଥିଲେ । ଶେଷ ତଥା ଷଷ୍ଠ ବଲରେ ଥର୍ଡ ମ୍ୟାନ୍ ବାଉଣ୍ଡ୍ରୀ ଉପରେ ଛକା ମାରିଥିଲେ ।

ଇଫ୍ତିଖର ଅହମ୍ମଦ (Iftikhar Ahmed) ଏହି ଉଦଘାଟନୀ ମ୍ୟାଚ୍ ପୂର୍ବରୁ ବାଂଲାଦେଶ ପ୍ରିମିୟର ଲିଗରେ ଫର୍ଚୁନ୍ ବରିଶାଲ ପାଇଁ ଖେଳିଥିଲେ । ସେ ଦଳ ପାଇଁ ୧୦ଟି ମ୍ୟାଚ୍ ଖେଳିଥିଲେ । ଏଥିରେ ୩୪୫ ରନ୍ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଶତକ ଓ 3 ଅର୍ଦ୍ଧ ଶତକ ସ୍କୋର କରିଥିଲେ । ଟୁର୍ଣ୍ଣାମେଣ୍ଟରେ ଇଫ୍ତିଖର ଅହମ୍ମଦ (Iftikhar Ahmed) ୧୬୧.୩୯ର ଆକର୍ଷଣୀୟ ଷ୍ଟ୍ରାଇକ୍ ରେଟରେ ବ୍ୟାଟିଂ କରିଥିଲେ ।