FIFA World Cup 2022ରେ ୱେଲ୍ସ-ଇରାନ ମ୍ୟାଚରେ ଘଟିଲା ବଡ଼ ଅଘଟଣ, ଶୋକରେ ସାରା ଦୁନିଆ
Advertisement

FIFA World Cup 2022ରେ ୱେଲ୍ସ-ଇରାନ ମ୍ୟାଚରେ ଘଟିଲା ବଡ଼ ଅଘଟଣ, ଶୋକରେ ସାରା ଦୁନିଆ

FIFA World Cup 2022: ଫୁଟବଲ ମ୍ୟାଚ୍ ବ୍ୟତୀତ ଫିଫା ବିଶ୍ୱକପରେ ବାରମ୍ବାର ବିବାଦ ଓ ଦୁର୍ଘଟଣା ଘଟି ଚାଲିଛି । ଆଜି (ରବିବାର) ଅର୍ଥାତ ନଭେମ୍ୱର ୨୭ରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ହୃଦଘାତ ଯୋଗୁଁ ଜଣେ ଫ୍ୟାନ୍ସଙ୍କ ମୃତ୍ୟୁ ଘଟିଛି । 

FIFA World Cup 2022ରେ ୱେଲ୍ସ-ଇରାନ ମ୍ୟାଚରେ ଘଟିଲା ବଡ଼ ଅଘଟଣ, ଶୋକରେ ସାରା ଦୁନିଆ

FIFA World Cup 2022: କାତାରରେ ଫିଫା ବିଶ୍ୱକପ୍ ୨୦୨୨ (Qatar FIFA World Cup 2022) ଚାଲିଛି । ଚଳିତ ବର୍ଷ ଫିଫା ବିଶ୍ୱକପ ୨୦୨୨ (FIFA World Cup 2022)  ରେ ଅନେକ ବିବାଦ ଦେଖାଦେଇଛି । ଏହାସହ ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭରେ ଅଲଟପାଲଟ ମଧ୍ୟ ଦେଖିବାକୁ ମିଳିଛି । ଏହାସହ ପ୍ରତିଦିନ ଆକର୍ଷଣୀୟ ମ୍ୟାଚ୍ ଦେଖିବାକୁ ମିଳୁଛି । କିନ୍ତୁ ଫୁଟବଲ ମ୍ୟାଚ୍ ବ୍ୟତୀତ ଫିଫା ବିଶ୍ୱକପରେ ବାରମ୍ବାର ବିବାଦ ଓ ଦୁର୍ଘଟଣା ଘଟି ଚାଲିଛି । ଆଜି (ରବିବାର) ଅର୍ଥାତ ନଭେମ୍ୱର ୨୭ରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏହି ଟୁର୍ଣ୍ଣାମେଣ୍ଟର ଏକ ମ୍ୟାଚରେ ହୃଦଘାତ ଯୋଗୁଁ ଜଣେ ଫ୍ୟାନ୍ସ (Wales Fan) ଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ୱେଲ୍ସ ଦଳର ଜଣେ ପ୍ରଶଂସକଙ୍କର ମୃତ୍ୟୁ ଘଟିଛି । ବିଶ୍ୱକପ ଦେଖିବା ପାଇଁ କାତାରକୁ ଆସିଥିବା ୬୨ ବର୍ଷୀୟ କେଭିନ ଡେଭିସ୍ ହୃଦଘାତରେ ଶିକାର ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ଘଟିଛି ।

ଦି ମିରର ରିପୋର୍ଟ ଅନୁଯାୟୀ, କେଭିନ ଡେଭିସ୍ ପ୍ରାୟ ଦଶ ଦିନ ପୂର୍ବରୁ କାତାର ଯାତ୍ରା କରିଥିଲେ । ଯେଉଁଠାରେ ସେ ଇଂଲଣ୍ଡ, ଆମେରିକା ଏବଂ ଇରାନ ବିପକ୍ଷରେ ୱେଲ୍ସର ମ୍ୟାଚ୍ ଦେଖିବାକୁ ଆସିଥିଲେ । କେଭିନ ଡେଭିସ୍ ନିଜ ବନ୍ଧୁ ଓ ପରିବାର ସହିତ କାତାରକୁ ଆସିଥିଲେ । ଇରାନ ବିରୋଧରେ ଯେତେବେଳେ ୱେଲ୍ସ ୦-୨ରେ ପରାସ୍ତ ହୋଇଥିଲା ସେତେବେଳେ ସେହି ମ୍ୟାଚକୁ କେଭିନ ଦେଖିପାରି ନଥିଲେ । ଏହି ସମୟରେ କେଭିନ ଡେଭିସଙ୍କୁ ତାଙ୍କ ହୋଟେଲ ରୁମରେ ହାର୍ଟ ଆଟାକ୍ ଆସିଥିଲା, ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଫୁଟବଲ ଆସୋସିଏସନ୍ ଅଫ୍ ୱେଲ୍ସ ମଧ୍ୟ କେଭିନ ଡେଭିସଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । କେଭିନ ଡେଭିସଙ୍କୁ ଦଳର ଜଣେ ମହାନ ପ୍ରଶଂସକ ବୋଲି ବର୍ଣ୍ଣନା କରିଛନ୍ତି ।

