Team India T20 Coach: ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା
Advertisement
Article Detail0/zeeodisha/odisha1519529

Team India T20 Coach: ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା

Team India T20 Coach:  ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଟି-20ରୁ ବିଶ୍ରାମ ପ୍ରଦାନ କରାଯାଇଛି । ସେବେଠାରୁ ଟି-20 ଫର୍ମାଟ ପାଇଁ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ସହ ନୂଆ ନୂତନ କୋଚ୍ ନିଯୁକ୍ତ କରିବାର ଦାବି ମଧ୍ୟ ରହିଆସିଛି । ପରବର୍ତ୍ତୀ ଟି-20 ବିଶ୍ୱକପ ୨୦୨୪ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ ।

Team India T20 Coach: ଟିମ୍ ଇଣ୍ଡିଆକୁ ମିଳିଯାଇଛି ଟି-20 ପାଇଁ ନୂଆ କୋଚ୍! ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥାରୁ ହେଲା ଖୁଲାସା

Hardik Pandya On Team India T20 Coach: ଟିମ୍ ଇଣ୍ଡିଆର ଭବିଷ୍ୟତ ଅଧିନାୟକ (Indian T20 Captain) ଭାବରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଦେଖାଯାଉଛି । ଏହି କାରଣରୁ ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜ (India vs Sri Lanka T20 Series) ର ଅଧିନାୟକ କରାଯାଇଥିଲା । ଏହା ବ୍ୟତୀତ ତାଙ୍କୁ ODI ସିରିଜରେ ଉପ-ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଯୁବ ଦଳ ଟି-୨୦ ସିରିଜକୁ ୨-୧ରେ ଜିତିଛି । ରୋହିତ ଶର୍ମା (Rohit Sharma) ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଜାନୁଆରୀ ୧୦ରୁ ଦିନିକିଆ ସିରିଜ୍ ଖେଳିବା ଆରମ୍ଭ କରିବ । 

ନିକଟ ଅତୀତରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ (Team India) ଭଲ ପ୍ରଦର୍ଶନ କରିପାରି ନଥିଲା ଓ ଦଳକୁ ସେମିଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ବର୍ତ୍ତମାନ ରୋହିତ ଶର୍ମାଙ୍କୁ ଟି-20ରୁ ବିଶ୍ରାମ ପ୍ରଦାନ କରାଯାଇଛି । ସେବେଠାରୁ ଟି-20 ଫର୍ମାଟ ପାଇଁ ଟିମ୍ ଇଣ୍ଡିଆର ନୂଆ ଅଧିନାୟକ ସହ ନୂଆ ନୂତନ କୋଚ୍ ନିଯୁକ୍ତ କରିବାର ଦାବି ମଧ୍ୟ ରହିଆସିଛି । ପରବର୍ତ୍ତୀ ଟି-20 ବିଶ୍ୱକପ ୨୦୨୪ (T20 World Cup 2024) ରେ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ମିଳିତ ଭାବେ ଖେଳାଯିବ ।

