FIFA World Cup 2022: ଲିଓନେଲ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଏହି କନେକଶନ ବିଷୟରେ ଜାଣିଛନ୍ତି କି ଆପଣ? ଏହା ମଧ୍ୟ ବିଜୟର କାରଣ
Advertisement

FIFA World Cup 2022: ଲିଓନେଲ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଏହି କନେକଶନ ବିଷୟରେ ଜାଣିଛନ୍ତି କି ଆପଣ? ଏହା ମଧ୍ୟ ବିଜୟର କାରଣ

FIFA World Cup 2022 Lionel Messi:  ଏହି ବିଜୟ ସହ ଆର୍ଜେଣ୍ଟିନା ଷ୍ଟାର୍ ଖେଳାଳି ଲିଓନେଲ ମେସିଙ୍କୁ ବିଦାୟ ଦେଇଛି । ଫିଫା ବିଶ୍ୱକପ ୨୦୨୨ ଟ୍ରଫି ଜିତିବା ପରେ ଲିଓନେଲ ମେସି ମଧ୍ୟ ଖୁସିରେ ଗଦଗଦ୍ ଥିବାର ନଜରକୁ ଆସିଥିଲେ । କିନ୍ତୁ ଲିଓନେଲ ମେସି ଓ ଗଡ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକରଙ୍କ ମଧ୍ୟରେ ଏକ କନେକଶନ୍ ବିଷୟରେ ଅନେକ ଚର୍ଚ୍ଚା ହେଉଛି, ଆସନ୍ତୁ ଆପଣଙ୍କୁ ଆଜି ଆମେ ଏହି ସଂଯୋଗ ବିଷୟରେ କହିବୁ...

FIFA World Cup 2022:  ଲିଓନେଲ ମେସି ଓ ସଚିନ ତେନ୍ଦୁଲକରଙ୍କ ମଧ୍ୟରେ ଏହି କନେକଶନ ବିଷୟରେ ଜାଣିଛନ୍ତି କି ଆପଣ? ଏହା ମଧ୍ୟ ବିଜୟର କାରଣ

FIFA World Cup 2022 Lionel Messi: ଆର୍ଜେଣ୍ଟିନା ଗତକାଲି (ରବିବାର) ଅର୍ଥାତ ଡିସେମ୍ୱର ୧୮ରେ ଫ୍ରାନ୍ସକୁ ପରାସ୍ତ କରି ଫିଫା ବିଶ୍ୱକପ ୨୦୨୨ ଟାଇଟଲ (FIFA World Cup 2022 Trophy) ଜିତି ନେଇଛି । ଏହି ବିଜୟ ସହିତ ଆର୍ଜେଣ୍ଟିନା (FIFA World Cup Champion Argentina) ର ୩୬ ବର୍ଷ ଧରି ବିଶ୍ୱକପ ଜିତିବାର ସ୍ୱପ୍ନ ମଧ୍ୟ ପୂରଣ ହୋଇପାରିଛି । ଏହି ବିଜୟ ସହ ଆର୍ଜେଣ୍ଟିନା ଷ୍ଟାର୍ ଖେଳାଳି ଲିଓନେଲ ମେସି (Lionel Messi) ଙ୍କୁ ବିଦାୟ ଦେଇଛି । ଫିଫା ବିଶ୍ୱକପ ୨୦୨୨ ଟ୍ରଫି ଜିତିବା ପରେ ଲିଓନେଲ ମେସି (Messi) ମଧ୍ୟ ଖୁସିରେ ଗଦଗଦ୍ ଥିବାର ନଜରକୁ ଆସିଥିଲେ । କିନ୍ତୁ ଲିଓନେଲ ମେସି ଓ ଗଡ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକର (Sachin Tendulkar) ଙ୍କ ମଧ୍ୟରେ ଏକ କନେକଶନ୍ ବିଷୟରେ ଅନେକ ଚର୍ଚ୍ଚା ହେଉଛି, ଆସନ୍ତୁ ଆପଣଙ୍କୁ ଆଜି ଆମେ ଏହି ସଂଯୋଗ ବିଷୟରେ କହିବୁ...

ପ୍ରକୃତରେ ଫୁଟବଲ ଷ୍ଟାର୍ ଲିଓନେଲ ମେସି (Lionel Messi) ଓ ଗଡ ଅଫ୍ କ୍ରିକେଟ୍ ସଚିନ୍ ତେନ୍ଦୁଲକର (Sachin Tendulkar) ଙ୍କ ଜର୍ସି ନମ୍ୱର ୧୦ ରହିଛି । ଯେଉଁଥିପାଇଁ ଏହା ଚର୍ଚ୍ଚା ହେଉଛି ଯେ କ୍ରୀଡା ଜଗତରେ ଜର୍ସି ନମ୍ବର ୧୦ ପିନ୍ଧିଥିବା ଖେଳାଳିଙ୍କୁ ଭବ୍ୟ ବିଦାୟ ମିଳିଥାଏ । ଯଦିଓ ଏହା ମଧ୍ୟ ଏକ ଅପବାଦ ହୋଇପାରେ, କିନ୍ତୁ ଏପର୍ଯ୍ୟନ୍ତ ଏହା କ୍ରିକେଟ୍ ଓ ଫୁଟବଲରେ ଦେଖାଯାଇଛି । ଯେଉଁଥିପାଇଁ ମେସି ଓ ସଚିନଙ୍କ ଏହି ସଂଯୋଗ ବିଷୟରେ ଆଲୋଚନା କରାଯାଇଛି ।

ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ପୂର୍ବରୁ ଘୋଷଣା କରିସାରିଛନ୍ତି ଯେ, ସେ ଏହି ବିଶ୍ୱକପ ପରେ ଖେଳିବେ ନାହିଁ, ଏପରି ପରିସ୍ଥିତିରେ ତାଙ୍କ ଦଳ ମଧ୍ୟ ବିଶ୍ୱକପ ବିଜୟ ସହ ତାଙ୍କ ଅଧିନାୟକଙ୍କୁ ବିଦାୟ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ । ବିଶେଷ କଥା ହେଉଛି ଏହା ଯେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସି ତାଙ୍କ ଫୁଟବଲ କ୍ୟାରିୟରରେ ୧୦ ନମ୍ବର ଜର୍ସି ପିନ୍ଧିଥିଲେ । ଏଭଳି ପରିସ୍ଥିତିରେ ତାଙ୍କ ଦଳ ତାଙ୍କୁ ଏକ ଭବ୍ୟ ସ୍ମରଣୀୟ ବିଦାୟ ଦେଇଛି ।

ଏହା ବି ପଢ଼ନ୍ତୁ:-ଋଷଭ ପନ୍ତଙ୍କ ଘର ଆଗରେ ଡଜନ ଡଜନ ଖୁଣ୍ଟ ପୋତିଲା ରେଲୱେ, ଜାଣନ୍ତୁ ଏହା ପଛର କାରଣ

ଏହା ବି ପଢ଼ନ୍ତୁ:-ନୂଆ ବର୍ଷରେ ଆସିବ ୧୦୦୦ ଟଙ୍କାର ନୂଆ ନୋଟ୍, ବନ୍ଦ ହେବ ୨୦୦୦ ଟଙ୍କିଆ ନୋଟ୍! ସରକାର ଦେଲେ ବଡ଼ ସୂଚନା

ଏହା ବି ପଢ଼ନ୍ତୁ:-ଦୀପିକା ପାଦୁକୋନ ଦେଶକୁ କଲେ ଗୌରବାନ୍ୱିତ, ଫିଫା ବିଶ୍ୱକପ ଟ୍ରଫି ଲଞ୍ଚ କରିଥିବା ପ୍ରଥମ ଭାରତୀୟ

 

ସେପଟେ ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୧୦ ନମ୍ବର ଜର୍ସି ପିନ୍ଧୁଥିଲେ, ତାଙ୍କୁ କ୍ରିକେଟର ଭଗବାନ କୁହାଯାଏ । କିନ୍ତୁ ପାଞ୍ଚଟି ବିଶ୍ୱକପ ଖେଳିବା ପରେ ମଧ୍ୟ ଟିମ୍ ଇଣ୍ଡିଆ ଟାଇଟଲରୁ ବଞ୍ଚିତ ହୋଇଥିଲେ, ଯାହାର ଦୁଃଖ ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ଥିଲା । ଏଭଳି ପରିସ୍ଥିତିରେ ୨୦୧୧ରେ ବିଶ୍ୱକପ ସଚିନଙ୍କ ଶେଷ ବିଶ୍ୱକପ ଥିଲା । ଏହି ବିଶ୍ୱକପରେ ଟିମ୍ ଇଣ୍ଡିଆ ସମ୍ପୂର୍ଣ୍ଣ ଜୋର ଲଗାଇ ଥିଲେ ଓ ୨୮ ବର୍ଷ ପରେ କ୍ରିକେଟ୍ ବିଶ୍ୱକପ୍ ବିଜୟ ସହ ସଚିନଙ୍କୁ ସ୍ମରଣୀୟ ବିଦାୟ ଦେଇଥିଲା । ଯଦିଓ ସଚିନ୍ ତେନ୍ଦୁଲକର କ୍ରିକେଟ୍ ଖେଳିଥିଲେ ମଧ୍ୟ ପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ସିରିଜରେ ସେ କ୍ରିକେଟରୁ ଅବସର ନେଇଥିଲେ ।