Hockey World Cup Ticket: କ୍ରିକେଟକୁ ପଛରେ ପକାଇଲା ହକି କ୍ରେଜ, ଗୋଟେ ଘଣ୍ଟାରେ କାଉଣ୍ଟର ସଫା
Advertisement
Article Detail0/zeeodisha/odisha1492804

Hockey World Cup Ticket: କ୍ରିକେଟକୁ ପଛରେ ପକାଇଲା ହକି କ୍ରେଜ, ଗୋଟେ ଘଣ୍ଟାରେ କାଉଣ୍ଟର ସଫା

Hockey World Cup Ticket Price: ଚଳିତ ହକି ବିଶ୍ବକପରେ ଭାରତ ଜାନୁଆରୀ ୧୩ ତାରିଖ ଠାରୁ ନିଜର ଅଭିଯାନ ଆରମ୍ଭ କରିବ। ସେହିପରି ୨୯ ଜାନୁଆରୀରେ ଭୁବନେଶ୍ୱରରେ କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୪୪ଟି ମ୍ୟାଚ୍ ମଧ୍ୟରୁ ମୋଟ ୨୪ ଟି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ବେଳେ ଅବଶିଷ୍ଟ ୨୦ଟି ମ୍ୟାଚ୍ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ । 

Hockey World Cup Ticket: କ୍ରିକେଟକୁ ପଛରେ ପକାଇଲା ହକି କ୍ରେଜ, ଗୋଟେ ଘଣ୍ଟାରେ କାଉଣ୍ଟର ସଫା

Hockey World Cup Ticket: ଆରମ୍ଭ ହୋଇଗଲା ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ କାଉଣ୍ଟ ଡାଉନ । ଆଜି ଉଭୟ ଷ୍ଟାଡିୟମରେ ଅଫ୍ ଲାଇନ୍ ଟିକେଟ ବିକ୍ରି ହୋଇଥିବା ବେଳେ ଲମ୍ବା ଲାଇନରେ ଅପେକ୍ଷା କରି ଟିକେଟ ହାତେଇଛନ୍ତି ହକି ଫ୍ୟାନ୍ସ। ଆସନ୍ତା ୨୦୨୩ ଜାନୁଆରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ନବ ନିର୍ମିତ ଭାରତର ସର୍ବ ବୃହତ୍ ହକି ଷ୍ଟାଡିୟମ୍ ବିଶ୍ରା ମୁଣ୍ଡା ରେ ହେବ ହକି ମହାକୁମ୍ଭ । ରାଜ୍ୟରେ ହେବାକୁ ଥିବା ବିଶ୍ୱକପ ପାଇଁ ପୂର୍ବରୁ ଆରମ୍ଭ ହୋଇଥିଲା ଅନ୍ ଲାଇନ୍ ଟିକେଟ ବିକ୍ରି। ତେବେ ଅଫ୍ ଲାଇନ୍ ଟିକେଟ ବିକ୍ରି ଆରମ୍ଭ ପରେ ଟିକେଟ କିଣିବାକୁ ରାଉରକେଲା ରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ। 

ଅନ୍ୟପଟେ ନିର୍ମାଣର ଶେଷ ପର୍ଯ୍ୟାୟ ରେ ଥିବା ୨୦ହଜାର ଦର୍ଶକ କ୍ଷମତା ବିଶିଷ୍ଟ ବିଶ୍ରା ମୁଣ୍ଡା ଷ୍ଟାଡିୟମ୍ କାର୍ଯ୍ୟ ସମୀକ୍ଷା କରିବାକୁ ସୋମବାର ରାଉରକେଲା ଆସି ଫେରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  । ତାଙ୍କ ସମେତ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିୟାନ୍, (VK Pandian) କ୍ରୀଡା ସଚିବ ଭିନିଲ୍ କ୍ରୀଷ୍ଣା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । ଏଥିସହିତ ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ମଧ୍ୟ ସମୀକ୍ଷା କରିଛନ୍ତି କର୍ତ୍ତୃପକ୍ଷ। ତେବେ ଦିନେ କି ଦୁଇ ଦିନ ଭିତରେ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । 

Also Read: FIH Hockey World Cup: ଆରମ୍ଭ ହେଲା ଟିକେଟ ବିକ୍ରି, ଜାଣନ୍ତୁ କେତେ ଅଛି Ticket Price

ଆସନ୍ତା ୨୪ ତାରିଖରୁ ଅଭ୍ୟାସ ମ୍ୟାଚ୍ ଖେଳାଯିବ ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିବା ବେଳେ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ରୁ ଉନ୍ନତ ରାଉରକେଲା ଷ୍ଟାଡିୟମ୍ ରେ ଭାରତ ମ୍ୟାଚ୍ (India Match) ର ସମସ୍ତ ୧୧ହଜାର ଅନଲାଇନ୍ ଟିକେଟ ବିକ୍ରି ହୋଇଯାଇଥିବା ବେଳେ ଅନ୍ୟ ସବୁ ମ୍ୟାଚ୍ ର ଅନଲାଇନ୍ ଏବଂ ଅଫ୍ ଲାଇନ୍ ଟିକେଟ ମିଳୁଥିବା ନେଇ ସୂଚନା ଦେଇଛନ୍ତି। ତେବେ ଗୋଟିଏ ଘଣ୍ଟା ଭିତରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରୁ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିଲା । ତେବେ ଲୋକଙ୍କ କ୍ରେଜ ଦେଖି ଖେଳାଳି ମାନେ ବି ଖୁବ ଉତ୍ସାହିତ। 

Also Read: ENG vs PAK: ଛୁଆଟା ଆଗରେ ଆଣ୍ଠୁ ମାଡ଼ି ବସିପଡ଼ିଲା ପୁରା ପାକିସ୍ତାନ ଟିମ, ହେଲା ବ୍ୟାଟିଂ ବିପର୍ଯ୍ୟୟର ଶିକାର

ଅଫଲାଇନ ଟିକେଟ ଭୁବନେଶ୍ୱର କଳିଙ୍ଗ ଷ୍ଟା଼ଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଉପଲବ୍ଧ ହୋଇଥିଲା । ମନ ପସନ୍ଦର ଟିକେଟ ପାଇବା ପାଇଁ ଭୋର ୪ଟାରୁ ଲୋକେ ଲମ୍ବାଧାଡ଼ି ଲଗାଇ ଛିଡ଼ା ହୋଇଥିଲେ। ଟିକେଟ କାଉଣ୍ଟରରେ (Ticket Counter) ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା । ଦିନ ସାଢ଼େ ୧୧ଟା ରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ରାତି ୭ ଟା ଯାଏଁ ଟିକେଟ ବିକ୍ରି ଚାଲିଥିଲା। ତେଣୁକରି ଭୋର ୪ଟା ରୁ ଉଭୟ ପୁରୁଷ ଓ ମହିଳାଙ୍କ ଲମ୍ବା ଲାଇନ ଉଭୟ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡୟମର ୮ ନମ୍ବର ଗେଟ ଓ ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ର ୬ ନମ୍ବର ଗେଟରୁ ଦର୍ଶକମାନେ ନିଜର ଟିକେଟ ହାତେଇଛନ୍ତି।