ଏହି ସିରିଜ ଜିତିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ନୂତନ କୋଚଙ୍କ ବିଷୟରେ ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଏଠାରେ କହି ରଖୁଛୁ ଯେ, ଭାରତୀୟ ଦଳର ପୂର୍ବତନ ଭେଟେରାନ ଗୌତମ ଗମ୍ଭୀର (Gautam Gambhir) ଆଶିଷ ନେହେରା (Ashish Nehra) ଙ୍କୁ ଭାରତୀୟ ଟି-20 ଦଳର କୋଚ୍ ଭାବେ ନିଯୁକ୍ତି ଦେବା ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ନେହେରା ଆଇପିଏଲ (IPL) ରେ ଅତି ଚମତ୍କାର ଓ ଶାନ୍ତ ଢଙ୍ଗରେ ଦଳକୁ ପରିଚାଳନା କରିଥିଲେ ଓ ଗୁଜୁରାଟ ଟାଇଟାନ୍ସକୁ ଚାମ୍ପିୟନ କରାଇଥିଲେ । ସେପଟେ ବିସିସିଆଇ (BCCI) ବରିଷ୍ଠ ଖେଳାଳିଙ୍କୁ ପରବର୍ତ୍ତୀ ଟି-20 ସିରିଜରୁ ମଧ୍ୟ ଦୂରେଇ ରଖିପାରେ । ଯୁବକ ମାନଙ୍କୁ ଅଧିକରୁ ଅଧିକ ସୁଯୋଗ ଦିଆଯିବ । ଏହା ପଛର ବଡ଼ କାରଣ ହେଉଛି ଭାରତୀୟ ଦଳ ୨୦୧୧ ମସିହା ପରଠାରୁ ବିଶ୍ୱକପ ଟାଇଟଲ ଜିତିବାରେ ସକ୍ଷମ ହୋଇନାହାଁନ୍ତି । ଏଥି ସହିତ ବରିଷ୍ଠ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବୟସ ୨୦୨୪ ସୁଦ୍ଧା ଅଧିକ ହୋଇଯିବ ।

ଅଧିକ ପଢ଼ନ୍ତୁ:-ଏସିଆ କପ୍ ପୂର୍ବରୁ ଭାରତ-ପାକିସ୍ତାନ କ୍ରିକେଟରଙ୍କ ମଧ୍ୟରେ ଦେଖିବାକୁ ମିଳିବ ମୁକାବିଲା, ଜାଣନ୍ତୁ କେବେ ଓ କେଉଁଠାରେ ହେବ ମ୍ୟାଚ୍

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ଶତକ ମାରିବା ମାତ୍ରେ ରଚିଲେ ୩ଟି ବିଶ୍ୱ ରେକର୍ଡ, ଏପରି କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ୍

ଅଧିକ ପଢ଼ନ୍ତୁ:-ଏହି ଦିଗରେ ମୁଣ୍ଡ ଦେଇ ଶୋଇଲେ ହୋଇଥାଏ ଧନ ଲାଭ, ଦାମ୍ପତ୍ୟ ଜୀବନରେ ମିଳିଥାଏ ସୁଖ

ବିରାଟ କୋହଲି ବି ଅଧିନାୟକ ଥିବାବେଳେ କୋଚ୍ ରବି ଶାସ୍ତ୍ରୀଙ୍କ ପକ୍ଷ ନେଇଥିଲେ । ଏହି କାରଣରୁ ବିସିସିଆଇକୁ ଅନିଲ କୁମ୍ବଲେଙ୍କ ବଦଳରେ ଶାସ୍ତ୍ରୀଙ୍କୁ କୋଚ୍ କରିବାକୁ ପଡ଼ିଥିଲା । ମ୍ୟାଚ୍ ପରେ ପାଣ୍ଡ୍ୟା କହିଛନ୍ତି ଯେ, ଆଶିଷ ନେହେରାଙ୍କ କାରଣରୁ ସେ ଅଧିନାୟକ ଭାବରେ ଅନେକ ଲାଭ ପାଇଛନ୍ତି । ତାଙ୍କ ଓ ମୋର ଚିନ୍ତାଧାରା ହେଉଛି ସମାନ । ଏବେ ଏହା ଦେଖିବାକୁ ପଡ଼ିବ ଯେ ବୋର୍ଡ ପାଣ୍ଡ୍ୟାଙ୍କୁ ତାଙ୍କ ଇଚ୍ଛା ଅନୁସାରେ କୋଚ୍ ଦେଉଛି କି ନାହିଁ । ସୂଚନା ଅନୁଯାୟୀ, ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ODI ବିଶ୍ୱକପ ପରେ ଟି-20 ଦଳ ଏକ ନୂତନ କୋଚ୍ ପାଇପାରେ । ଏହାପୂର୍ବରୁ ଭାରତୀୟ ଦଳକୁ ଅଧିକ ଟି-20 ମ୍ୟାଚ୍ ଖେଳିବାକୁ ପଡିବ ନାହିଁ ।