କେଭିନ ଡେଭିସଙ୍କ ମୃତଦେହକୁ ଘରକୁ ଫେରାଇ ଆଣିବା ପାଇଁ ୱେଲ୍ସ ବର୍ତ୍ତମାନ ଉଦ୍ୟମ କରୁଛି । ୱେଲ୍ସ ପାଇଁ ଏହି ବିଶ୍ୱକପ୍ ଅତ୍ୟନ୍ତ ଖାସ୍ । କାରଣ ୧୯୫୮ ପରଠାରୁ ଏହା ପ୍ରଥମ ଥର ପାଇଁ ୱେଲ୍ସ ଫିଫା ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ କେଭିନ ଡେଭିସଙ୍କ ପରି ହଜାର ହଜାର ପ୍ରଶଂସକ ୱେଲ୍ସରୁ କାତାରରେ ପହଞ୍ଚିଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, କାତାରରେ ଚାଲିଥିବା ବିଶ୍ୱକପ ୨୦୨୨ରେ ଅନେକ ଦୁର୍ଘଟଣା ଓ ବିବାଦ ଦେଖାଯାଉଛି । ବିଗତ ଦିନରେ ନିଜେ ଫ୍ୟାନ ଭିଲେଜ ନିକଟରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଥିଲା, ଏହି ଅଗ୍ନିକାଣ୍ଡରେ ଏକ କୋଠାରେ ନିଆଁ ଲାଗିଯାଇଥିଲା । ଯାହା ଷ୍ଟାଡିୟମଠାରୁ ଅଳ୍ପ ଦୂରରେ ଉପସ୍ଥିତ ଅଛି । ବିଗତ ଦିନରେ ଏହି ଷ୍ଟାଡିୟମରେ ଆର୍ଜେଣ୍ଟିନା ଓ ମେକ୍ସିକୋ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା ।

ଅଧିକ ପଢ଼ନ୍ତୁ:-ମ୍ୟାଚ୍ ନ ଖେଳି ବି Sanju Samson ଏହି କାମ କରି ଜିତି ନେଲେ ସମସ୍ତଙ୍କ ହୃଦୟ, ଦେଖନ୍ତୁ ଭାଇରାଲ୍ Video

ଅଧିକ ପଢ଼ନ୍ତୁ:-Lionel Messiଙ୍କ ଚମତ୍କାର! ଚାରି ଖେଳାଳିଙ୍କ ମଧ୍ୟରୁ ବଲ୍ କଲେ ବାହାର ଓ କଲେ ଗୋଲ୍, ଦେଖନ୍ତୁ VIDEO

ଅଧିକ ପଢ଼ନ୍ତୁ:-ପ୍ରେମିକା ସହ ଶାରୀରିକ ସମ୍ପର୍କ ଗଢ଼ୁଥିବାବେଳେ ବ୍ୟକ୍ତିଙ୍କ ମୃତ୍ୟୁ, ଯୁବତୀ କଲେ ଏପରି କିଛି ଯାହା ଜାଣିଲେ ଆପଣଙ୍କ ଉଡ଼ିଯିବ ହୋସ୍!

 

ଏଠାରେ କହି ରଖୁଛୁ ଯେ, ଫିଫା ବିଶ୍ୱକପ୍ ୨୦୨୨ର ଆରମ୍ଭ ଅଲ ବାଇଟ ଷ୍ଟାଡିୟମରେ ଏକ ରଙ୍ଗୀନ କାର୍ଯ୍ୟକ୍ରମରେ ସହ ହୋଇଥିଲା । ଏହାପୂର୍ବରୁ ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୬୦ ହଜାର ପ୍ରଶଂସକ ବିଶ୍ୱକପ ଟ୍ରଫିର ଝଲକ ପାଇଥିଲେ । ଯାହା ପରେ ଏହି ଉଦଘାଟନୀ ସମାରୋହ ଆରମ୍ଭ ହୋଇଥିଲା । ଅଲ ବାଇଟ ଷ୍ଟାଡିୟମରେ ବହୁ ସଂଖ୍ୟାରେ ପ୍ରଶଂସକଙ୍କ କୋଳାହଳ ମଧ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ପ୍ରଶଂସକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା ।