Haris Rauf On Virat Kohali: କୋହଲିଙ୍କ ବ୍ୟାଟିଂକୁ ନେଇ ପାକିସ୍ତାନ ବୋଲର ଦେଲେ ଅଜବ ବୟାନ, କହିଲେ- ମୋତେ ଲାଗୁନାହିଁ ....
Advertisement

Haris Rauf On Virat Kohali: କୋହଲିଙ୍କ ବ୍ୟାଟିଂକୁ ନେଇ ପାକିସ୍ତାନ ବୋଲର ଦେଲେ ଅଜବ ବୟାନ, କହିଲେ- ମୋତେ ଲାଗୁନାହିଁ ....

Haris Rauf On Virat Kohali: ଟି-୨୦ ବିଶ୍ୱକପ୍‌ ୨୦୨୨ ରେ ପାକିସ୍ତାନର ଦ୍ରୁତ ବୋଲର ହରିସ ରାଉଫଙ୍କ ବୋଲରେ ବିରାଟ କୋହଲି ଏକ ଚମତ୍କାର ଛକା ମାରିଥିଲେ । ଯାହାକୁ ନେଇ ଦୀର୍ଘଦିନ ଧରି ପାକିସ୍ତାନ ବୋଲର  ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଏହି ଚମତ୍କାର ଛକାକୁ ନେଇ ହରିସ ରାଉଫ ଏକ ଅଜବ ବୟାନ ଦେଇଛନ୍ତି ।

ସୌ: ସୋସିଆଲ ମିଡିଆ

Ind Vs Pak: Haris Rauf On Virat Kohali SIX, ଭାରତୀୟ ଦଳ ଟି-୨୦ ବିଶ୍ୱକପ୍‌ ୨୦୨୨ (T20 World Cup 2022) ଏତେ ଭଲ ପ୍ରଦର୍ଶନ କରିପାରି ନ ଥିଲା କିନ୍ତୁ ନିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ (Team India) ପାକିସ୍ତାନ ଚିମକୁ (Pakistan Team) ରୋମାଞ୍ଚକ ଭାବେ ପରାଜିତ କରିଥିଲା । ଭାରତର ଏହି ବିଜୟ ପାଇଁ ବିରାଟ କୋହଲି (Virat Kohali) ଏକ ଚମତ୍କାର ଇନିଂସ ସାମିଲ ଥିଲା । ତାଙ୍କର ଏହି ଚମତ୍କାର ଇନିଂସରେ ସେ ଉନବିଂଶ ଓଭରରେ ପାକ୍ ଫାଷ୍ଟ ବୋଲର ହରିସ୍ ରାଉଫଙ୍କୁ (Haris Rauf) ଏକ ସିଧା ଛକା ମାରିଥିଲେ, ଯାହାକୁ କ୍ରିକେଟ୍ ବିଶେଷଜ୍ଞମାନେ ଅବିସ୍ମରଣୀୟ ତଥା ଅବିଶ୍ୱସନୀୟ ବୋଲି କହିଥିଲେ । ଏହି ଛକା ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଥିଲା । ଏହି ସଟ୍ ଯୋଗୁଁ ମ୍ୟାଚ୍‌ ଟିମ୍ ଇଣ୍ଡିଆ ଆଡକୁ ଆସିଥିଲା । ବର୍ତ୍ତମାନ ହରିସ୍ ରାଉଫ ନିଜେ ଏହି ଛକା ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ପାକିସ୍ତାନର ଲୋକପ୍ରିୟ ସୋ 'ହସନା ମାନା ହେi' ରେ ଯେତେବେଳେ ଜଣେ ପ୍ରଶଂସକ ହରିସ ରାଉଫଙ୍କୁ ଏହି ଛକା ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ, ସେତେବେଳେ ରାଉଫ କହିଛନ୍ତି, 'ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ସଟ୍ ବିଷୟରେ କିଛି କହି ନାହିଁ କିନ୍ତୁ ସେହି ସଟ୍ ମୋତେ ବହୁତ ନିରାଶ କରିଥିଲା । ମୋତେ ଲାଗିଲା କିଛି ଭୁଲ୍ ହୋଇ ଯାଇଛି । ଯିଏ ମଧ୍ୟ କ୍ରିକେଟ୍ ଦେଖନ୍ତି, ସେମାନେ ଜାଣନ୍ତ ଯେ ବିରାଟ କୋହଲି କେଉଁ ସ୍ତରର ଖେଳାଳୀ  । ସେ ସେହି ସଟ୍ ଖେଳିଥିଲେ । ମୁଁ ଭାବୁନାହିଁ ଯେ ସେ ଆଉଥରେ ଏପରି ସଟ୍ ଖେଳିବାକୁ ସକ୍ଷମ ହେବେ । କିଛି ସଟ୍ ବହୁତ କଷ୍ଟରେ ଦେଖିବାକୁ ମିଳିଥାଏ, ଆପଣ ସେଗୁଡ଼ିକୁ ବାରମ୍ବାର ଖେଳି ପାରିବେ ନାହିଁ । ସେଠାରେ ତାଙ୍କର ଟାଇମିଂ ଉତ୍କୃଷ୍ଟ ଥିଲା ଓ ବଲ୍ ଛକା ହୋଇଯାଇଥିଲା ।'

ଏହି ଟି-୨୦ ବିଶ୍ୱକପ୍‌ ୨୦୨୨ ମ୍ୟାଚରେ ହରିସ ରାଉଫ ପାକିସ୍ତାନ ପାଇଁ ଚମତ୍କାର ବୋଲିଂ କରିଥିଲେ । କିନ୍ତୁ ଉନବିଂଶ ଓଭରର ଶେଷ ଦୁଇଟି ବଲରେ କୋହଲି ତାଙ୍କୁ କ୍ରମାଗତ ଦୁଇଟି ଛକା ମାରି ମ୍ୟାଚକୁ ଭାରତ ଆଡକୁ ଦେଇଥିଲେ । ଏଥରେ ସେହି ଚମତ୍କାର ଛକା ସାମିଲ ଥିଲା । କୋହଲିଙ୍କ ଏହି ସଟ୍ ଅନେକ ହେଡଲାଇନ୍ ସୃଷ୍ଟି କରିଥିଲା ​​। ଏହି ମ୍ୟାଚରେ କୋହଲିଙ୍କ ୫୩ ଟି ବଲରେ ୮୨ ରନର ଇନିଂସ ଖେଳି ଟିମ୍ ଇଣ୍ଡିଆକୁ ରୋମାଞ୍ଚକର ବିଜୟ ଦେଇଥିଲେ ।

ଏହା ବି ପଢ଼ନ୍ତୁ: IND vs SL 3rd T20I: ସୂର୍ଯ୍ୟକୁମାରଙ୍କ ତୂଫାନୀ ଶତକ, ଭାଙ୍ଗିଲେ ରାହୁଲଙ୍କ ଏହି ବଡ଼ ରେକର୍ଡ

ଏହା ବି ପଢ଼ନ୍ତୁ: Selection Committee: ଚେତନ ଶର୍ମା ରହିବେ ମୁଖ୍ୟ ଚୟନକର୍ତ୍ତା, ଓଡ଼ିଶାର ଶିବସୁନ୍ଦରଙ୍କୁ ମଧ୍ୟ BCCI ଦେଲା ଏହି ବଡ଼ ଦାୟିତ୍ୱ