Team India Captain: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍
Advertisement
Article Detail0/zeeodisha/odisha1472651

Team India Captain: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍

Team India Captain: ସେମିଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆର ଅଧିନାୟକତ୍ୱରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଛି । ପରାଜୟ ପରେ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇବାର ଦାବି ଜୋର ଧରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ପାଇଁ ଅନେକ ଭେଟେରାନ କ୍ରିକେଟରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଛି । 

Team India Captain: ଟିମ୍ ଇଣ୍ଡିଆର ନୂଆ ଅଧିନାୟକଙ୍କୁ ନେଇ ପୂର୍ବତନ କ୍ରିକେଟର ଦେଲେ ବଡ଼ ବୟାନ, କହିଲେ-ହାର୍ଦ୍ଦିକ ନୁହେଁ ଏହି ଖେଳାଳିଙ୍କୁ ସୁଯୋଗ ମିଳିବା ଉଚିତ୍

Team India Captain: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି-20 ବିଶ୍ୱକପ୍ (T20 World Cup 2022) ରେ ଭାରତୀୟ ଦଳ (Indian Team) ର ଅଭିଯାନ ସେମିଫାଇନାଲରେ ଶେଷ ହୋଇଥିଲା । ସେମିଫାଇନାଲରେ ପରାଜୟ ପରେ ଟିମ୍ ଇଣ୍ଡିଆ (Team India) ର ଅଧିନାୟକତ୍ୱରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଚାଲିଛି । ପରାଜୟ ପରେ ରୋହିତ ଶର୍ମା (Rohit Sharma) ଙ୍କୁ ଅଧିନାୟକତ୍ୱରୁ ହଟାଇବାର ଦାବି ଜୋର ଧରିଛି । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କୁ ଅଧିନାୟକ କରିବା ପାଇଁ ଅନେକ ଭେଟେରାନ କ୍ରିକେଟରଙ୍କ ଦ୍ୱାରା ପରାମର୍ଶ ଦିଆଯାଇଛି । ସେପଟେ ଭାରତର ପୂର୍ବତନ କ୍ରିକେଟର ମଣିନ୍ଦର ସିଂ (Maninder Singh) ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚ୍ୟାଲେଞ୍ଜରଙ୍କ ନାମ ଖୁଲାସା କରିଛନ୍ତି ।

ପ୍ରକୃତରେ ବାଂଲାଦେଶକୁ ହରାଇବା ପରେ ସୋନି ସ୍ପୋର୍ଟସ ନେଟୱାର୍କରେ ଆୟୋଜିତ ଏକ ଶୋ’ରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ମଣିନ୍ଦର ସିଂ (Maninder Singh) କହିଛନ୍ତି ଯେ, ରୋହିତ ଶର୍ମା (Rohit Sharma) ଙ୍କ ବଦଳରେ ଶ୍ରେୟସ ଆୟର ଙ୍କୁ ଦଳର ଅଧିନାୟକ କରାଯିବା ଆବଶ୍ୟକ । ଶ୍ରେୟସ ଆୟର (Shreyas Iyer) ଜଣେ ଦମଦାର୍ ଖେଳାଳି ଓ ମୁଁ ତାଙ୍କୁ ଆଇପିଏଲ (IPL) ରେ ତାଙ୍କର ଅଧିନାୟକତ୍ୱ ଦେଖିଛି । ସେ ବହୁତ ସକାରାତ୍ମକ ଓ ସର୍ବଦା ଭଲ ନିଷ୍ପତ୍ତି ନିଅନ୍ତି । ସେ ସବୁବେଳେ ଗ୍ୟାପରେ ସଟ୍ ଖେଳନ୍ତି ଓ ଷ୍ଟ୍ରାଇକକୁ ମଝିରେ ରୋଟେଟ୍ କରନ୍ତି, ଯାହା ଦ୍ୱାରା ଦଳ ଚାପରେ ପଡ଼େ ନାହିଁ ।

ଆପଣଙ୍କୁ କହି ରଖୁଛୁ ଯେ, ପୂର୍ବରୁ ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀ ଭାରତୀୟ ଦଳର ଅଧିନାୟକ ଭାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସମର୍ଥନ କରିଥିଲେ । ସେମାନେ କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଅତ୍ୟନ୍ତ ଦମଦାର୍ ଫର୍ମରେ ଅଛନ୍ତି । ସେ ଗୁଜୁରାଟ ଟାଇଟାନ୍ସର ମଧ୍ୟ ଭଲ ଅଧିନାୟକତ୍ୱ କରି ଦଳକୁ ଜିତାଇଛନ୍ତି । ସେପଟେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜରେ ସେ ଦଳର କମାଣ ମଧ୍ୟ ନିଜ ହାତକୁ ନେଇଥିଲେ ଓ ସିରିଜକୁ ୧-୦ରେ ଜିତିଥିଲେ ।

ସେହି ସମୟରେ ରବି ଶାସ୍ତ୍ରୀ (Ravi Shastri) କହିଥିଲେ ଯେ,  ଜଣେ ନୂଆ ଟି-20 ଅଧିନାୟକ (T20 Captain) ଚିହ୍ନଟ କରିବାରେ କୌଣସି କ୍ଷତି ନାହିଁ ଓ ଯଦି ତାଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy), ତେବେ ଏପରି ହିଁ ହେଉ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ଚଳିତ ବର୍ଷ ଜୁନରେ ଆୟର୍ଲାଣ୍ଡ ଗସ୍ତରେ ୨-୦ରେ ଟି-20 ସିରିଜ୍ ଜିତିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଅଧିନାୟକତ୍ୱରେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ୍ ୨୦୨୨ରେ ଟାଇଟଲ୍ ଜିତାଇଥିଲେ । 

ଏହା ବି ପଢ଼ନ୍ତୁ:-ପିଇଲେ ମଦ, ଖାଇଲେ ଭାୟାଗ୍ରା ଏବଂ କଲେ ସେକ୍ସ; କିନ୍ତୁ ଏହି ସମୟରେ ଘଟିଲା ଏପରି କିଛି ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍

ଏହା ବି ପଢ଼ନ୍ତୁ:-ବଡ଼ ଧରଣର ଭୂ-ସ୍ଖଳନ; ୩୪ ମୃତ, ଏକାଧିକ ଗୁରୁତର

ଅଧିକ ପଢ଼ନ୍ତୁ:-ଘରର ଏହି ଦିଗରେ ଲଗାହୋଇଥିବା ବେଲ ଗଛ ଆପଣଙ୍କୁ କରିଦେବ ମାଲାମାଲ, ଭୋଲେନାଥ ଦୂର କରିବେ ସବୁ ସଙ୍କଟ

ସେହିପରି ଅଗଷ୍ଟରେ ଆମେରିକାର ଲାଉଡେରହିଲରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପଞ୍ଚମ ଟି-20ରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandy) ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରିଥିଲେ । ଏହି ମ୍ୟାଚକୁ ଭାରତୀୟ ଦଳ ୮୮ ରନରେ ଜିତି ସିରିଜକୁ ୪-୧ ସିରିଜ୍ ଜିତି ନେଇଥିଲା । ରବି ଶାସ୍ତ୍ରୀ (Ravi Shastri) କହିଛନ୍ତି ଯେ, "ଟି-20 କ୍ରିକେଟ୍ ପାଇଁ ନୂଆ ଅଧିନାୟକ ହେବାର କୌଣସି କ୍ଷତି ନାହିଁ, କାରଣ କ୍ରିକେଟ୍ ପରିମାଣ ଏତେ ଯେ ଜଣେ ଖେଳାଳିଙ୍କ ପାଇଁ ତିନୋଟି ଫର୍ମାଟ୍ ଖେଳିବା ସହଜ ହେବ ନାହିଁ । ଯଦି ରୋହିତ ଶର୍ମା (Rohit Sharma) ପୂର୍ବରୁ ଟେଷ୍ଟ ଓ ଏକଦିବସୀୟ (ODI) ରେ ଖେଳୁଛନ୍ତି, ତେବେ ଜଣେ ନୂଆ ଟି-20 ଅଧିନାୟକ ଚିହ୍ନଟ କରିବାରେ କୌଣସି କ୍ଷତି ନାହିଁ । ଯଦି ତାଙ୍କ ନାମ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), ତେବେ ଏପରି ହିଁ ହେଉ ।"