FIFA lifts ban on AIFF: ଖୁସି ଖବର! ଦୁଲୁକିବ କଳିଙ୍ଗ ଷ୍ଟାଡିୟମ, ଭାରତରେ ହିଁ ହେବ Women's U-17 World Cup
Advertisement
Article Detail0/zeeodisha/odisha1321444

FIFA lifts ban on AIFF: ଖୁସି ଖବର! ଦୁଲୁକିବ କଳିଙ୍ଗ ଷ୍ଟାଡିୟମ, ଭାରତରେ ହିଁ ହେବ Women's U-17 World Cup

Women's U-17 World Cup, ତୃତୀୟ ପକ୍ଷ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗରେ ଗତ ଅଗଷ୍ଟ ୧୫ ତାରିଖରେ AIFFରୁ FIFA ନିଲମ୍ବନ କରିଥିଲା। ଏହା ସହ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ AIFFକୁ ପରିଚାଳନା କରୁଥିବା ତିନି ଜଣିଆ କମିଟିକୁ ସୁପ୍ରିମକୋର୍ଟ ଭଙ୍ଗ କରିଛି। ବର୍ତ୍ତମାନ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ AIFFକୁ ପରିଚାଳନା କରୁଥିବା ନେଇ ସୂଚନା ଦେବା ପରେ ଫିଫା ନିଷ୍ପତ୍ତି ବଦଳାଇଛି।

FIFA lifts ban on AIFF: ଖୁସି ଖବର! ଦୁଲୁକିବ କଳିଙ୍ଗ ଷ୍ଟାଡିୟମ, ଭାରତରେ ହିଁ ହେବ Women's U-17 World Cup

Women's U-17 World Cup, ନୂଆଦିଲ୍ଲୀ: ଭାରତରେ ହିଁ ହେବ ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ। ଶୁକ୍ରବାର ବିଶ୍ୱ ଫୁଟବଲ ପରିଚାଳନା ସଂଘ, FIFA ଏହାକୁ ସ୍ପଷ୍ଟ କରିଛି। ୧୧ ଦିନର ନିଲମ୍ବନ ପରେ AIFF ଉପରୁ FIFA କଟକଣା ହଟାଇଛି। ସୋମବାର ସୁପ୍ରିମକୋର୍ଟ ତିନି ଜଣିଆ କିମିଟିକୁ ଭଙ୍ଗ କରିବା ପରେ ସଂଘ ଏହି ନିଷ୍ପତ୍ତି ନେଇଛି। ଯାହା ପରେ ଓଡିଶାରେ Women's U-17 World Cup ଆୟୋଜନକୁ ପୁଣିଥରେ ଗ୍ରୀନ ସିଗନାଲ ମିଳିଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ସମସ୍ତି ଲିଗ ମ୍ୟାଚ ଖେଳାଯିବାକୁ ପୂର୍ବରୁ ନିଷ୍ପତିତି ନିଆଯାଇଥିଲା। ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ଅକ୍ଟୋବରରେ ଅନୁଷ୍ଠିତ ହେବାର ଅଛି।

ତୃତୀୟ ପକ୍ଷ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗରେ ଗତ ଅଗଷ୍ଟ ୧୫ ତାରିଖରେ AIFFରୁ FIFA ନିଲମ୍ବନ କରିଥିଲା। ଏହା ସହ ଭାରତରେ ୧୭ ବର୍ଷରୁ କମ ମହିଳା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ AIFFକୁ ପରିଚାଳନା କରୁଥିବା ତିନି ଜଣିଆ କମିଟିକୁ ସୁପ୍ରିମକୋର୍ଟ ଭଙ୍ଗ କରିଛି। ବର୍ତ୍ତମାନ କାର୍ଯ୍ୟକାରୀ ସାଧାରଣ ସମ୍ପାଦକ AIFFକୁ ପରିଚାଳନା କରୁଥିବା ନେଇ ସୂଚନା ଦେବା ପରେ ଫିଫା ନିଷ୍ପତ୍ତି ବଦଳାଇଛି। ୮୫ ବର୍ଷ ଇତିହାସରେ ପ୍ରଥମ ଥର ଭାରତୀୟ ଫୁଟବଲ ସଂଘ ଉପରେ ଲାଗିଥିବା କଟକଣାରକୁ ୧୧ ଦିନ ପରେ ହଟାଯାଇଛି। ତେବେ ଖୁବଶୀଘ୍ର AIFF ନିର୍ବାଚନ ହେବ। ଏହା ଉପରେ ଉଭୟ AFC ଓ ଫିଫା ନଜର ରଖିଛନ୍ତି। ଠିକ୍ ସମୟରେ ଏହାର ନିର୍ବାଚନ ଆୟୋଜନ କରିବାରେ AIFFକୁ ସମର୍ଥନ କରିବ ବୋଲି କହିଛି।

Also Read: ଭାରତୀୟ ଫୁଟବଲ ସଂଘକୁ ନିଲମ୍ବନ କଲା ଫିପା, ଓଡ଼ିଶାରେ ହେବନି ବିଶ୍ୱକପ

ସେପ୍ଟେମ୍ବର ୨ରେ AIFFର ନିର୍ବାଚନ ଆୟୋଜନ କରିବାର କାର୍ଯ୍ୟକ୍ରମ ରହିଛି, ଯେଉଁଥିରେ ପୂର୍ବତନ ଭାରତୀୟ ଅଧିନାୟକ ଭାଇଚୁଙ୍ଗ ଭୁଟିଆ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ଦୀର୍ଘ ସମୟ ଧରି ନିର୍ବାଚନ ଆୟୋଜନ କରିବାରେ ବିଫଳ ହେବାରୁ AIFFର ପୂର୍ବ ନେତୃତ୍ୱ ସୁପ୍ରିମକୋର୍ଟଙ୍କ ଦ୍ୱାରା ବହିଷ୍କୃତ ହୋଇଥିଲେ। ଆଉ ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଟେଲ ତାଙ୍କ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଆଉ ଗତ ମେ ମାସରେ AIFFକୁ ପରିଚାଳନା କରିବା ପାଇଁ ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା। FIFAର ନିର୍ଦ୍ଦେଶାବଳୀ ଅନୁସାରେ ଏହା ବେଆଇନ ଥିଲା। ବାରମ୍ବାର ନିର୍ବାଚନ କରିବାକୁ FIFA ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା AIFF ତାହାକୁ କର୍ଣ୍ଣପାତ କରିନଥିଲା। ଶେଷରେ ବାଧ୍ୟ ହୋଇ AIFFକୁ ଫିଫା ନିଲମ୍ବିତ କରିଥିଲା।

fallback

AIFF ଉପରୁ ପ୍ରତିବନ୍ଧକ ହଟାଇବା ସହ ଆସନ୍ତା ୧୧ରୁ ୩୦ରେ ହେବାକୁ ଥିବା Women's U-17 World Cup ପୂର୍ବ ଯୋଜନା ଅନୁଯାୟୀ ଭାରତରେ ଅନୁଷ୍ଠିତ ହେବ ବୋଲି ଫିଫା କହିଛି। ବିଶ୍ୱକପ ଆୟୋଜନ ଭାରତ ପାଇଁ ଏକ ବିରାଟ ସୁଯୋଗ। କାରଣ ବିଶ୍ୱକପ୍ ଆୟୋଜକ ଜାତୀୟ ଦଳକୁ ସିଧାସଳଖ  ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ମିଳିଥାଏ। ଫଳରେ ଭାରତର ଉଭୟ ପୁରୁଷ ଏବଂ ମହିଳା ଦଳ ଏସୀୟ ଫୁଟବଲ୍ ଚାମ୍ପିଅନସିପ୍ ପରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ। AIFF ନିର୍ବାଚନ ପୂର୍ବରୁ ଅଧ୍ୟକ୍ଷ ପଦ ପାଇଁ ମନୋନୀତ ହୋଇଥିବା ଭାଇଚୁଙ୍ଗ ଭୁଟିଆ କହିଛନ୍ତି ଯେ, ଭାରତୀୟ ଫୁଟବଲକୁ ମାର୍ଗଦର୍ଶନ କରିବା ପାଇଁ ସେ ଜଣେ ସଠିକ୍ ବ୍ୟକ୍ତି ଏବଂ ରାଜନୀତିକୁ କ୍ରୀଡ଼ାରୁ ଦୂରେଇ ରଖିବା ଉଚିତ।