Hardik Pandya Marriage: ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ନିଜ ଅଢ଼େଇ ବର୍ଷ ପୁଅ ଆଗରେ ନେବେ ସାତଫେରା
Advertisement
Article Detail0/zeeodisha/odisha1568825

Hardik Pandya Marriage: ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା! ନିଜ ଅଢ଼େଇ ବର୍ଷ ପୁଅ ଆଗରେ ନେବେ ସାତଫେରା

Hardik Pandya Marriage: ଫେବୃଆରୀ ୧୪ ରେ ପଡୁଥିବା ଭାଲେଣ୍ଟାଇନ୍ସ ଡେକୁ ହାର୍ଦ୍ଦିକ ପାଣ୍ଡ୍ୟା ସ୍ୱତନ୍ତ୍ର କରିବାକୁ ଯୋଜନା କରୁଛନ୍ତି । କହିରଖୁଛୁ ହାର୍ଦ୍ଦିକ ୩୧ ମେ ୨୦୨୦ ରେ ନତାଶାଙ୍କୁ କୋର୍ଟ ମେରେଜ କରିଥିଲେ । ବର୍ତ୍ତମାନ ହାର୍ଦ୍ଦିକ ଦ୍ୱିତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ।

ସୌ: ସୋସିଆଲ ମିଡିଆ

Hardik Pandya Wedding: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଆଜ୍ଞା ହଁ! ଆପଣ ଠିକ୍ ପଢୁଛନ୍ତି । ଗୋଟିଏ ଶିଶୁର ବାପା ହେବା ପରେ ହାର୍ଦ୍ଦିକ ଏହି ନିଷ୍ପତ୍ତି ନେଇଛନ୍ତି । ଏହା ପୂର୍ବରୁ ସେ ନତାଶା ଷ୍ଟାନକୋଭିକ୍ (Natasha stankovic) କୋର୍ଟ ମେରେଜ କରିଥିଲେ, ଯାହାଙ୍କଙ୍କର ଏକ ଅଢ଼େଇ ବର୍ଷର ପୁଅ ଅଛି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ହାର୍ଦ୍ଦିକ-ନତାଶା ପୁଣି ଠାରେ ଫେବୃଆରୀ ୧୪ ରେ ଭାଲେଣ୍ଟାଇନ୍ସ ଡେକୁ ସ୍ୱତନ୍ତ୍ର କରିବାକୁ ଯୋଜନା କରୁଛନ୍ତି । କହିରଖୁଛୁ ଯେ ଏହି ସେଲିବ୍ରିଟି ଦମ୍ପତି ୩୧ ମେ ୨୦୨୦ ରେ, କୋର୍ଟ ମେରେଜ କରିଥିଲେ, ଯାହାର ଦୁଇ ମାସ ପରେ ଅର୍ଥାତ୍ ଜୁଲାଇ ୨୦୨୦ ରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।

ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପତ୍ନୀ ନତାଶାଙ୍କ ସହିତ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ଶୀଘ୍ର ଶୀଘ୍ର କୋର୍ଟ ମେରେଜ ହୋଇଥିଲା ଓ ଏହି ଷ୍ଟାର ଦମ୍ପତି ଏକ ବଡ଼ ବିବାହ କରିବାକୁ ଚାହୁଁଥିଲେ । ତେବେ କୋଭିଡ ଓ ପରେ କ୍ରିକେଟର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁଁ ସୁଯୋଗ ଉପଲବ୍ଧ ନଥିଲା । ସେଥିପାଇଁ ହାର୍ଦ୍ଦିକ ପୁଣି ଥରେ ନତାଶାଙ୍କୁ ତାଙ୍କ କନିଆଁ କରିବାକୁ ଯାଉଛନ୍ତି ।

ଖବର ଅନୁଯାୟୀ, ଗତ ବର୍ଷ ନଭେମ୍ବରରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ରାଜସ୍ଥାନର ଉଦୟପୁରରେ ଏହି ଲଭବାର୍ଡ ଅଗ୍ନିକୁ ସଖି ରଖି ସାତଫେରା ନେଇପାରନ୍ତି । ବିବାହ ପ୍ରଥମେ ଏକ ପାରମ୍ପାରିକ ଢଙ୍ଗରେ ହେବ ଓ ଏହା ପରେ ସେଠାରେ ଏକ ପାଶ୍ଚାତ୍ୟ ସଂସ୍କୃତି ଅନୁସାରେ ବିବାହ ମଧ୍ୟ ହେବ । ଏହି ସମାରୋହକୁ ମହାନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ବିବାହ କାର୍ଯ୍ୟକ୍ରମ ୧୩ ଫେବୃଆରୀରୁ ଆରମ୍ଭ ହେବ ଓ ଯାହା ୧୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । 

ନତାଶା ଷ୍ଟାନକୋଭିକ୍ ଜଣେ ଜଣାଶୁଣା ଅଭିନେତ୍ରୀ । ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ୨୦୧୪ ମସିହାରେ 'ବିଗ୍ ବସ୍'ର ସିଜନ୍ ୮ ରେ ମଧ୍ୟ ଅଭିନୟ କରିଥିଲେ । ନତାଶା 'ସତ୍ୟଗ୍ରାହ', 'ଡାଡି' ଏବଂ 'ଫୁକରେ ରିଟର୍ନସ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । ୨୦୧୮ ରେ, ନତାଶା ଶାହରୁଖ ଖାନଙ୍କ 'ଜିରୋ' ଫିଲ୍ମରେ ଏକ କ୍ୟାମୋ ଭୂମିକାରେ ନଜର ଆସିଥିଲେ । ୨୦୧୯ ରେ, ନତାଶା ଋଷି କପୁର ଓ ଇମ୍ରାନ୍ ହାଶମିଙ୍କ ଫିଲ୍ମ 'ଦି ବଡି'ରେ ଏକ ଆଇଟମ୍ ନମ୍ବର କରିଥିଲେ । ନତାଶା ଷ୍ଟାନକୋଭିକ୍ 'ନାଚ୍ ବାଲିୟେ'ରେ ମଧ୍ୟ ନଜର ଆସି ସାରିଛନ୍ତି ।

ଏହା ବି ପଢ଼ନ୍ତୁ: Sharma Means Dipti Sharma: ଭାରତର ଝିଅ ନିଜ ପ୍ରଦର୍ଶନ ସହିତ ବଦଳାଇଲେ ବିଜ୍ଞାପନର ଭାଷା! କୋହଲି ମଧ୍ୟ କଲେ ସମର୍ଥନ

ଏହା ବି ପଢ଼ନ୍ତୁ: Cricketers' Love Story: ବିବାହ ପୂର୍ବରୁ ବାପା ହୋଇଛନ୍ତି ଏସବୁ ଷ୍ଟାର କ୍ରିକେଟର, ଲିଷ୍ଟରେ ସାମିଲ ଅଛନ୍ତି ଅନେକ ଭାରତୀୟ, ଦେଖନ୍ତୁ ଫଟୋ