NZ vs Afg: ଆଜି ନ୍ୟୁଜିଲାଣ୍ତ- ଅଫଗାନିସ୍ତାନ ଲଢେଇ, ବାଦ ପଡ଼ିଲେ ଏହି ଦଳର ଅଧିନାୟକ
Advertisement

NZ vs Afg: ଆଜି ନ୍ୟୁଜିଲାଣ୍ତ- ଅଫଗାନିସ୍ତାନ ଲଢେଇ, ବାଦ ପଡ଼ିଲେ ଏହି ଦଳର ଅଧିନାୟକ

NZ vs Afg World cup 2023: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ତ ଓ ଅଫଗାନିସ୍ତାନ (Nz vs Afg world cup 2023) । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଡ଼ିଫେଣ୍ତି ଚାମ୍ପଅନ୍ ଇଂଲଣ୍ତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ତକୁ ହରାଇବା ନେଇ ଲକ୍ଷ୍ୟ ରଖିଛି ଅଫଗାନିସ୍ତାନ।

ସୌ(ସୋସିଆଲ ମିଡିଆ)

NZ vs Afg: ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ତ ଓ ଅଫଗାନିସ୍ତାନ (Nz vs Afg world cup 2023) । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଡ଼ିଫେଣ୍ତି ଚାମ୍ପଅନ୍ ଇଂଲଣ୍ତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ତକୁ ହରାଇବା ନେଇ ଲକ୍ଷ୍ୟ ରଖିଛି ଅଫଗାନିସ୍ତାନ।

ସୂଚନା ଅନୁଯାୟୀ, ବିଶ୍ବକପରେ ବୁଧବାର ଖେଳାଯିବ ୧୬ତମ ଲିଗ୍ ମ୍ୟାଚ୍ । ଏମ୍ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ (MA Chidambaram Stadium) ଦେଖିବାକୁ ମିଳିବ ନ୍ୟୁଜିଲାଣ୍ତ ଓ ଅଫଗାନିସ୍ତାନ ଲଢେଇ । ଚଳିତ ବର୍ଷ ବିଶ୍ବକପରେ ନ୍ୟୁଜିଲାଣ୍ତ (New Zealand) ତିନିଟି ମ୍ୟାଚ୍ ଖେଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦଳ ଅପରାଜେୟ ରହି ପଏଣ୍ଟ ଟେବୁଲର (World cup points table 2023) ଦ୍ବିତୀୟ ସ୍ଥାନରେ ରହିଛି । ତେବେ ଅଫଗାନିସ୍ତାନ ସହ ମ୍ୟାଚ୍ ପୂର୍ବରୁ ଅଧିନାୟକ କେନ୍ ୱିଲିୟମସନ୍ (Kane Williamson) ଆହତ ହେବା ଦଳ ପାଇଁ ସମସ୍ୟା ବଢାଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ୱିଲିୟମସନ୍ ସିଙ୍ଗଲ୍ସ ନେବା ବେଳେ ବଲ ତାଙ୍କ ବାମ ହାତ ଆଙ୍ଗୁଳିରେ ବାଜିଥିଲା । ଆଙ୍ଗୁଳିର ହାଡ଼ ଭାଙ୍ଗି ଯିବାରୁ ଖେଳାଳି ଏକାଧିକ ମ୍ୟାଚରୁ ବାଦ ପଡ଼ିବା ନିଶ୍ଚିତ ହୋଇଛି । ସେପଟେ ଆଫଗାନିସ୍ତାନ (Afghanistan) ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ଦ୍ବିତୀୟରେ ଭାରତଠାରୁ (India) ପରାସ୍ତ ହୋଇଥିଲା । ତେବେ ଗତ ୧୫ ତାରିଖ ଦିନ କୋଟଲା ଷ୍ଟାଡ଼ିୟମରେ ଆଫଗାନିସ୍ତାନ ସ୍ପିନରଙ୍କ ଧୁଆଁଧାର ବୋଲିଂ ବଳରେ ଶକ୍ତିଶାଳୀ ଇଂଲଣ୍ତକୁ (England) ୬୯ ରନରେ ହରାଇ ଦଳ ବିଶ୍ବକପରେ ବଡ଼ ବିପର୍ଯ୍ୟୟ ରଚିଥିଲା । ତେବେ ଦଳକୁ ଏହି ବଡ଼ ବିଜୟର ଭେଟି ଦେଇଥିଲେ ସ୍ପିନର ରସିଦ୍ ଖାନ (Rashid khan) ଓ ମୁଜିବ ଉର-ରେହମାନ । ତେବେ ଦଳର ଓପନର ରହମନୁଲ୍ଲା ଗୁରବାଜ ଫର୍ମକୁ ଫେରିଥିବା ବେଳେ ମିଡ଼ିଲ ଅର୍ଡ଼ର ବ୍ୟାଟର ଇକ୍ରାମ ଅଲିଖିଲଙ୍କ ବ୍ୟାଟିଂ ପ୍ରଶଂସନୀୟ ରହିଛି । ତେବେ ଆଜି ମଧ୍ଯ ମ୍ୟାଚ୍ ଜିତିବା ନେଇ ଲକ୍ଷ୍ୟ ରଖିଛି ଅଫଗାନିସ୍ତାନ (Afghanistan)।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଡେଭନ୍ କନୱେ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଡାରେଲ ମିଚେଲ, ଏମ୍‌ଏସ୍‌ ଚାପମ୍ୟାନ, ଟମ ଲଥାମ, ଗ୍ଲେନ ଫିଲିପ୍ସ, ଲୋକି ଫର୍ଗ୍ୟୁସନ, ମ୍ୟାଟ ହେନରି, ଟ୍ରେଣ୍ଟ ବୋଲ୍ଟ, ଈଶ ସୋଢ଼ୀ।

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମାତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ, ମୁଜୀବ ଉର ରେହମାନ, ରସିଦ ଖାନ, ଫଜଲହକ ଫାରୁକୀ, ନବୀନ ଉଲ ହକ।

ଏହା ବି ପଢନ୍ତୁ-Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC