Hanuma Vihari: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶତ୍ରୁ ପାଲଟିଲେ ଦ୍ରାବିଡ-ରୋହିତ! ଗୋଟିଏ ଝଟକାରେ କ୍ୟାରିୟରକୁ କଲେ ପ୍ରାୟ ଶେଷ
Advertisement

Hanuma Vihari: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶତ୍ରୁ ପାଲଟିଲେ ଦ୍ରାବିଡ-ରୋହିତ! ଗୋଟିଏ ଝଟକାରେ କ୍ୟାରିୟରକୁ କଲେ ପ୍ରାୟ ଶେଷ

India vs Australia Test Series: ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଏହି ଖେଳାଳିଙ୍କୁ ଚୟନ କରି ନାହିଁ । ଏହି ଖେଳାଳିଙ୍କୁ ଭାରତୀୟ ଟେଷ୍ଟ ଦଳରୁ ଏପରି ବାହାର କରିଦିଆଯାଇଛି କି ଯେପରି କେହି କ୍ଷୀରରୁ ମାଛି ବାହାର କରନ୍ତି । ଗୋଟିଏ ଝଟକାରେ ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ପ୍ରାୟ ଶେଷ ହେବାକୁ ଯାଉଛି । 

Hanuma Vihari: ଟିମ୍ ଇଣ୍ଡିଆର ଏହି ଖେଳାଳିଙ୍କ ଶତ୍ରୁ ପାଲଟିଲେ ଦ୍ରାବିଡ-ରୋହିତ! ଗୋଟିଏ ଝଟକାରେ କ୍ୟାରିୟରକୁ କଲେ ପ୍ରାୟ ଶେଷ

Hanuma Vihari, Indian Cricket Team: ଭାରତୀୟ ଅଧିନାୟକ (Indian Captain) ରୋହିତ ଶର୍ମା ( Rohit Sharma) ଓ ଭାରତୀୟ କୋଚ୍ (Indian Coach) ରାହୁଲ ଦ୍ରାବିଡ (Rahul Dravid) ଟିମ୍ ଇଣ୍ଡିଆର ଜଣେ ଖେଳାଳିଙ୍କ ପାଇଁ ଶତ୍ରୁ ପାଲଟିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ପାଇଁ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଏହି ଖେଳାଳିଙ୍କୁ ଚୟନ କରି ନାହିଁ । ଏହି ଖେଳାଳିଙ୍କୁ ଭାରତୀୟ ଟେଷ୍ଟ ଦଳ (Indian Test Team) ରୁ ଏପରି ବାହାର କରିଦିଆଯାଇଛି କି ଯେପରି କେହି କ୍ଷୀରରୁ ମାଛି ବାହାର କରନ୍ତି । ଗୋଟିଏ ଝଟକାରେ ଏହି ଖେଳାଳିଙ୍କ ଟେଷ୍ଟ କ୍ୟାରିୟର ପ୍ରାୟ ଶେଷ ହେବାକୁ ଯାଉଛି । 

ଏହି କ୍ରିକେଟରଙ୍କୁ ଟିମ୍ ଇଣ୍ଡିଆ (Team India) ର ପାଚେରୀ ବୋଲି ମନେ କରାଯାଉଥିଲା । କିନ୍ତୁ ଟିମ୍ ଇଣ୍ଡିଆର କୋଚ୍ ରାହୁଲ ଦ୍ରାବିଡ଼ (Rahul Dravid) ଓ ଅଧିନାୟକ ରୋହିତ ଶର୍ମା (Rohit Sharma) ପ୍ରାୟ ଏକ ଝଟକାରେ ତାଙ୍କର ଟେଷ୍ଟ କ୍ୟାରିୟର ଶେଷ କରିଦେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଫେବୃଆରୀ ୯ରୁ ଆରମ୍ଭ ହେବାକୁ ଯାଉଛି । ଏହି ବଡ଼ ଟେଷ୍ଟ ସିରିଜରେ ଜଣେ ଖେଳାଳିଙ୍କୁ ଅଣଦେଖା କରି ଚୟନକର୍ତ୍ତାମାନେ ମଧ୍ୟ କିଛି ଗୁରୁତ୍ୱ ଦେଇନାହାଁନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ୍ ହନୁମା ବିହାରୀ (Hanuma Vihari) ଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ଦିଆଯାଇ ନାହିଁ । 

କେତେବେଳେ ଓପନର୍ ହୋଇ, କେତେବେଳେ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହୋଇ ହନୁମା ବିହାରୀ (Hanuma Vihari) ଫସି ଥିବା ଟେଷ୍ଟ ମ୍ୟାଚରୁ ଟିମ୍ ଇଣ୍ଡିଆକୁ ବାହାର କରୁଥିଲେ । ଅସୁବିଧା ସମୟରେ ହନୁମା ବିହାରୀ ଟିମ୍ ଇଣ୍ଡିଆ ପାଇଁ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ କରିଛନ୍ତି । ୨୯ ବର୍ଷୀୟ ହନୁମା ବିହାରୀ ଭାରତ ପାଇଁ ୧୬ଟି ଟେଷ୍ଟ ମ୍ୟାଚରେ ୩୩.୫୬ ଏଭେରେଜରେ ୮୩୯ ରନ୍ କରିଛନ୍ତି । ଭାରତ ପାଇଁ ଟେଷ୍ଟ କ୍ରିକେଟରେ ହନୁମା ବିହାରୀ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଟେଷ୍ଟ କ୍ରିକେଟରେ ହନୁମା ବିହାରୀ ମଧ୍ୟ ୫ଟି ୱିକେଟ୍ ମଧ୍ୟ ନେଇଛନ୍ତି । ୨୦୨୦-୨୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ସିରିଜରେ ହନୁମା ବିହାରୀ ସିଡନୀ ଟେଷ୍ଟରେ ୧୬୧ ବଲରେ ଅପରାଜିତ ୨୩ ରନର ଇନିଂସ ଖେଳି ମ୍ୟାଚ୍ ଡ୍ର କରିଥିଲେ । 

ଅଧିକ ପଢ଼ନ୍ତୁ:-୨୦୨୩ରେ ପାକିସ୍ତାନ ହୋଇଯିବ ଦୁଇ ଖଣ୍ଡ! ଜାଣନ୍ତୁ ଏପରି ହେବାର ୬ଟି ବଡ଼ କାରଣ

ଅଧିକ ପଢ଼ନ୍ତୁ:-କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଏହି ଖତରନାକ୍ ବ୍ୟାଟ୍ସମ୍ୟାନ୍

ଅଧିକ ପଢ଼ନ୍ତୁ:-ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର, PNB-ICICI-HDFC ବ୍ୟାଙ୍କ ଦେଲେ ଏହି ଜରୁରୀ ସୂଚନା

 

ଏହି ମ୍ୟାଚରେ ହନୁମା ବିହାରୀ (Hanuma Vihari) ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ ଏବଂ ଜୋସ୍ ହାଜଲେଉଡ୍ ପରି ମାରାତ୍ମକ କଙ୍ଗାରୁ ଦ୍ରୁତ ବୋଲରଙ୍କ ସମ୍ମୁଖରେ ପାଚେରୀ ପରି ଠିଆ ହୋଇଥିଲେ ଓ ଅଙ୍ଗଦ ଭଳି କ୍ରିଜରେ ତାଙ୍କ ପାଦ ଜମାଇ ରଖିଥିଲେ । ଏହା ପରେ ହନୁମା ବିହାରୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପେନ୍ କିଲର ଇଞ୍ଜେକ୍ସନ ନେବା ପରେ ସେ ଗୋଡ଼ରେ ବ୍ୟାଣ୍ଡେଜ ଲଗାଇ ଦେଶ ପାଇଁ ବ୍ୟାଟିଂ ଜାରି ରଖିଥିଲେ । ମୁଁ ଭାବି ନେଇଥିଲି ଯେ କୌଣସି ମତେ ମୋତେ ପ୍ରାୟ ତିନି ଘଣ୍ଟା ବ୍ୟାଟିଂ କରିବାକୁ ପଡିବ । ଏହି ସିଡନୀ ଟେଷ୍ଟ ଡ୍ର ହେବା ମାତ୍ରେ ଭାରତ ପାଇଁ ଅଷ୍ଟ୍ରେଲିଆରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜ ଜିତିବାର ଦ୍ୱାର ଖୋଲି ଯାଇଥିଲା । ପରେ ଟିମ୍ ଇଣ୍ଡିଆ ମଧ୍ୟ ଏହି ଟେଷ୍ଟ ସିରିଜକୁ ୨-୧ରେ ଜିତି ନେଇଥିଲା । ହନୁମା ବିହାରୀ ଜୁଲାଇ ୨୦୨୨ରେ ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।