Shubman Gill: ଭାରତ- ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଶୁଭମନ ଗିଲଙ୍କୁ ନେଇ ଆସିଲା ବଡ଼
Advertisement

Shubman Gill: ଭାରତ- ଆଫଗାନିସ୍ତାନ ମ୍ୟାଚ ପୂର୍ବରୁ ଶୁଭମନ ଗିଲଙ୍କୁ ନେଇ ଆସିଲା ବଡ଼

Shubman Gill:  ଗତ ଅକ୍ଟୋବର ୬ ତାରିଖରେ ଶୁଭମନ୍ ଗିଲ୍ ଡେଙ୍ଗୁ ପଜିଟିଭ୍ ଥିବା ଜଣାପଡିଥିଲା । ଫଳରେ ରବିବାର ଦିନ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ବାଦ ପଡିଥିଲେ ଗିଲ୍ । ତାଙ୍କ ସ୍ଥାନରେ ଇଶାନ କିଷାନ ଓପନିଂ କରିଥିଲେ ।

ସୌ(ସୋସିଆଲ ମିଡିଆ)

Shubman Gill: ଅଷ୍ଟ୍ରେଲିଆ ପରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ମଧ୍ଯ ବାଦ ପଡ଼ିପାରନ୍ତି ଭାରତର ଷ୍ଟାର ଓପନର୍ ଶୁଭମନ ଗିଲ (Shubman Gill) । ଏନେଇ ଏକ ମିଡିଆ ରିପୋର୍ଟରେ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ଖେଳାଳି ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ।

ସୂଚନା ଅନୁଯାୟୀ, ଭାରତୀୟ ଦଳକୁ ପୁଣି ଝଟକା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ (Ind vs Aus world cup 2023)  ପରେ ଏବେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ମଧ୍ୟ ବାଦ୍ ପଡିଛନ୍ତି ଦଳର ଷ୍ଟାର ଓପନର ଶୁଭମନ୍ ଗିଲ୍ । ଡେଙ୍ଗୁରେ ଆକ୍ରାନ୍ତ ହେଇଥିବା ଏହି ବ୍ୟାଟ୍ସମ୍ୟାନ୍ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବେ ନାହିଁ ବୋଲି ବିସିସିଆଇ ସୂଚନା ଦେଇଛି । ଏନେଇ ବିସିସିଆଇ (BCCI) କହିଛି ଯେ, ଶୁଭମନ୍ ଗିଲ୍ ଟିମ୍ ଇଣ୍ତିଆ ସହ ଦିଲ୍ଲୀ ଗସ୍ତ କରିବେ ନାହିଁ । ଗିଲ୍ ଆଫଗାନିସ୍ତାନ ବିପକ୍ଷ (IND vs AFG world cup 2023) ମ୍ୟାଚରେ ମଧ୍ଯ ଅନୁପସ୍ଥିତ ରହିବେ । ବର୍ତ୍ତମାନ ପାଇଁ ସେ ଚେନ୍ନାଇରେ ରହିଥିବା ବେଳେ ମେଡିକାଲ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି । ତେବେ ଏବେ ପ୍ରଶ୍ନ ଉଠୁଛି ଅକ୍ଟୋବର ୧୪ରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ (Ind vs Pak world cup 2023) ମ୍ୟାଚ୍ ପୂର୍ବରୁ ଗିଲ୍ ଫିଟ୍ ହେବେ କି ନାହିଁ?  ଭାରତ ପାକିସ୍ତାନ ମଧ୍ଯରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ (Gujarat Narendra Modi Stadium) । ତେଣୁ ଏହି ମ୍ୟାଚ୍ ବେଳକୁ ଗିଲ୍ ଫିଟ୍ ହେଉଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତ ଅକ୍ଟୋବର ୬ ତାରିଖରେ ଶୁଭମନ୍ ଗିଲ୍ ଡେଙ୍ଗୁ ପଜିଟିଭ୍ ଥିବା ଜଣାପଡିଥିଲା । ଫଳରେ ରବିବାର ଦିନ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ରେ ବାଦ ପଡିଥିଲେ ଗିଲ୍ । ତାଙ୍କ ସ୍ଥାନରେ ଇଶାନ କିଷାନ ଓପନିଂ କରିଥିଲେ । ତେଣୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ରେ ମଧ୍ଯ ଇଶାନ କିଷାନ (Ishan kishan) ଓପନିଂ କରିପାରନ୍ତି ବୋଲି ଆଶା କରାଯାଉଛି ।

ପ୍ରକାଶ ଥାଉ କି, ୫ ଥରର ବିଶ୍ବକପ ବିଜେତା ଅଷ୍ଟ୍ରେଲିଆକୁ (Australia) ୬ ୱିକେଟରେ ମାତ ଦେଇ ବିଜୟ ସହ ବିଶ୍ବକପ ୨୦୨୩ରେ ନିଜର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ତିଆ (Team India) । ଅଷ୍ଟ୍ରେଲିଆକୁ ୧୯୯ ରନ୍‌ରେ ଅଲଆଉଟ୍ କରିବା ପରେ ୨୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କିନ୍ତୁ ବ୍ୟାଟିଂ ଆରମ୍ଭରୁ ମାତ୍ର ୨ ରନ୍‌ର ୩ଟି ୱିକେଟ୍ ହରାଇଥିଲା ଭାରତ । ଇଶାନ କିଷାନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ ଅୟର ଖାତା ଖୋଲି ପାରିନଥିଲେ । ତେବେ ଏହି ସମୟରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୫ ରନ୍ ଓ କେଏଲ ରାହୁଲଙ୍କ (k l Rahul) ଅପରାଜିତ ୯୭ ରନର ଦମଦାର ଇନିଂସ ଫଳରେ ୪୧.୨ ଓଭରରେ ମାତ୍ର ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ଭାରତ ।

ଏହା ବି ପଢନ୍ତୁ-Ind vs Aus world cup 2023: ଆଉଟ୍ ହୋଇ ଫେରିବା ପରେ କୋହଲିଙ୍କୁ କିଛି ଏଭଳି ଢଙ୍ଗରେ ପ୍ରଶଂସା କଲେ ଦର୍ଶକ, ଦେଖନ୍ତୁ ଭିଡ଼ିଓ