World Cup 2023 Timing: କେଉଁ ସମୟରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍? ଦିବାରାତ୍ରି ମ୍ୟାଚ୍ ସମୟରେ ହେଲା ପରିବର୍ତ୍ତନ
Advertisement

World Cup 2023 Timing: କେଉଁ ସମୟରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍? ଦିବାରାତ୍ରି ମ୍ୟାଚ୍ ସମୟରେ ହେଲା ପରିବର୍ତ୍ତନ

World Cup 2023 Timing: ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱକପ୍ ମ୍ୟାଚ୍ ଭାରତରେ ଖେଳାଯିବ । ଟିମ୍ ଇଣ୍ଡିଆ ନିଜର ଅଭିଯାନ ୫ଥର ବିଶ୍ୱ ଚାମ୍ପିୟନ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ । ବିଶ୍ୱକପରେ ଦିନିକିଆ ମ୍ୟାଚ୍ ସକାଳ ୧୦:୩୦ ରୁ ଖେଳାଯିବ । ଉଭୟ ସେମିଫାଇନାଲ ଓ ଫାଇନାଲ ପାଇଁ ଏକ ରିଜର୍ଭ ଡେ ରଖାଯାଇଛି ।

 

ସୌ: ସୋସିଆଲ ମିଡିଆ

ICC World Cup 2023 Schedule & Time Table: ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ (ICC World Cup 2023) ଟୁର୍ଣ୍ଣାମେଣ୍ଟ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଓ ରନର୍ସ ଅପ୍ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ ସହିତ ଆରମ୍ଭ ହେବ । ଏହି ମ୍ୟାଚ୍ ଅକ୍ଟୋବର ୨ ଅକ୍ଟୋବରରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ (Narendra Modi Stadium) ଖେଳାଯିବ । ଆଇସିସି ମଙ୍ଗଳବାର ଦିନ ଅକ୍ଟୋବର ଓ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର କାର୍ଯ୍ୟସୂଚୀ (World Cup 2023 Schedule) ଘୋଷଣା କରିଛି । ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇରେ ଓ ଦ୍ୱିତୀୟ ସେମିଫାଇନାଲ କୋଲକାତାରେ ଖେଳାଯିବ । ବିଶ୍ୱକପ୍‌ର ମ୍ୟାଚ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ । ଦିନିକିଆ ମ୍ୟାଚ୍ ସକାଳ ୧୦.୩୦ ରୁ ଅନୁଷ୍ଠିତ ହେବ, ଯେତେବେଳେ କି ଦିବାରାତ୍ରି ମ୍ୟାଚ୍ ସମୟକୁ ପରିବର୍ତ୍ତନ କରାଯାଇଛି ।

ଫାଇନୋଲ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦରେ (Ahmedabad) ଅନୁଷ୍ଠିତ ହେବ ଓ ୨୦ ନଭେମ୍ବର ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ସମସ୍ତ ତିନୋଟି ନକ୍ଆଉଟ୍ ମ୍ୟାଚ୍ ଦିବାରାତ୍ରି ହେବ । ସାଧାରଣତ ଦିବାରାତ୍ରି ମ୍ୟାଚ୍ ଭାରତରେ ୨.୩୦ ରୁ  ଖେଳାଯାଏ, କିନ୍ତୁ ଯେତେବେଳେ ବିଶ୍ୱକପ୍ ମ୍ୟାଚ୍ ଖେଳାଯିବ, ସେତେବେଳେ ଭାରତରେ ଥଣ୍ଡା ପଡିବା ଆରମ୍ଭ ହେବ । ଏଭଳି ପରିସ୍ଥିତିରେ ଦିବାରାତ୍ରି ମ୍ୟାଚ୍ ଅଧ ଘଣ୍ଟା ପୂର୍ବରୁ ଅର୍ଥାତ୍ ୨ଟାରୁ ଖେଳାଯିବ । ଆୟୋଜକ ଭାରତୀୟ ଦଳ ଚେନ୍ନାଇରେ-ଗତଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ବିପକ୍ଷରେ ୮ ଅକ୍ଟୋବରରେ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।

ସେମିଫାଇନାଲ ଓ ଫାଇନାଲ ପାଇଁ ରହିଛି ରିଜର୍ଭ ଡେ
ଉଭୟ ସେମିଫାଇନାଲ ଓ ବିଶ୍ୱକପ ଫାଇନାଲ ପାଇଁ ରିଜର୍ଭ ଡେ ରଖାଯାଇଛି । ଯଦି ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଦିନ ବର୍ଷା ହୁଏ, ତେବେ ରିଜର୍ଭ ଡେରେ ମ୍ୟାଚ୍ ଅନୁଷ୍ଠିତ ହେବ । ସମସ୍ତ ତିନୋଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପାଇଁ ଆଇସିସି ଏକ ରିଜର୍ଭ ଡେ ରଖିଛି । ବିଶ୍ୱକପ ୨୦୨୩ ର ପ୍ରଥମ ସେମିଫାଇନାଲ ୧୫ ନଭେମ୍ବରରେ ମୁମ୍ବାଇର ୱାନ୍ଖେଡେ ଷ୍ଟାଡିୟମରେ ଓ ଦ୍ୱିତୀୟ ସେମିଫାଇନାଲ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ । ଫାଇନାଲ ମ୍ୟାଚ୍ ୧୯ ନଭେମ୍ବରରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ ଓ ୨୦ ନଭେମ୍ବର ପାଇଁ ରିଜର୍ଭ ଡେ ରହିଛି । ସମସ୍ତ ତିନୋଟି ନକ୍ଆଉଟ୍ ମ୍ୟାଚ୍ ଦିବାରାତ୍ରି ହେବ ।

ପାକିସ୍ତାନର ସମସ୍ତ ଦାବିକୁ ପ୍ରତ୍ୟାଖ୍ୟାନ କରିଛି ବିସିସିଆଇ 
ଚେନ୍ନାଇ, ବାଙ୍ଗାଲୋର କିମ୍ବା କୋଲକାତାରେ ଭାରତ ବିପକ୍ଷରେ ମ୍ୟାଚ୍ କରିବାକୁ ପାକିସ୍ତାନ ଦାବି କରିଥିଲା, ଯାହା ବିସିସିଆଇ ଓ ଆଇସିସି ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି । ଏହି ବିଶ୍ୱକପରେ ୧୦ ଟି ଦଳ ଅଂଶଗ୍ରହଣ କରିବେ, ସେଥିମଧ୍ୟରୁ ୮ଟି ଆଇସିସି କ୍ରିକେଟ୍ ବିଶ୍ୱକପ୍ ସୁପର ଲିଗ୍ ମାଧ୍ୟମରେ ଯୋଗ୍ୟତା ଅର୍ଜନ କରିଛି ଓ ଅବଶିଷ୍ଟ ଦୁଇଟି ଜିମ୍ବାୱେରେ ଚାଲିଥିବା ଯୋଗ୍ୟତା ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ବିଶ୍ୱକପରେ ପହଞ୍ଚିବେ ।

ଏହା ବି ପଢ଼ନ୍ତୁ: Dale Steyn Birthday: ଷ୍ଟେନଙ୍କ ନାମ ଶୁଣିଲେ ଥରି ଉଠୁଥିଲେ ବ୍ୟାଟ୍ସମ୍ୟାନ୍; କିନ୍ତୁ ଭାରତର ଏହି ଖେଳାଳି ତାଙ୍କୁ ନିର୍ଦ୍ଧୁମ ପିଟିଥିଲେ

ଏହା ବି ପଢନ୍ତୁ: KL Rahul: ଭାରତୀୟ ପ୍ରଶଂସକଙ୍କ ପାଇଁ ଖରାପ ଖବର! ଏସିଆ କପରୁ ବାଦ ପଡିପାରନ୍ତି ଏହି ଖତରନାକ ବ୍ୟାଟ୍ସମ୍ୟାନ୍