ଏଜବାଷ୍ଟନ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରୁଟ୍-ବେୟାରଷ୍ଟୋ ଯୋଗୁଁ ଇଂଲଣ୍ଡକୁ ମିଳିଲା ଐତିହାସିକ ବିଜୟ
Advertisement
Article Detail0/zeeodisha/odisha1245375

ଏଜବାଷ୍ଟନ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରୁଟ୍-ବେୟାରଷ୍ଟୋ ଯୋଗୁଁ ଇଂଲଣ୍ଡକୁ ମିଳିଲା ଐତିହାସିକ ବିଜୟ

England vs India 5th Test: ବର୍ମିଂଘମର ଏଜବାଷ୍ଟନରେ ଇଂଲଣ୍ଡ ଭାରତ ବିପକ୍ଷରେ ଇତିହାସ ସୃଷ୍ଟି କରିଛି । ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ସାତ ୱିକେଟରେ ପରାସ୍ତ କରିଛି । ଏହା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ରେ ଡ୍ର ହୋଇଛି । ଭାରତ ଇଂଲଣ୍ଡକୁ ୩୭୮ ରନର ଟାର୍ଗେଟ ଦେଇଥିଲା, ଯାହା ଆୟୋଜକ ଦଳ ମାତ୍ର ୩ ୱିକେଟ୍ ହରାଇ ହାସଲ

ଏଜବାଷ୍ଟନ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ, ରୁଟ୍-ବେୟାରଷ୍ଟୋ ଯୋଗୁଁ ଇଂଲଣ୍ଡକୁ ମିଳିଲା ଐତିହାସିକ ବିଜୟ

ନୂଆଦିଲ୍ଲୀ: England vs India 5th Test: ବର୍ମିଂଘମର ଏଜବାଷ୍ଟନରେ ଇଂଲଣ୍ଡ ଭାରତ ବିପକ୍ଷରେ ଇତିହାସ ସୃଷ୍ଟି କରିଛି । ଏହି ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟିମ ଇଣ୍ଡିଆକୁ ସାତ ୱିକେଟରେ ପରାସ୍ତ କରିଛି । ଏହା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୨-୨ରେ ଡ୍ର ହୋଇଛି ।

ଭାରତ ଇଂଲଣ୍ଡକୁ ୩୭୮ ରନର ଟାର୍ଗେଟ ଦେଇଥିଲା, ଯାହା ଆୟୋଜକ ଦଳ ମାତ୍ର ୩ ୱିକେଟ୍ ହରାଇ ହାସଲ କରିଛି । ଜୋ ରୁଟ୍ (Joe Root) ଓ ଜନି ବେୟାରଷ୍ଟୋ (Jonny Bairstow) ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ପାଇଁ ଚମତ୍କାର ବ୍ୟାଟିଂ କରିଛନ୍ତି । ରୁଟ୍ ୧୪୨ ରନର ସ୍କୋର କରିଥିବାବେଳେ ବେୟାରଷ୍ଟୋ ୧୧୪ ରନର ଅପରାଜିତ ମ୍ୟାଚ୍ ଜିତାଉ ଇନିଂସ ଖେଳିଛନ୍ତି । ଚତୁର୍ଥ ୱିକେଟ୍ ପାଇଁ ଉଭୟ ୨୬୯ ରନର ପାର୍ଟନରଶିପ୍ କରିଥିଲେ ।

ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ସବୁଠୁ ବଡ଼ ରନର ପିଛା କରି ବିଜୟ ହାସଲ କରିଛି । ପୂର୍ବରୁ ଇଂଲଣ୍ଡ ଟେଷ୍ଟରେ ୩୬୦ରୁ ଅଧିକ ରନର ଟାର୍ଗେଟକୁ ପିଛା କରିପାରି ନଥିଲା । ଏଥି ସହିତ ଭାରତ ବିପକ୍ଷରେ ପ୍ରଥମ ଥର ପାଇଁ କୌଣସି ଦଳ ୩୪୦ରୁ ଅଧିକ ରନର ଟାର୍ଗେଟକୁ ପିଛା କରିଛି । ପଞ୍ଚମ ଦିନର ଆରମ୍ଭ ସେସନରେ ଇଂଲଣ୍ଡ ୨୫୯/୩ରେ ଆଗକୁ ଖେଳିବା ଆରମ୍ଭ କରିଥିଲା । ଯେଉଁଠାରୁ ରୁଟ୍ ଓ ବେୟାରଷ୍ଟୋ ଚତୁର୍ଥ ଦିନରେ ଖେଳ ଛାଡିଥିଲେ, ସେମାନେ ଆଜି ବି ବିସ୍ଫୋରକ ଢଙ୍ଗରେ ଖେଳିବା ଜାରି ରଖିଥିଲେ । ଉଭୟ ଭାରତୀୟ ଦ୍ରୁତ ବୋଲରଙ୍କୁ ପ୍ରହାର କରି ଚୌକା ଓ ଛକା ଲଗାଇ ଚାଲିଥିଲେ ।

ଏହା ବି ପଢ଼ନ୍ତୁ:-ଏକାନାଥ ସିନ୍ଦେଙ୍କ ଉପରେ ବର୍ଷିଲେ ଉଦ୍ଧବ ଠାକରେ, କହିଲେ-ଗତକାଲି ରିକ୍ସା ଚାଳକଙ୍କ ରିକ୍ସା ଦ୍ରୁତ ବେଗରେ ଚାଲୁଥିଲା, କିନ୍ତୁ...

ଏହା ବି ପଢ଼ନ୍ତୁ:-ଗରିବ ଲୋକଙ୍କ ପାଇଁ ସରକାରଙ୍କ ବଡ଼ ଉପହାର! ଏହି ମାସ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ

ଏହା ବି ପଢ଼ନ୍ତୁ:-ଧୃତରାଷ୍ଟ୍ର, ଦରବାରୀ... ଉଦ୍ଧବ ଠାକରେଙ୍କ ଉପରେ ସିନ୍ଦେ ଗୋଷ୍ଠୀର ଆକ୍ରମଣ, ଜବାବ ଦେବାକୁ ମୈଦାନକୁ ଓହ୍ଲାଇଲେ ସଞ୍ଜୟ ରାଉତ

ଏହା ମଧ୍ୟରେ ରୁଟ୍ ୧୩୬ ବଲରେ ନିଜର ଶତକ ହାସଲ କରିଥିଲେ ଓ ବେୟାରଷ୍ଟୋ ୧୩୭ ବଲରେ ଶତକ ପୂରଣ କରି ମ୍ୟାଚରେ ଭାରତକୁ ସମ୍ପୂର୍ଣ୍ଣ ପଛରେ ପକାଇ ଦେଇଥିଲେ । ଏହି ଯୋଡି ୩୧୬ ବଲରେ ୨୬୯ ରନର ଏକ ଅଟୁଟ ପାର୍ଟନରଶିପ୍ ସ୍ଥାପନ କରି ଶେଷ ପର୍ଯ୍ୟନ୍ତ ଇଂଲଣ୍ଡକୁ ଏକ ଐତିହାସିକ ରନ୍ ଚେଜ କରିବାରେ ସାହାଯ୍ୟ କରିଥିଲେ । ଏହାସହ ଇଂଲଣ୍ଡ ଟିମ୍ ସାତ ୱିକେଟରେ ବିଜୟ ହାସଲ କରିବା ସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୨ରେ ଡ୍ର କରିଛି ।

ଏଜବାଷ୍ଟନ ଟେଷ୍ଟ

ଭାରତର ପ୍ରଥମ ଇନିଂସ- ୪୧୬ ରନ, ଋଷଭ ପନ୍ତ ୧୪୬, ରବିନ୍ଦ୍ର ଜାଡେଜା ୧୦୪

ଇଂଲଣ୍ଡର ପ୍ରଥମ ଇନିଂସ- ୨୮୪ ରନ, ଜନି ବେୟାରଷ୍ଟୋ ୧୦୬

ଭାରତର ଦ୍ୱିତୀୟ ଇନିଂସ- ୨୪୫ ରନ, ଚେତେଶ୍ୱର ପୂଜାରା ୬୬, ଋଷଭ ପନ୍ତ ୫୭ 
ଇଂଲଣ୍ଡର ଦ୍ୱିତୀୟ ଇନିଂସ- ୩୭୮/୩ ରନ, ଜୋ ରୁଟ୍ ୧୪୨, ଜନି ବେୟାରଷ୍ଟୋ ୧୧୪