Happy Birthday Roger Binny: ୬୮ ବର୍ଷ ବୟସରେ ପାଦ ଥାପିଲେ ବିସିସିଆଇ ଅଧ୍ୟକ୍ଷ; ୪୦ ବର୍ଷ ପୂର୍ବେ ଭାରତକୁ ଜିତାଇଥିଲେ ପ୍ରଥମ ବିଶ୍ୱକପ
Advertisement
Article Detail0/zeeodisha/odisha1786148

Happy Birthday Roger Binny: ୬୮ ବର୍ଷ ବୟସରେ ପାଦ ଥାପିଲେ ବିସିସିଆଇ ଅଧ୍ୟକ୍ଷ; ୪୦ ବର୍ଷ ପୂର୍ବେ ଭାରତକୁ ଜିତାଇଥିଲେ ପ୍ରଥମ ବିଶ୍ୱକପ

Happy Birthday Roger Binny: ରୋଜର ବିନ୍ନି ଭାରତର ସର୍ବୋତ୍ତମ ଅଲରାଉଣ୍ଡରମାନଙ୍କ ମଧ୍ୟରୁ ଜଣେ । ଆଜି (ଜୁଲାଇ ୧୯) ତାଙ୍କୁ ୬୮ ବର୍ଷ ବୟସ ହୋଇଛି । ୧୯୮୩ ବିଶ୍ୱକପ ଜିତାଇବାରେ ସେ ଭାରତପାଇଁ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ କରିଥିଲେ ।

ସୌ: ସୋସିଆଲ ମିଡିଆ

Happy Birthday Roger Binny: ୧୯ ଜୁଲାଇରେ ଭାରତର ପୂର୍ବତନ ଅଲରାଉଣ୍ଡର ରୋଜର ବିନ୍ନିଙ୍କୁ (Roger Binny) ୬୮ ବର୍ଷ ବୟସ ହୋଇଛି । ଅଳ୍ପ ବୟସରେ, ରୋଜର ବିନ୍ନି କ୍ରୀଡ଼ା ପ୍ରତି ବହୁତ ଆଗ୍ରହୀ ଥିଲେ । ସେ ନିଜ ସ୍କୁଲ୍ କ୍ୟାରିୟରରେ ହକି, ଫୁଟବଲ୍ ଭଳି କ୍ରୀଡ଼ାରେ ଭାଗ ନେଉଥିଲେ । ୧୯୮୩ ବିଶ୍ୱକପରେ (World cup 1983) ରୋଜର ବିନ୍ନି ଭାରତକୁ ବିଶ୍ୱକପ ଜିତାଇବାରେ ସାହାଯ୍ୟ କରିଥିଲେ । ବର୍ତ୍ତମାନ ବିସିସିଆଇ (BCCI) ତାଙ୍କୁ ଏକ ବିଶେଷ ଦାୟିତ୍ୱ ଦେଇଛି ।

୧୯୭୯ ରେ ପାକିସ୍ତାନ (Pakistan) ବିପକ୍ଷରେ ଡେବ୍ୟୁ ଟେଷ୍ଟ ମ୍ୟାଚ୍ ଖେଳିଥିବା ରୋଜର ବିନ୍ନି ଭାରତର ପ୍ରଥମ ଆଙ୍ଗ୍ଲୋ-ଇଣ୍ଡିଆ କ୍ରିକେଟର ଥିଲେ । ପ୍ରଥମ ମ୍ୟାଚ୍ ସେ କିଛି ବିଶେଷ କରି ପାରି ନଥିଲେ । ସେ ପାକିସ୍ତାନ ବିପକ୍ଷରେ ଗୋଟିଏ ୱିକେଟ୍ ମଧ୍ୟ ନେଇପାରିନଥିଲେ । ତେବେ ପରବର୍ତ୍ତୀ ଟେଷ୍ଟ ତାଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ସେ ସେହି ମ୍ୟାଚ୍‌ରେ ୪ ୱିକେଟ୍ ନେଇଥିଲେ ।

