FIFA World Cup Trophy: ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ
Advertisement

FIFA World Cup Trophy: ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ

FIFA World Cup Trophy: ହୃଦୟ ସ୍ପନ୍ଦନ ବଢ଼ାଇଥିବା ଦେଇଥିବା ଫାଇନାଲ୍ ମ୍ୟାଚରେ ରବିବାର (ଡିସେମ୍ବର  ୧୮) ଦିନ ଆର୍ଜେଣ୍ଟିନା ଫ୍ରାନ୍ସ ଦଳ ବିପକ୍ଷରେ ପେନାଲ୍ଟି ସୁଟ୍ ଆଉଟ୍ ଜିତିଥିଲା ।​ ଅତିରିକ୍ତ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବରାବର ରହିଥିଲା । ଏହା ପରେ ବିଶ୍ୱ ଚାମ୍ପିଅନ୍ ନିଷ୍ପତ୍ତି କରିବା ପାଇଁ ସୁଟ୍ ଆଉଟ୍ କରାଯାଇଥିଲା ।

FIFA World Cup Trophy: ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ଦଳକୁ ମିଳିନି ଅସଲ ବିଶ୍ୱକପ ଟ୍ରଫି, ଜାଣନ୍ତୁ କାରଣ

FIFA World Cup Trophy: କାତାରରେ ଖେଳାଯାଇଥିବା ଫିଫା ବିଶ୍ୱକପ (FIFA World Cup Qatar 2022) ରେ ଲିଓନେଲ ମେସି (Lionel Messi) ଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଦଳ (Argentina) ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ଟାଇଟଲ ହାସଲ କରିଛି । ହୃଦୟ ସ୍ପନ୍ଦନ ବଢ଼ାଇଥିବା ଦେଇଥିବା ଫାଇନାଲ୍ ମ୍ୟାଚ (FIFA World Cup Final 2022) ରେ ରବିବାର (ଡିସେମ୍ବର  ୧୮) ଦିନ ଆର୍ଜେଣ୍ଟିନା ଫ୍ରାନ୍ସ ଦଳ (Argentina vs Frnace) ବିପକ୍ଷରେ ପେନାଲ୍ଟି ସୁଟ୍ ଆଉଟ୍ ଜିତିଥିଲା ।​ ଅତିରିକ୍ତ ସମୟ ପର୍ଯ୍ୟନ୍ତ ମ୍ୟାଚ୍ ବରାବର ରହିଥିଲା । ଏହା ପରେ ବିଶ୍ୱ ଚାମ୍ପିଅନ୍ ନିଷ୍ପତ୍ତି କରିବା ପାଇଁ ସୁଟ୍ ଆଉଟ୍ କରାଯାଇଥିଲା । ଲିଓନେଲ ମେସି ନିଜର ଶେଷ ବିଶ୍ୱକପରେ ଦଳକୁ ଚାମ୍ପିଅନ୍‌ କରି ଏହି ମୁହୂର୍ତ୍ତକୁ ସ୍ମରଣୀୟ କରିପାରିଥିଲେ । କିନ୍ତୁ ଆର୍ଜେଣ୍ଟିନାକୁ ଅସଲ ଫିଫା ବିଶ୍ୱକପ ଟ୍ରଫି (FIFA World Cup Trophy) ସ୍ୱଦେଶକୁ ନେବାକୁ ଦିଆଯାଇ ନଥିଲା ।

ଫ୍ରାନ୍ସ ବିପକ୍ଷ ଫାଇନାଲ ମ୍ୟାଚରେ ପଡ଼ଆକୁ ଓହ୍ଲାଇ ପୂର୍ବରୁ ଲିଓନେଲ ମେସି (Lionel Messi) ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଥିଲେ । ସେ ପ୍ରଶଂସକମାନଙ୍କୁ ଏହି ବାର୍ତ୍ତା ଦେଇଇଥିଲେ ଯେ, ବିଶ୍ୱକପ ୨୦୨୨ ଫାଇନାଲ ଆର୍ଜେଣ୍ଟିନା ପାଇଁ ତାଙ୍କର ଶେଷ ମ୍ୟାଚ୍ ହେବାକୁ ଯାଉଛି । ଏହା ପରେ ସେ ଦଳ ପାଇଁ ପଡ଼ିଆରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଓହ୍ଲାଇବେ ନାହିଁ । ଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିବା ପରେ ଆର୍ଜେଣ୍ଟିନା ଦଳକୁ ଅସଲ ଟ୍ରଫି ପ୍ରଦାନ କରାଯାଇଥିଲା, କିନ୍ତୁ ପରେ ଏହାକୁ ନିଆଯାଇଥିଲା । 

ଏଥିରେ ଆଶ୍ଚର୍ଯ୍ୟଜନକ କିଛି ନାହିଁ । କାରଣ ଏହା ହେଉଛି ଫିଫାର ଗାଇଡଲାଇନ । ଯେଉଁ ବି ଦଳ ବିଶ୍ୱକପ୍ ଟାଇଟଲ୍ ଜିତେ, ଏହାକୁ ଏହି ଟ୍ରଫି ଦିଆଯାଏ । କିନ୍ତୁ ଏହା କେବଳ ଉତ୍ସବ ପାଳନ କରିବାକୁ ଦିଆଯାଏ ପରେ ପରେ ଏହାକୁ ବିଜେତା ଦଳଠାରୁ ନେଇନିଆଯାଏ । ଆର୍ଜେଣ୍ଟିନା ଦଳକୁ ଏକ ନକଲ ଟ୍ରଫି ନେବା ଯିବାକୁ ମିଳିବ । ଏହା ଅସଲ ପରି ଯାହା ପିତ୍ତଳ ଉପରେ ସୁନା ଲଗାଇ ନିର୍ମିତ ହୋଇଛି ।

ଏହା ବି ପଢ଼ନ୍ତୁ:-ଆଲିଆ ଭଟ୍ଟ ଖୋଲିଲେ ନିଜ ସେକ୍ସ ଲାଇଫର ରହସ୍ୟ, କହିଲେ-ମୁଁ ରଣବୀରଙ୍କ ସହ ବେଡରେ...

ଏହା ବି ପଢ଼ନ୍ତୁ:-ପୁଣି ଖସିଲା ସୁନା ଦର, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍

ଏହା ବି ପଢ଼ନ୍ତୁ:-ଏହି ଭିଟାମିନର ଅଭାବ ଯୋଗୁଁ ଜଣେ ସୁସ୍ଥ ବ୍ୟକ୍ତି ବି ହୋଇଯାଆନ୍ତି ଦୁର୍ବଳ, ନିଜ ଖାଦ୍ୟରେ ସାମିଲ କରନ୍ତୁ ଏସବୁ ଜିନିଷ

ଏଠାରେ କହି ରଖୁଛୁ, ଲିଓନେଲ ମେସି (Lionel Messi) ଙ୍କ ସବୁଠୁ ବଡ଼ ସ୍ୱପ୍ନ ସାକାର ହୋଇଛି । ଫିଫା ବିଶ୍ୱକପ ୨୦୨୨ର ଫାଇନାଲ (FIFA World Cup Final 2022) ରେ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ବିଶ୍ୱକପ (FIFA World Cup Champion Argentina) ଜିତିଛି । ଏହି ଚମତ୍କାରର ଲେଖକ ହେଉଛନ୍ତି ଲିଓନେଲ ମେସି, ଯିଏ ନିଜ ଦମରେ ନିଜ ଦଳକୁ ଚାମ୍ପିୟନ କରାଇଛନ୍ତି । ଆଉ ୩୬ ବର୍ଷ ପରେ ଆର୍ଜେଣ୍ଟିନାର ସ୍ୱପ୍ନକୁ ପୂରଣ କରିଛନ୍ତି । ଦକ୍ଷିଣ ଆମେରିକାର ଦକ୍ଷିଣ ଭାଗରେ ପ୍ରାୟ ୫ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶ ଆର୍ଜେଣ୍ଟିନା ଆଜି ଖୁସିରେ ନାଚୁଛି । ଫୁଟବଲ ହେଉଛି ବିଶ୍ୱର ସର୍ବାଧିକ ଦେଖାଯାଉଥିବା ଖେଳ, ଯାହାର ବିଶ୍ୱକପ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି ।