Gautam Shome Sr Passes Away: ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ
Advertisement
Article Detail0/zeeodisha/odisha1569003

Gautam Shome Sr Passes Away: ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ଏହି ଭେଟେରାନ୍ ଖେଳାଳିଙ୍କ ନିଧନ

Gautam Shome Sr Passes Away: ଏହି ସିରିଜର ପ୍ରଥମ ମ୍ୟାଚ୍ ନାଗପୁରରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତ ଇନିଂସ ଓ ୧୩୨ ରନରେ ଜିତିଛି । ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଦିଲ୍ଲୀରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ସମଗ୍ର କ୍ରିକେଟ୍ ଜଗତ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଜଣେ ଭେଟେରାନ୍ ଖେଳାଳି ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ଏହି ଖେଳାଳି ବେଙ୍ଗଲ କ୍ରିକେଟ୍ ଦଳ ପାଇଁ ଖେଳିଛନ୍ତି ।

ପ୍ରତୀକାତ୍ମକ ଫଟୋ

Gautam Shome Sr Passes Away: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ଚାଲିଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs AUS 1st Test) ନାଗପୁରରେ ଖେଳାଯାଇଥିଲା । ଏହି ମ୍ୟାଚକୁ ଭାରତ ଇନିଂସ ଓ ୧୩୨ ରନରେ ଜିତିଛି । ବର୍ତ୍ତମାନ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ (IND vs AUS 2nd Test) ଦିଲ୍ଲୀରେ ଖେଳାଯିବ । କିନ୍ତୁ ଏହା ପୂର୍ବରୁ ସମଗ୍ର କ୍ରିକେଟ୍ ଜଗତ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି । ଜଣେ ଭେଟେରାନ୍ ଖେଳାଳି ହଠାତ୍ ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ଏହି ଖେଳାଳି ବେଙ୍ଗଲ କ୍ରିକେଟ୍ ଦଳ ପାଇଁ ଖେଳିଛନ୍ତି ।

ଦୀର୍ଘ ଦିନର ଅସୁସ୍ଥତା ପରେ ବଙ୍ଗଳାର ପୂର୍ବତନ କ୍ରିକେଟର ଗୌତମ ଶୋମ ସିନିୟରଙ୍କର ଶୁକ୍ରବାର ଦେହାନ୍ତ (Gautam Shome Sr Passes Away) ହୋଇଛି । ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (CAB) ଏହି ସୂଚନା ଦେଇଛି । ଗୌତମ ଶୋମ (Gautam Shome Sr) ୬୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗୌତମ ଶୋମ (Gautam Shome) ଙ୍କ ପତ୍ନୀ ଓ ପୁଅ ଅଛନ୍ତି ।

ଗୌତମ ଶୋମ (Gautam Shome) ବଙ୍ଗଳା ପାଇଁ ୭ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ । ଗୌତମ ଶୋମ (Gautam Shome) ଅମ୍ପାୟାର ତଥା କ୍ରିକେଟ୍ ପର୍ଯ୍ୟବେକ୍ଷକ ଭାବରେ ବେଙ୍ଗଲ କ୍ରିକେଟର (Bengal Cricket) ସେବା କରିଥିଲେ । ଗୌତମ ଶୋମ (Gautam Shome) ୧୯୮୪ରୁ ଦୁଇ ବର୍ଷ ପାଇଁ ବଙ୍ଗଳାର ପ୍ରତିନିଧିତ୍ୱ କରିଥିଲେ ଓ ୧୭ ୱିକେଟ୍ ନେଇଥିଲେ । ସିଏବି ଅଧ୍ୟକ୍ଷ ସ୍ନେହାଶିଶ ଗାଙ୍ଗୁଲି (CAB President Snehasish Ganguly) ତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରୁ ହଠାତ୍ ବାହାର ହେଲେ ଏହି ଘାତକ ଖେଳାଳି

ଅଧିକ ପଢ଼ନ୍ତୁ:-କର୍ମଚାରୀ-ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ୧୮ ମାସର DA ବକେୟା ଉପରେ ନିଆଯିବ ନିଷ୍ପତ୍ତି; ମିଳିବ ୨ ଲକ୍ଷରୁ ଅଧିକ ଟଙ୍କା

ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ଲାଗୁ ହୋଇ ନଥାଏ ଆୟକର ଆଇନ, କୋଟି କୋଟି ଟଙ୍କାର ଆୟ ଉପରେ ମଧ୍ୟ ଆଦାୟ କରାଯାଏ ନାହିଁ ଟିକସ; ଜାଣନ୍ତୁ ଏହାର କାରଣ