Harry Brook: IPL Auction 2023ରେ ୧୩.୨୫ କୋଟି ଆୟ କରିଥିବା ଖେଳାଳିଙ୍କୁ ବଡ଼ ଝଟକା, ECB ଏହି ଲିଗରେ ଖେଳିବାକୁ କଲା ମନା
Advertisement

Harry Brook: IPL Auction 2023ରେ ୧୩.୨୫ କୋଟି ଆୟ କରିଥିବା ଖେଳାଳିଙ୍କୁ ବଡ଼ ଝଟକା, ECB ଏହି ଲିଗରେ ଖେଳିବାକୁ କଲା ମନା

Harry Brook: IPL ମିନି ଅକ୍ସନରେ ୨୩ ବର୍ଷୀୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୧୩ କୋଟି ୨୫ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଖେଳାଳିଙ୍କୁ ବର୍ତ୍ତମାନ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ଏକ ପ୍ରମୁଖ ଟି-20 ଲିଗରୁ ପ୍ରତ୍ୟାହାର କରି ନେଇଛି । ଏହି ଖେଳାଳି ଆଉ କେହି ନୁହଁନ୍ତି ଦମଦାର୍ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ । ତାଙ୍କୁ ୧୩ କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟରେ ସନରାଇଜର୍ସ ହାଇଦ୍ରାବାଦ କିଣିଛି ।

Harry Brook: IPL Auction 2023ରେ ୧୩.୨୫ କୋଟି ଆୟ କରିଥିବା ଖେଳାଳିଙ୍କୁ ବଡ଼ ଝଟକା, ECB ଏହି ଲିଗରେ ଖେଳିବାକୁ କଲା ମନା

Harry Brook: ନିକଟ ଅତୀତରେ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL 2023) ର ପରବର୍ତ୍ତୀ ସିଜନ ପାଇଁ ମିନି ଅକ୍ସନ (IPL Mini Auction 2023) ଅନୁଷ୍ଠିତ ହୋଇଯାଇଛି । ଏହି ମିନି ଅକ୍ସନରେ ୨୩ ବର୍ଷୀୟ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍ ୧୩ କୋଟି ୨୫ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି । ଏହି ଖେଳାଳିଙ୍କୁ ବର୍ତ୍ତମାନ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ଏକ ପ୍ରମୁଖ ଟି-20 ଲିଗରୁ ପ୍ରତ୍ୟାହାର କରି ନେଇଛି । ଏହି ଖେଳାଳି ଆଉ କେହି ନୁହଁନ୍ତି ଦମଦାର୍ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ (Harry Brook) । ତାଙ୍କୁ ୧୩ କୋଟି ୨୫ ଲକ୍ଷ ଟଙ୍କା ମୂଲ୍ୟରେ ସନରାଇଜର୍ସ ହାଇଦ୍ରାବାଦ (Sunrisers Hyderabad) କିଣିଛି ।

କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ବୋର୍ଡ (ECB) ଦ୍ୱାରା ହ୍ୟାରି ବ୍ରୁକ୍ (Harry Brook) ଙ୍କୁ ଆସନ୍ତା ଦକ୍ଷିଣ ଆଫ୍ରିକା ଟି-20 ଲିଗରୁ ପ୍ରତ୍ୟାହାର କରିନିଆଯାଇଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ବୁଧବାର  ଅର୍ଥାତ ଡିସେମ୍ବର ୨୮ ଏହି ନିଷ୍ପତ୍ତିର ସୂଚନା ତାଙ୍କର ଫ୍ରାଞ୍ଚାଇଜ୍ ଜୋବର୍ଗ ସୁପର କିଙ୍ଗ୍ସ (Joburg Super Kings) ଓ ଆୟୋଜକ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (CSA) କୁ ଦେଇଛି । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ECB) ହ୍ୟାରି ବ୍ରୁକ (Harry Brook) ଙ୍କ କାର୍ଯ୍ୟ ଭାର ହ୍ରାସ କରିବାକୁ ଏହି ନିଷ୍ପତ୍ତି ନେଇଛି ।

ଜୋବର୍ଗ ସୁପର କିଙ୍ଗ୍ସ (Joburg Super Kings) ର ସିଇଓ କହିଛନ୍ତି ଯେ, "ତିନୋଟି ଫର୍ମାଟରେ ଖେଳନ୍ତି, ତେଣୁ ହ୍ୟାରି ବ୍ରୁକ୍ (Harry Brook) ଙ୍କୁ ଦକ୍ଷିଣ ଆଫ୍ରିକା ଟି-20 ଲିଗ (SA20) ଖେଳିବାକୁ ଅନୁମତି ଦେବା ଅତ୍ୟନ୍ତ ବିପଦଜନକ ବୋଲି ECB ଅନୁଭବ କରୁଥିଲା । ଗତ ରାତିରେ ଆମକୁ ECB ତରଫରୁ ସୂଚନା ମିଳିଛି । ଆମକୁ ଏକ ରିପ୍ଲେସମେଣ୍ଟ ଖୋଜିବାକୁ ପଡିବ ।" ଆପଣଙ୍କୁ କହି ରଖୁଛୁ ଯେ, ଇଂଲଣ୍ଡର ପୂର୍ବତନ ଅଣ୍ଡର-19 ଅଧିନାୟକ ହ୍ୟାରି ବ୍ରୁକ ଚଳିତ ବର୍ଷ ଆରମ୍ଭରେ କେପଟାଉନରେ ଅନୁଷ୍ଠିତ ଲିଗ୍ ନିଲାମରେ ୨୧ ଲକ୍ଷ ରାଣ୍ଡରେ ଫ୍ରାଞ୍ଚାଇଜ୍ ଦ୍ୱାରା କିଣାଯାଇଥିଲା । ଅନ୍ୟପଟେ ECB ର ନିଷ୍ପତ୍ତି ହ୍ୟାରି ବ୍ରୁକ୍ (Harry Brook) ଙ୍କ IPL 2023 ପାଇଁ ଖେଳାଳିଙ୍କ ଉପଲବ୍ଧତା ଉପରେ କୌଣସି ପ୍ରଭାବ ପକାଇବାର ସମ୍ଭାବନା ନାହିଁ ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷରେ ୧୨ କୋଟି ଚାଷୀଙ୍କୁ ମିଳିବ ଉପହାର, ପିଏମ ମୋଦି କଲେ ବଡ଼ ଘୋଷଣା!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ରାଜନୀତିର ଶିକାର ହେଲେ ଏହି ୩ ଖେଳାଳି! 'ମ୍ୟାନ୍ ଅଫ୍ ଦି ମ୍ୟାଚ୍' ମିଳିବା ସତ୍ତ୍ୱେ ପରବର୍ତ୍ତୀ ମ୍ୟାଚରୁ କଟିଲା ପତା

ସୂଚନାଯୋଗ୍ୟ, ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ହ୍ୟାରି ବ୍ରୁକ୍ (Harry Brook) ଏପର୍ଯ୍ୟନ୍ତ ଚାରୋଟି ଟେଷ୍ଟ, ୨୦ଟି ଟି-20 ଅନ୍ତର୍ଜାତୀୟ ଖେଳିଛନ୍ତି । ତାଙ୍କ ନାମରେ ଟେଷ୍ଟରେ ୩ଟି ଶତକ ଓ ଗୋଟିଏ ଅର୍ଦ୍ଧ ଶତକ ରହିଛି ଓ ସେ ଟେଷ୍ଟରେ ୪୮୦ ରନ୍ କରିଛନ୍ତି । ବର୍ତ୍ତମାନ ହ୍ୟାରି ବ୍ରୁକଙ୍କ ଟେଷ୍ଟ ଫର୍ମାଟରେ ୮୦ ଏଭେରେଜ ରହିଛି । ଏଥି ସହିତ ହ୍ୟାରି ବ୍ରୁକ ଗୋଟିଏ ଅର୍ଦ୍ଧ ଶତକର ସହାୟତାରେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୩୭୨ ରନ୍ ସଂଗ୍ରହ କରିଛନ୍ତି । ସେ ତାଙ୍କର ମୋଟ ଟି-20 କ୍ୟାରିୟରରେ ୯୯ଟି ମ୍ୟାଚରେ ୨,୪୩୨ ରନ୍ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ ରେ ୩୫୪୭ ରନ୍ ସ୍କୋର କରିବା ବ୍ୟତୀତ ସେ ୮ ୱିକେଟ୍ ମଧ୍ୟ ନେଇଛନ୍ତି ।