IND vs NZ: ମ୍ୟାଚ୍ ବେଳେ ପ୍ରଶଂସକଙ୍କୁ ଏପରି ରିଆକ୍ସନ ଦେଲେ କୁଲଦୀପ ଯାଦବ, ଭିଡ଼ିଓ ଭାଇରାଲ
Advertisement

IND vs NZ: ମ୍ୟାଚ୍ ବେଳେ ପ୍ରଶଂସକଙ୍କୁ ଏପରି ରିଆକ୍ସନ ଦେଲେ କୁଲଦୀପ ଯାଦବ, ଭିଡ଼ିଓ ଭାଇରାଲ

 World Cup 2023: ଆଇସିସି ବିଶ୍ୱକପରେ (World Cup 2023) ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ୪ ୱିକେଟ୍ ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ମାତ୍ ଦେଇ ବିଶ୍ୱକପ୍ ପଏଣ୍ଟ ଟେବୁଲର (world cup points table) ଶୀର୍ଷରେ ରହିଛି ଟିମ୍ ଇଣ୍ତିଆ (Team India)। 

ସୌ(ସୋସିଆଲ ମିଡିଆ)

IND vs NZ ODI World Cup 2023: ଆଇସିସି ବିଶ୍ୱକପରେ (World Cup 2023) ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ (IND vs NZ) ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ୪ ୱିକେଟ୍ ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡକୁ ମାତ୍ ଦେଇ ବିଶ୍ୱକପ୍ ପଏଣ୍ଟ ଟେବୁଲର (world cup points table) ଶୀର୍ଷରେ ରହିଛି ଟିମ୍ ଇଣ୍ତିଆ (Team India)। ଏଥିସହ ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ବିଶ୍ୱକପ ମ୍ୟାଚ୍ ଜିତି ପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି । ଏହି ମ୍ୟାଚରେ ମହମ୍ମଦ ସାମୀଙ୍କ ଦମଦାର ବୋଲିଂ ସହ ବିରାଟ କୋହଲିଙ୍କ (Virat Kohli) ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା ।

ତେବେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲ୍ୟାଣ୍ଡ ଦଳ ଭାରତୀୟ ସ୍ପିନ୍ ବୋଲର (spinner bowler) କୁଲଦୀପ ଯାଦବଙ୍କ ଧୂଆଁଧାର ବୋଲିଂରେ ଅବାକ ହୋଇପଡ଼ିଥିଲେ। ତେବେ ମ୍ୟାଚ୍ ବେଳେ ଷ୍ଟାଡ଼ିୟମରେ ଉପସ୍ଥିତ ଥିବା ପ୍ରଶଂସକଙ୍କୁ କୁଲଦୀପ ଯାଦବଙ୍କ (kuldeep yadav) ଦେଇଥିବା ପ୍ରତିକ୍ରିୟା ସମୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କୁଲଦୀପ (kuldeep yadav) ପ୍ରଥମ ଓଭରରେ ୭ ରନ୍ ଦେବା ପରେ ଦ୍ୱିତୀୟ ଓଭରରେ ୧୬ ରନ୍ ଦେଇଥିଲେ। ଏହାପରେ ଯେତେବେଳେ କୁଲଦୀପ ଫିଲଡ଼ିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ ସେତେବେଳେ ପ୍ରଶଂସକମାନେ କହିଥିଲେ ଯେ, ‘କୁଲଦୀପ ଭାଇ ବହୁତ ମାରୁଛନ୍ତି’। ଏନେଇ ପ୍ରତିକ୍ରିୟା ଦେବାକୁ ଯାଇ କୁଲଦୀପ କହିଥିଲେ, 'କିଛି ଅସୁବିଧା ନାହିଁ, ମୁଁ ଅଛି।' କୁଲଦୀପଙ୍କ ଏହି ରିଆକ୍ସନ ପରେ ପ୍ରଶଂସକମାନେ ଖୁସିରେ ଝୁମି ଉଠିଥିଲେ । ନ୍ୟୁଜିଲ୍ୟାଣ୍ଡ (New Zealand) ବିପକ୍ଷ ମ୍ୟାଚ୍ ରେ କୁଲଦୀପ ଯାଦବ ୧୦ ଓଭରରେ ୭୩ ରନ୍ ଦେଇଥିଲେ। ଏହି କାରଣରୁ କିୱି ଦଳ ଭାରତ ବିପକ୍ଷରେ ଭଲ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ତେବେ ଏହି ମ୍ୟାଚ୍ ରେ କୁଲଦୀପ ମୋଟ ଦୁଇଟି ୱିକେଟ୍ ନେଇଥିଲେ ।

ପ୍ରକାଶ ଥାଉ କି, ୨୦୦୩ ପରେ ପ୍ରଥମ ଥର ପାଇଁ ବିଶ୍ବକପରେ ଭାରତଠାରୁ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ । ବିଜୟ ପାଇଁ ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଥିଲା ନ୍ୟୁଜିଲାଣ୍ଡ । ଓପନର ଭାବେ ରୋହିତ ଶର୍ମା (Rohit Sharma) ଓ ଶୁଭମନ ଗିଲ (Shubman Gill) ଦମଦାର ଖେଳ ଆରମ୍ଭ କରିଥିଲେ । କିନ୍ତୁ ମିଡ଼ିଲ ଅର୍ଡ଼ରରେ ଓ୍ବିକେଟ୍ ହରାଇବା ପରେ ସଂକଟରେ ପଡ଼ିଯାଇଥିଲା ଟିମ୍ ଇଣ୍ଡିଆ। ତେବେ ଦଳକୁ ସଂକଟ ମୋଚକ ସାଜି ନିଜର ଧୂଆଁଧାର ପ୍ରଦର୍ଶନ ବଳରେ ରନ୍ ରେଟକୁ ଆଗକୁ ବଢାଇଥିଲେ କିଙ୍ଗ କୋହଲି । ୯୫ ରନ୍ କରି ଭାରତୀୟ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଏହି ଷ୍ଟାର ଖେଳାଳି । ପରେ ଶ୍ରେୟସ ଆୟର (shreyas iyer) ୩୩ ରନ୍ କରିଥିବାବେଳେ କେ ଏଲ୍ ରାହୁଲ (k L Rahul) ୨୭ ରନ୍ କରିଥିଲେ । ରବୀନ୍ଦ୍ର ଜାଡ଼େଜା ଚୌକା ମାରି ଦଳକୁ ବିଜୟ ଭେଟି ଦେଇଥିଲେ ।

Also Read-World Cup 2023: କୋହିଲଙ୍କ ବିଷୟରେ ମନ୍ତବ୍ୟ ଦେଇ ପୁଣି ଚର୍ଚ୍ଚାରେ ଗମ୍ଭୀର..