Kings vs Royals: ଆଜି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଟକ୍କର
Advertisement
Article Detail0/zeeodisha/odisha2202003

Kings vs Royals: ଆଜି ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଟକ୍କର

Kings vs Royals: ଚଳିତ ଆଇପିଏଲର ୨୭ତମ ମ୍ୟାଚ୍ ରେ ଶନିବାର ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଟିମ୍ ନିଜ ନିଜର ଶେଷ ମ୍ୟାଚ୍ ରେ ପରାଜିତ ହୋଇଥିବା ବେଳେ ଏହି ମ୍ୟାଚ୍ ରେ ବିଜୟୀ ନେଇ ଦୁଇ ଦଳ ପ୍ରାୟସ କରିବ ।

ସଞ୍ଜୁ ସାମସନଙ୍କ ନେତୃତ୍ବାଧିନ ରାଜସ୍ଥାନ ରୟାଲସ ୫ଟି ମ୍ୟାଚ୍ ରୁ ୪ଟି ରେ ବିଜୟ ଓ ୧ରେ ପରାଜିତ ହୋଇଛି । ଦଳ ପ୍ରଥମ ୪ଟି ମ୍ୟାଚ୍ ରେ କ୍ରମାଗତ ବିଜୟୀ ହେବା ପରେ ଶେଷ ମ୍ୟାଚ୍ ରେ ଦଳକୁ ପରାଜୟର ମୁହଁ ଦେଖିବାକୁ ମିଳିଥିଲା । ଓପନିଂ ବ୍ୟାଟ୍ସମ୍ୟାନ୍ ଯଶସ୍ବୀ ଜୟସୱାଲ ଫର୍ମରେ ନଥିବାବେଳେ ଜୋଶ ବଟଲର ଅସ୍ଥିର ଫର୍ମରେ ରହିଛନ୍ତି । ଖେଳାଳି ବେଙ୍ଗାଲୁରୁ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ଗୁଜୁରାଟ ବିପକ୍ଷରେ ବିଫଳ ହୋଇଥିଲେ । ଅନ୍ୟପଟେ ସଞ୍ଜୁ ସାମସନ ଓ ରିୟାନ ପରାଗ ଚତ୍ମକାର ଫର୍ମରେ ରହିଛନ୍ତି । ପରାଗ ୫ଟି ମ୍ୟାଚ୍ ରୁ ୩ଟି ଅର୍ଦ୍ଧ ଶତକ ସହ ୨୬୧ ରନ୍ ସଂଗ୍ରହ କରିଛନ୍ତି । ବୋଲିଂ ବିଭାଗରେ ଟ୍ରେଣ୍ଟ ବୋଲ୍ଡ, ଆଭେଶ ଖାନ୍, ରବିଚନ୍ଦ୍ରନ ଅଶ୍ବିନ୍, ଯୁଜୁବେନ୍ଦ୍ର ଚହଲ, କୁଲଦୀପ ସେନ୍ ରହିଛନ୍ତି । ଚହଳ ବର୍ତ୍ତମାନ ସୁଦ୍ଧା ୧୦ଟି ୱିକେଟ୍ ନେଇଛନ୍ତି ।

Also Read- IPL 2024: ଲଗାତାର ପରାଜୟ ପରେ RCBକୁ ପୁଣି ବଡ଼ ଝଟକା...

ଅନ୍ୟପଟେ ଶିଖର ଧାୱନଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ୫ଟି ମ୍ୟାଚ୍ ରୁ ୨ଟି ରେ ବିଜୟ ଓ ୩ଟି ରେ ପରାଜିତ ହୋଇଛି । ଦଳ ଶେଷ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ନିକଟରୁ ମାତ୍ର ୨ ରନ୍ ରେ ପରାଜିତ ହୋଇଥିଲା । ବ୍ୟାଟିଂରେ ଧାୱନଙ୍କ ସହ ଜନି ବେୟାରଷ୍ଟୋ, ପ୍ରଭସିମରନ ସିଂହ, ସାମ କରନ, ସିକନ୍ଦର ରାଜା, ଶାଶଙ୍କ ସିଂହ, ଆଶୁତୋଷ ଶର୍ମା ଓ ଜିତେଶ ଶର୍ମା ପ୍ରମୁଖ ରହିଛନ୍ତି । ସେହିପରି ବୋଲିଂ କଥା କହିବାକୁ ଗଲେ କାଗିସୋ ରାବଡ଼ା, ଅର୍ଶଦୀପ ସିଂହ, ସାମ କରନ, ହର୍ଶଲ ପଟେଲ, ହରପ୍ରିତ ବ୍ରାର ପ୍ରମୁଖ ରହିଛନ୍ତି । ରାଜସ୍ଥାନ ବିଭାଗରେ ଦଳକୁ ବାଜି ମାରିବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।