୧୯୮୩ ବିଶ୍ୱକପ୍ ରେ କରିଥିଲେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ
୧୯୮୩ ବିଶ୍ୱକପରେ ରୋଜର ବିନ୍ନି ସର୍ବାଧିକ ୱିକେଟ୍ ନେଇଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ମ୍ୟାଚ୍ ଖେଳି ମୋଟ ୧୮ ୱିକେଟ୍ ନେଇଥିଲେ । ଏହି ସମୟ ମଧ୍ୟରେ ତାଙ୍କର ହାରାହାରି ମାତ୍ର ୧୮.୫୬ ଥିଲା । ଯେତେବେଳେ କି ଇକୋନୋମି ମାତ୍ର ୩.୮୧ ଥିଲା । ସେ ୧ ମ୍ୟାଚ୍‌ରେ ୪ ୱିକେଟ୍ ନେଇ କୀର୍ତ୍ତିମାନ କରିଥିଲେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଫାଇନାଲ ମ୍ୟାଚରେ ସେ ୧୦ ଓଭରରେ ୨୩ ରନ୍ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ।

ଅବସର ପରେ ହୋଇଥିଲେ କୋଚ୍ 
ବିନ୍ନି ଭାରତୀୟ ଅଣ୍ଡର-୧୯ ଦଳର କୋଚ୍ ରହିସାରିଛନ୍ତି । ସେ ପ୍ରଥମ ଥର ପାଇଁ ମହମ୍ମଦ କୌଫ ଓ ଯୁବରାଜ ସିଂଙ୍କୁ କୋଚିଂ କରିଥିଲେ ଓ ଏହି ଖେଳାଳିମାନେ ବର୍ଷ ବର୍ଷ ଧରି ଟିମ୍ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ରହିଥିଲେ । ବିନ୍ନିଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୦୦ ରେ ପ୍ରଥମ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା । କଲମ୍ବୋରେ ଖେଳାଯାଇଥିବା ଫାଇନାଲରେ ମହମ୍ମଦ କୌଫଙ୍କ ଅଧିନାୟକ ଦଳ ଶ୍ରୀଲଙ୍କାକୁ ୬ ୱିକେଟରେ ପରାସ୍ତ କରିଥିଲା । ଏଥିରେ ଭାରତର ତାରକା ଅଲରାଉଣ୍ଡର ଯୁବରାଜ ସିଂ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟର ହୋଇଥିଲେ ।

ବିସିସିଆଇ ଦେଇଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ
ଅଧ୍ୟକ୍ଷ ପଦରୁ ସୌରଭ ଗାଙ୍ଗୁଲିଙ୍କୁ ହଟାଇବା ପରେ ବିସିସିଆଇ ୨୦୨୨ ମସିହାରେ ରୋଜର ବିନ୍ନିଙ୍କୁ ବିସିସିଆଇର ନୂତନ ଅଧ୍ୟକ୍ଷ କରିଥିଲା । ସେ ବିସିସିଆଇର ୩୬ ତମ ଅଧ୍ୟକ୍ଷ ହୋଇଥିଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି । କହିରଖୁଛୁ ଯେ ରୋଜର ବିନ୍ନି ଭାରତ ପାଇଁ ୨୭ଟି ଟେଷ୍ଟ ଓ ୭୨ ଟି ଦିନିକିଆ ଖେଳିଛନ୍ତି । ଏହି ସମୟରେ ସେ ଟେଷ୍ଟରେ ୪୭ ଓ ଦିନିକିଆରେ ୭୭ ୱିକେଟ୍ ନେଇଛନ୍ତି । ସେ ଦୁଇଥର ଟେଷ୍ଟରେ ୫ ୱିକେଟ୍ ନେଇଛନ୍ତି ।

ଏହା ବି ପଢ଼ନ୍ତୁ: India Vs Pakistan: କ୍ରିକେଟ ପଡି଼ଆରେ ଆଜି ଲଢ଼ିବେ ଭାରତ ଓ ପାକିସ୍ତାନ, ଜାଣନ୍ତୁ ମ୍ୟାଚ୍ ସହ ଜଡିତ ସମସ୍ତ ଡିଟେଲ୍ସ

ଏହା ବି ପଢ଼ନ୍ତୁ: Jasprit Bumrah: 'ମୁଁ ଫେରୁଛି', ଏସିଆ କପ୍ ପୂର୍ବରୁ ଜସପ୍ରୀତ ବୁମ୍ରା ସେୟାର କଲେ ଏକ ଭାବପ୍ରବଣ ପୋଷ୍ଟ