Tim Southee: ଏହି ଧୁରନ୍ଧର ବୋଲର ଭାଙ୍ଗିଲେ ଏମଏସ ଧୋନିଙ୍କ ମହାରେକର୍ଡ
Advertisement

Tim Southee: ଏହି ଧୁରନ୍ଧର ବୋଲର ଭାଙ୍ଗିଲେ ଏମଏସ ଧୋନିଙ୍କ ମହାରେକର୍ଡ

Tim Southee: ପ୍ରଥମ ଇନିଂସରେ ଦୁଇଟି ବଡ଼ ଶତକ ଯୋଗୁଁ ଇଂଲଣ୍ଡ ନ୍ୟୁଜିଲାଣ୍ଡ ସମ୍ମୁଖରେ ଏକ ବଡ଼ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡର ଇନିଂସ ବେଶି ସମୟ ଧରି ତିଷ୍ଠି ପାରିନଥିଲା । ନ୍ୟୁଜିଲ୍ୟାଣ୍ଡ ଦଳର କୌଣସି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ଚାଲି ନଥିଲା । ଏହି ଇନିଂସରେ ଦଳର ବୋଲର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।

Tim Southee: ଏହି ଧୁରନ୍ଧର ବୋଲର ଭାଙ୍ଗିଲେ ଏମଏସ ଧୋନିଙ୍କ ମହାରେକର୍ଡ

Tim Southee Breaks MS Dhoni Record: ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚର ସିରିଜ (New Zealand vs England Test Series) ଖେଳାଯାଉଛି । ପ୍ରଥମ ଟେଷ୍ଟ (ENG vs NZ 1st Test) ରେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିଲା । ୱେଲିଙ୍ଗଟନରେ ଦ୍ୱିତୀୟ ଟେଷ୍ଟ (ENG vs NZ 2nd Test) ଖେଳାଯାଉଛି । ପ୍ରଥମ ଇନିଂସରେ ଦୁଇଟି ବଡ଼ ଶତକ ଯୋଗୁଁ ଇଂଲଣ୍ଡ ନ୍ୟୁଜିଲାଣ୍ଡ ସମ୍ମୁଖରେ ଏକ ବଡ଼ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡର ଇନିଂସ ବେଶି ସମୟ ଧରି ତିଷ୍ଠି ପାରିନଥିଲା । ନ୍ୟୁଜିଲ୍ୟାଣ୍ଡ ଦଳ (New Zealand Team) ର କୌଣସି ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ୍ ଚାଲି ନଥିଲା । ଏହି ଇନିଂସରେ ଦଳର ବୋଲର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିଛନ୍ତି ।

ନ୍ୟୁଜିଲ୍ୟାଣ୍ଡର ଦ୍ରୁତ ବୋଲର (New Zealand Fast Bowler) ଟିମ୍ ସାଉଥୀ (Tim Southee) ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ଟେଷ୍ଟ କ୍ରିକେଟରେ ଛକା ମାରିବାର ରେକର୍ଡ ଭାଙ୍ଗିଛନ୍ତି । ଟିମ୍ ସାଉଥୀ ଏମଏସ ଧୋନିଙ୍କୁ ପଛରେ ପକାଇ ତାଙ୍କଠାରୁ ଆଗକୁ ଯାଇଛନ୍ତି । ଏମଏସ ଧୋନି ଟେଷ୍ଟ କ୍ରିକେଟରେ ୭୮ ଛକା ମାରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଟିମ୍ ସାଉଦି ଯେମିତି ହିଁ ତୃତୀୟ ଛକା ମାରିଲେ ସେ ଏମଏସ ଧୋନିଙ୍କ ୭୮ ଛକାର ରେକର୍ଡ ଭାଙ୍ଗିଛନ୍ତି । ବିଶେଷ କଥା ହେଉଛି ଟିମ୍ ସାଉଦି ଏହି ସ୍ଥିତିରେ ପହଞ୍ଚିବା ପାଇଁ ଧୋନିଙ୍କ ଠାରୁ ୧୩ ଇନିଂସ କମ୍ ନେଇଛନ୍ତି । ଟେଷ୍ଟ କ୍ରିକେଟରେ ଟିମ୍ ସାଉଦିଙ୍କ ନାମରେ ବର୍ତ୍ତମାନ ୮୨ ଛକା ରହିଛି ।

ଟିମ୍ ସାଉଦି (Tim Southee) ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ନ୍ୟୁଜିଲ୍ୟାଣ୍ଡ ପାଇଁ  ସର୍ବାଧିକ ଅନ୍ତର୍ଜାତୀୟ ୱିକେଟ୍ ନେଇଥିବା ବୋଲର ହୋଇଯାଇଛନ୍ତି । ଟିମ୍ ସାଉଦି (Tim Southee) ପୂର୍ବତନ ଭେଟେରାନ ସ୍ପିନର ଡାନିଏଲ ଭେଟୋରିଙ୍କ ୬୯୬ ୱିକେଟକୁ ପଛରେ ପକାଇ ନିଜ ନାମରେ ୭୦୦ ଅନ୍ତର୍ଜାତୀୟ ୱିକେଟ୍ କରିନେଇଛନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଟିମ୍ ସାଉଦି ୪୯ ବଲରେ ୭୩ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଏହି ଇନିଂସରେ ସେ ୫ଟି ଚୌକା ଓ ୬ଟି  ଛକା ମାରିଥିଲେ ।

ଅଧିକ ପଢ଼ନ୍ତୁ:-କେତେ ପ୍ରକାରର ହୋଇଥାଏ ଚୁମ୍ବନ, ସେଗୁଡ଼ିକର ନାମ କ'ଣ କ'ଣ; କାମସୂତ୍ରର ଏସବୁ କଥା ଜାଣି ହୋଇଯିବେ ଆପଣ ଆଶ୍ଚର୍ଯ୍ୟ

ଅଧିକ ପଢ଼ନ୍ତୁ:-୩୦ ବର୍ଷ ପରେ ସୃଷ୍ଟି ହେଉଛି ଅଖଣ୍ଡ ସାମ୍ରାଜ୍ୟ ରାଜଯୋଗ, ଏସବୁ ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା,ଭାଗ୍ୟୋଦୟର ରହିଛି ପ୍ରବଳ ଯୋଗ!

ଅଧିକ ପଢ଼ନ୍ତୁ:-ଚାମ୍ପିଅନ୍ ଅଧିନାୟକଙ୍କ କଟିବ ପତା, ରାହୁଲ ଦ୍ରାବିଡଙ୍କ କଠୋର ନିଷ୍ପତ୍ତି, ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ମିଳିବନି ସ୍ଥାନ!