IND vs NZ: ହାର୍ଦ୍ଦିକଙ୍କ ବଦଳରେ ଏହି ଖେଳାଳିଙ୍କୁ ଦଳରେ କରାଯାଉ ସାମିଲ: ଆକାଶ ଚୋପ୍ରା
Advertisement
Article Detail0/zeeodisha/odisha1924867

IND vs NZ: ହାର୍ଦ୍ଦିକଙ୍କ ବଦଳରେ ଏହି ଖେଳାଳିଙ୍କୁ ଦଳରେ କରାଯାଉ ସାମିଲ: ଆକାଶ ଚୋପ୍ରା

World Cup 2023: ହାର୍ଦ୍ଦିକଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଅନେକ ଭେଟେରାନ ଏ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି।

ସୌ(ସୋସିଆଲ ମିଡିଆ)

ODI World Cup 2023 IND vs NZ: ବିଶ୍ୱକପର (World Cup 2023) ପରବର୍ତ୍ତୀ ମ୍ୟାଚ୍ ରେ ମୁହାଁମୁହିଁ ହେବ ଭାରତ- ନ୍ୟୁଜିଲ୍ୟାଣ୍ଡ (IND vs NZ )। ତେବେ ଏହି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ (Team India) ଲାଗିଛି ବଡ଼ ଝଟକା । ବାଲାଂଦେଶ ସହ ମ୍ୟାଚ୍ ବେଳେ ଆହତ ହୋଇଥିଲେ ଦଳର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) । ଆହତ କାରଣରୁ ପାଣ୍ଡ୍ୟା ଏହି ମ୍ୟାଚ୍ ଖେଳି ପାରିବେ ନାହିଁ। ବର୍ତ୍ତମାନ, ହାର୍ଦ୍ଦିକଙ୍କ ସ୍ଥାନରେ ଦଳରେ କେଉଁ ଖେଳାଳିଙ୍କୁ ସାମିଲ କରାଯିବ ତାହା ଅଧିନାୟକ ରୋହିତ ଶର୍ମାଙ୍କ (Rohit Sharma) ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି । ତେବେ ଅନେକ ଭେଟେରାନ ଏ ସମ୍ପର୍କରେ ନିଜର ମତାମତ ଦେଇଛନ୍ତି।

ଅଧିକାଂଶ କ୍ରିକେଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ରୋହିତ ଶର୍ମା ବର୍ତ୍ତମାନ ପ୍ଲେଇଙ୍ଗ୍ ଇଲେଭେନରେ (India playing 11) ଦୁଇଟି ପରିବର୍ତ୍ତନ କରିବା ଉଚିତ୍। ପ୍ରଥମତଃ, ହାର୍ଦ୍ଦିକଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଓ ଦ୍ୱିତୀୟରେ ମହମ୍ମଦ ଶାମୀଙ୍କୁ ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଦଳରେ ସାମିଲ କରିବା ଉଚିତ୍ । ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଦଳରୁ ବାଦ ପଡ଼ିବା ଭାରତୀୟ ଟିମ୍ (Team India)  କୁ ସମସ୍ୟାରେ ପକାଇପାରେ । ତେବେ ହାର୍ଦ୍ଦିକଙ୍କୁ ବାଦ ଦେଇ ପ୍ଲେଇଙ୍ଗ୍ ଇଲେଭେନ ବାଛିବା ରୋହିତ ଶର୍ମାଙ୍କ ପାଇଁ କାଠିକର ପାଠ ହେବେ । ସୂଚନା ଅନୁଯାୟୀ ଏନେଇ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ବର୍ତ୍ତମାନର ସମୀକ୍ଷକ ଆକାଶ ଚୋପ୍ରା (Akash Chopra ) ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଦଳରେ ଉଭୟ ବୋଲିଂ ଓ ବ୍ୟାଟିଂ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ, ତେଣୁ ତାଙ୍କ ସ୍ଥାନରେ ସୂର୍ଯ୍ୟକୁମାର ଯାଦବଙ୍କୁ (Suryakumar Yadav) ଦଳରେ ସାମିଲ କରାଯିବା ଉଚିତ୍ । ସେହିପରି ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ମହମ୍ମଦ ଶାମୀଙ୍କୁ ଦଳରେ ସାମିଲ କରାଯିବା ଉଚିତ୍ ।

Also Read-Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC

ପ୍ରକାଶ ଥାଉ କି, ଅକ୍ଟୋବର ୨୨ ତାରିଖରେ ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ତ ଓ ଭାରତ (ODI World Cup 2023 IND vs NZ) ମଧ୍ୟରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ମ୍ୟାଚ୍ ହାରି ନାହାଁନ୍ତି। ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ରୋମାଞ୍ଚକର ହେବାକୁ ଯାଉଛି । ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଁ ଏହି ଦୁଇ ଦଳ ମଧ୍ୟରେ ଜୋରଦାର ମୁକାବିଲା ଦେଖିବାକୁ ମିଳିବ । ବର୍ତ୍ତମାନ ଉଭୟ ଦଳର ୮-୮ ପଏଣ୍ଟ ରହିଥିବା ବେଳେ ରନ୍ ରେଟ୍ ଅନୁଯାୟୀ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଓ ଟିମ୍ ଇଣ୍ଡିଆ ଦ୍ୱିତୀୟ ସ୍ଥାନରେ ରହିଛି।