Ricky Ponting: ରିଷଭ ପନ୍ତଙ୍କୁ ନେଇ ଏଭଳି ବୟାନ ରଖିଲେ ରିକି ପଣ୍ଟିଂ, କହିଲେ...
Advertisement

Ricky Ponting: ରିଷଭ ପନ୍ତଙ୍କୁ ନେଇ ଏଭଳି ବୟାନ ରଖିଲେ ରିକି ପଣ୍ଟିଂ, କହିଲେ...

Ricky Ponting: ଗତ ୨୦୨୨ ଡିସେମ୍ବରରେ କାର ଦୁର୍ଘଟଣା ଜନିତ ଇଞ୍ଜୁରୀରୁ ସୁସ୍ଥ ହୋଇ ଭାରତୀୟ ୱିକେଟ୍ କିପର ଓ ବ୍ୟାଟର ରିଷଭ ପନ୍ତ ଚଳିତ ଆଇପିଏଲ ଜରିଆରେ ମଇଦାନକୁ ଫେରିଛନ୍ତି । ତେବେ ଦିଲ୍ଲୀ କ୍ୟାପିଟାଲର ମୁଖ୍ୟ କୋଚ୍ ରିକି ପଣ୍ଟିଂ ରିଷଭ ପନ୍ତଙ୍କୁ ନେଇ ଏକ ବୟାନ ଦେଇଛନ୍ତି ।

ପନ୍ତଙ୍କୁ ନେଇ ରିକି ପଣ୍ଟିଂ କହିଛନ୍ତି, ‘ଆସନ୍ତା ଜୁନରେ ହେବାକୁ ଥିବା ଟି-୨୦ ବିଶ୍ବକପ ଲାଗି ଦଳରେ ପନ୍ତଙ୍କୁ ସ୍ଥାନ ମିଳିବା ଉଚିତ୍’ । ସେ ଆଉ ମଧ୍ଯ କହିଛନ୍ତି, ‘ମୋ ମତରେ ପନ୍ତ ଗତ ୫ରୁ ୬ ବର୍ଷ ହେଲା ଯେଉଁ ଭଳି ଆଇପିଏଲରେ ଖେଳୁଥିଲେ ବର୍ତ୍ତମାନ ସେ ମଧ୍ଯ ସେହିଭଳି ଖେଳୁଛନ୍ତି । କିପର-ବ୍ୟାଟର ପାଇଁ ଭାରତୀୟ ଦଳ ନିକଟରେ ବର୍ତ୍ତମାନ ଇଶାନ କିଶନ, ସଞ୍ଜୁ ସାମସନ୍ ଓ ଲୋକେଶ ରାହୁଲଙ୍କ ଭଳି ଖେଳାଳି ଅଛନ୍ତି । ସେମାନେ ସମସ୍ତେ ଭଲ ଖେଳୁଛନ୍ତି । ଏବେ ଭାରାତୀୟ ଟିମ୍ ପାଖରେ ଅନେକ ବିକଳ୍ପ ରହିଛି । ଯଦି ମୁଁ ଟି-୨୦ ବିଶ୍ବକପ ଲାଗି ଭାରତୀୟ ଦଳ ବାଛିବି ତେବେ ମୁଁ ସପ୍ତାହରେ ପ୍ରତ୍ୟେକ ଦିନରେ ପନ୍ତଙ୍କୁ ମୋ ଦଳ ପାଇଁ ବାଛିବି’ ।

ସେ ଆଉ ମଧ୍ଯ କହିଛନ୍ତି, ‘ପନ୍ତ କ୍ରିକେଟକୁ ସମୂର୍ଣ୍ଣ ଷ୍ଟାଇଲରେ କମବ୍ୟାକ୍ କରିଛନ୍ତି । ମୁଁ ତାଙ୍କ ସହ ଗତ ଆଇପିଏଲରେ ଅନେକ ସମୟ ବିତାଇଥିଲେ । ମର୍ମନ୍ତୁଦ ଦୁର୍ଘଟଣା ପରେ ସେ ପୁଣିଥରେ କ୍ରିକେଟ ଖେଳିପାରିବେ କି ନାହିଁ ସେନେଇ ଆମର ଅନେକ ସଦସ୍ୟ ସହ ମୁଁ ମଧ୍ଯ ଚିନ୍ତିତ ଥିଲେ । ଏନେଇ ମୁଁ ମଧ୍ଯ ତାଙ୍କ ସହ କଥା ହୋଇଥିଲି । କିନ୍ତୁ ପନ୍ତଙ୍କ ମନରେ କୌଣସି ଦ୍ବନ୍ଦ୍ବ ନଥିଲା । ସେ ପୁଣି ଥରେ ମଇଦାନକୁ ଫେରିଛନ୍ତି । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ସେ ଯେଉଁ ଭଳି ବ୍ୟାଟିଂ କରୁଥିଲେ, ତାହା ତୁଳନାରେ ଖେଳାଳି ଗତ କିଛି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରିଛନ୍ତି’ ।