ICC Men's T20 World Cup: ବିଶ୍ବକପକୁ ନେଇ ପାକିସ୍ତାନର ବଡ଼ ଆରୋପ: ଭାରତରେ ପ୍ରତିଦିନ ଦଙ୍ଗା, ଆମ ଖେଳାଳି...
Advertisement
Article Detail0/zeeodisha/odisha1773436

ICC Men's T20 World Cup: ବିଶ୍ବକପକୁ ନେଇ ପାକିସ୍ତାନର ବଡ଼ ଆରୋପ: ଭାରତରେ ପ୍ରତିଦିନ ଦଙ୍ଗା, ଆମ ଖେଳାଳି...

ICC Men's T20 World Cup: ଏହା ପୂର୍ବରୁ ପାକିସ୍ଥାନ ଭାରତ ଆସିବା ନେଇ ବିବାଦ ଦେଖା ଦେଇଛି। ଭାରତରେ ନିଜ ଖେଳାଳିମାନଙ୍କ ସୁରକ୍ଷା ନେଇ ପାକିସ୍ଥାନ ପ୍ରଶ୍ନ ଉଠାଇଛି। ତେବେ ପାକିସ୍ଥାନ ଏଥିରେ ଭାଗ ନେବ କି ନାହିଁ ସେଥି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଆଜି ଆଜିଠାରୁ ଆଇସିସିର ବାର୍ଷିକ ବୈଠକ ଡର୍ବାନରେ ଅନୁଷ୍ଠିତ ହେବାକୁ ଯାଉଛି। 

ସୌ(ସୋସିଆଲ ମିଡିଆ)

ICC Men's T20 World Cup: ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ଆଇସିସି ପକ୍ଷରୁ ଭାରତରେ ଦିନିକିଆ ବିଶ୍ୱକପ୍‌ (ICC Men's T20 World Cup)  ଆୟୋଜନ କରାଯାଉଛି। ଇତି ମଧ୍ୟରେ ଖେଳସୂଚୀ ମଧ୍ୟ ଜାରି କରାଯାଛି। ଜାରି ହୋଇଥିବା ଖେଳସୂଚୀ ଅନୁସାରେ ଅକ୍ଟୋବର ୧୫ ତାରିଖରେ ଭାରତ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ଥାନ ସହିତ ମଇଦାନରେ ମୁହାଁମୁହିଁ ହେବେ (Ind vs pak world cup 2023) । ତେବେ ଏହା ପୂର୍ବରୁ ପାକିସ୍ଥାନ ଭାରତ ଆସିବା ନେଇ ବିବାଦ ଦେଖା ଦେଇଛି। ଭାରତରେ ନିଜ ଖେଳାଳିମାନଙ୍କ ସୁରକ୍ଷା ନେଇ ପାକିସ୍ଥାନ ପ୍ରଶ୍ନ ଉଠାଇଛି। ତେବେ ପାକିସ୍ଥାନ ଏଥିରେ ଭାଗ ନେବ କି ନାହିଁ ସେଥି ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଆଜି ଆଜିଠାରୁ ଆଇସିସିର ବାର୍ଷିକ ବୈଠକ ଡର୍ବାନରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ବିଶ୍ୱକପ ବିବାଦକୁ ନେଇ ଏକ ଆଲୋଚନା ହୋଇପାରେ।

 ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ପାକିସ୍ଥାନର କ୍ରିକେଟ ଦଳ ଭାରତ ଆସିବ ନା ନାହିଁ ଏନେଇ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ (Shehbaz Sharif) ଓ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା। ଏଥିରେ ପାକ୍‌ର କ୍ରୀଡା ମନ୍ତ୍ରୀ ଏହସାନ ମଜାରୀ ମଧ୍ୟ ଯୋଗ ଦେଇଥିଲେ। ବିଭିନ୍ନ ଦିଗକୁ ଅନୁଧ୍ୟାନ ଓ ସମୀକ୍ଷା ପରେ ପାକ୍ ଖେଳାଳିମାନେ ଭାରତ ଆସିବେ ନା ନାହିଁ ସେ ସମ୍ପର୍କରେ ଏହି କମିଟି ନିଷ୍ପତ୍ତି ନେବ। ତେବେ ପାକିସ୍ଥାନର କହିବା ଅନୁସାରେ, ଭାରତରେ ଏବେ ନିୟମିତ ଭାବରେ ଦଙ୍ଗା ବଢି ଚାଲିଛି। ଏପରି ପରିସ୍ଥିତିରେ ପାକ୍‌ ସରକାର ନିଜ ଖେଳାଳିମାନଙ୍କୁ ଭାରତ ପଠାଇବା ପାଇଁ ଅମଙ୍ଗ ହେଉଛନ୍ତି। ଏସିଆ କପ୍ ସମ୍ବନ୍ଧରେ ପ୍ରଶ୍ନ ଉଠାଇ ପାକ୍‌ର କ୍ରୀଡା ମନ୍ତ୍ରୀ ଏହସାନ ମଜାରୀ (Ehsaan Mazari) ଭାରତକୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ସବୁବେଳେ ପାକିସ୍ଥାନରେ ନିଜ ଖେଳାଳିଙ୍କର ସୁରକ୍ଷା ପାଇଁ ବିବାଦ ଉଠାଇଛି। ଏସିଆ କପ୍‌ରେ ଅନ୍ୟ ସବୁ ଦେଶ ପାକିସ୍ଥାନକୁ ଖେଳିବା ପାଇଁ ଆସୁଥିବା ବେଳେ କେବଳ ଭାରତକୁ ହିଁ ନିଜ ଖେଳାଳି ପଠାଇବା ପାଇଁ ଡ଼ରୁଛି । ଏହିପରି ସ୍ଥିତିରେ ଭାରତରେ ମଧ୍ୟ ପାକ୍ ଖେଳାଳିଙ୍କର ସୁରକ୍ଷାକୁ ନେଇ କ୍ରୀଡା ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି। ଏହାଛଡା ହାଇବ୍ରିଡ ମଡେଲରେ ବିଶ୍ୱକପ ଖେଳିବା ପାଇଁ ପାକ୍‌ ସରକାର ଇଚ୍ଛା ପ୍ରକାଶ କରିଛନ୍ତି। ବିଶ୍ୱକପ ଆରମ୍ଭ ହେବାକୁ ଆହୁରି ଅନେକ ସମୟ ବାକି ରହିଛି । ତେବେ ଭାରତ ଓ ପାକିସ୍ଥାନ ମ୍ୟାଚ ବିଶ୍ୱକପରେ ଅନେକ ଗୁରୁତ୍ୱ ବହନ କରୁଥିବାରୁ ଏହି ସମ୍ପର୍କରେ ଉପଯୁକ୍ତ ସମୀକ୍ଷା ପରେ ହିଁ ସଠିକ୍ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ଏହସାନ ମଜାରୀ କହିଛନ୍ତି। ବର୍ତ୍ତମାନ ପାକିସ୍ଥାନ କ୍ରିକେଟ ବୋର୍ଡର ସଂରକ୍ଷକ ଦେଶର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଅଛନ୍ତି। ତେବେ କେବଳ ପାକିସ୍ଥାନ ପାଇଁ ଯେପରି ବିଶ୍ୱକପ ପ୍ରଭାବିତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଶ୍ୱକପ୍‌ ଆଇସିସି ଦ୍ୱାରା ଆୟୋଜନ କରାଯାଉଥିବାରୁ ଏହାକୁ ପ୍ରତ୍ୟାଖ୍ୟାନ କଲେ ପାକିସ୍ଥାନ କ୍ରିକେଟ ବୋର୍ଡ଼(Pakistan cricket board) ଉପରେ ବ୍ୟାନ ଲାଗିପାରେ। ସେଥିପାଇଁ ପାକିସ୍ଥାନ କ୍ରିକେଟ ଟିମ ଭାରତ ଆସିବାକୁ ମନା କରୁଥିବା ବେଳେ ଏହା ସମ୍ଭବ ହେବାପରି ଦେଖାଯାଉନାହିଁ। ସୂଚନା ଅନୁସାରେ, ଚଳିତ ବର୍ଷ ଏସିଆ କପ୍‌ର (2023 Asia Cup 2023) ଦାୟିତ୍ୱ ପାକିସ୍ଥାନକୁ ମିଳିଛି। ସୁରକ୍ଷା ଦୃଷ୍ଟିରୁ ଭାରତୀୟ କ୍ରିକେଟ ଦଳ ପାକିସ୍ଥାନ ଯିବା ପାଇଁ ମନା କରିଦେବାରୁ ଖେଳ ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ। ଅଗଷ୍ଟ ମାସରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ର କିଛି ମ୍ୟାଚ ପାକିସ୍ଥାନରେ ଓ କିଛି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଭାରତର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି।