Cricketer Death: ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ହୃଦଘାତରେ କ୍ରିକେଟରଙ୍କ ନିଧନ
Advertisement

Cricketer Death: ଭାରତ-ଅଷ୍ଟ୍ରେଲିଆ ସିରିଜ୍ ମଧ୍ୟରେ କ୍ରିକେଟ୍ ଜଗତରେ ଶୋକର ଛାୟା, ହୃଦଘାତରେ କ୍ରିକେଟରଙ୍କ ନିଧନ

Cricketer Death: ସୂଚନାନୁସାରେ, ୧୦ ଦିନ ମଧ୍ୟରେ ଗୁଜୁରାଟରେ ଏହା ହେଉଛି ତୃତୀୟ ଘଟଣା । ବସନ୍ତ ରାଠୋର (Vasant Rathod) ଙ୍କୁ ପ୍ରଥମେ ଡେଣ୍ଟାଲ କଲେଜକୁ ନିଆଯାଇଥିଲା ଯେଉଁଠାରେ ମ୍ୟାଚ୍ ହୋଇଥିଲା । ତେବେ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ସୋଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । 

ପ୍ରତୀକାତ୍ମକ ଫଟୋ

Cricketer Death: ବର୍ତ୍ତମାନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ (India vs Australia Test Series) ଚାଲିଛି । ଏହି ବର୍ଡର-ଗାଭାସ୍କର ଟ୍ରଫିର ୨ଟି ମ୍ୟାଚ୍ ହୋଇସାରିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆ (Team India) ସିରିଜର ୨ଟି ମ୍ୟାଚ୍ ଜିତି ୨-୦ରେ ଆଗୁଆ ରହିଛି । ବର୍ତ୍ତମାନ ମାର୍ଚ୍ଚ ୧ରୁ ଇନ୍ଦୋରରେ ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳା ଯିବାର ଅଛି । ଏହି ସମୟରେ ଏକ କ୍ରିକେଟ ପଡ଼ିଆରୁ ଖରାପ ଖବର ସାମ୍ନାକୁ ଆସିଛି । SGST ବିଭାଗର ୩୪ ବର୍ଷୀୟ ସିନିୟର କିରାଣୀ ବସନ୍ତ ରାଠୋର (Vasant Rathod) ଶନିବାର କ୍ରିକେଟ୍ ଖେଳିବାବେଳେ ହୃଦଘାତ (Heart Attack) ରେ ମୃତ୍ୟୁ ବରଣ କରିଛନ୍ତି । ଅହମ୍ମଦାବାଦ ନିକଟ ଭଦଜ ସ୍ଥିତ ଏକ ଡେଣ୍ଟାଲ ମହାବିଦ୍ୟାଳୟର ଖେଳ ପଡିଆରେ ଏହି ଘଟଣା ଘଟିଛି । ସୂଚନାନୁସାରେ, ୧୦ ଦିନ ମଧ୍ୟରେ ଗୁଜୁରାଟରେ ଏହା ହେଉଛି ତୃତୀୟ ଘଟଣା । SGST ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, "ମ୍ୟାଚ୍ ସମୟରେ ବସନ୍ତ ରାଠୋର ଫିଲ୍ଡିଂ କରୁଥିଲେ । ସେ କ୍ରିଜ ନିକଟରେ ବୋଲିଂ କରୁଥିବା ସମୟରେ ଭଲ ଦେଖାଯାଉଥିଲେ । ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ । ତାଙ୍କ ସାଥୀମାନେ ତାଙ୍କୁ ବଞ୍ଚାଇବାକୁ ଦୌଡ଼ିଥିଲେ ।"

ବସନ୍ତ ରାଠୋର (Vasant Rathod) ଙ୍କୁ ପ୍ରଥମେ ଡେଣ୍ଟାଲ କଲେଜକୁ ନିଆଯାଇଥିଲା ଯେଉଁଠାରେ ମ୍ୟାଚ୍ ହୋଇଥିଲା । ତେବେ ତାଙ୍କର ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ସୋଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବସ୍ତ୍ରାପୁରର ବାସିନ୍ଦା ବସନ୍ତ ରାଠୋର (Vasant Rathod) ଙ୍କୁ ଅହମ୍ମଦାବାଦର SGST ମୁଖ୍ୟାଳୟର ୟୁନିଟ୍ ୧୪ରେ ପୋଷ୍ଟ କରାଯାଇଥିଲା । ତାଙ୍କ ପରିବାରରେ ପତ୍ନୀ ଅଛନ୍ତି ।

ଏକ ସପ୍ତାହ ପୂର୍ବେ ଦୁଇଟି ପୃଥକ ପୃଥକ ଘଟଣାରେ ରାଜକୋଟ ନିବାସୀ ୨୭ ବର୍ଷୀୟ ପ୍ରଶାନ୍ତ ଭାରୋଲିୟା ଓ ସୁରଟର ବାସିନ୍ଦା ୩୧ ବର୍ଷୀୟ ଜିଗ୍ନେଶ ଚୌନଙ୍କର ହୃଦଘାତ  (Heart Attack)  ରେ ମୃତ୍ୟୁ ଘଟିଥିଲା । ଏହି ଦୁଇଜଣ କ୍ରିକେଟ୍ ଖେଳିବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସେମାନଙ୍କ ହଠାତ୍ ମୁଣ୍ଡ ବୁଲାଇବା ଆରମ୍ଭ କରି ଚିକିତ୍ସା ସମୟରେ ତୁରନ୍ତ ମୃତ୍ୟୁ ବରଣ କଲେ । ସହରର ହୃଦ୍‌ରୋଗ ବିଶେଷଜ୍ଞମାନେ କହିଛନ୍ତି ଯେ, ଯୁବ ଜନସଂଖ୍ୟାରେ ହଠାତ୍ ହୃଦ୍‌ଘାତ (Heart Attack)  ର ମାମଲା ବଢ଼ିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ:-ଏହି ଧୁରନ୍ଧର ବୋଲର ଭାଙ୍ଗିଲେ ଏମଏସ ଧୋନିଙ୍କ ମହାରେକର୍ଡ

ଅଧିକ ପଢ଼ନ୍ତୁ:-କେତେ ପ୍ରକାରର ହୋଇଥାଏ ଚୁମ୍ବନ, ସେଗୁଡ଼ିକର ନାମ କ'ଣ କ'ଣ; କାମସୂତ୍ରର ଏସବୁ କଥା ଜାଣି ହୋଇଯିବେ ଆପଣ ଆଶ୍ଚର୍ଯ୍ୟ

ଅଧିକ ପଢ଼ନ୍ତୁ:-୩୦ ବର୍ଷ ପରେ ସୃଷ୍ଟି ହେଉଛି ଅଖଣ୍ଡ ସାମ୍ରାଜ୍ୟ ରାଜଯୋଗ, ଏସବୁ ରାଶିର ଲୋକଙ୍କ ଉପରେ ହେବ ଧନ ବର୍ଷା,ଭାଗ୍ୟୋଦୟର ରହିଛି ପ୍ରବଳ ଯୋଗ!