ODI World Cup 2023: ଜାଣନ୍ତୁ କେଉଁଠି ଓ କିପରି କରିବେ ବିଶ୍ବକପ ପାଇଁ ଟିକେଟ୍ ବୁକିଂ
Advertisement
Article Detail0/zeeodisha/odisha1827377

ODI World Cup 2023: ଜାଣନ୍ତୁ କେଉଁଠି ଓ କିପରି କରିବେ ବିଶ୍ବକପ ପାଇଁ ଟିକେଟ୍ ବୁକିଂ

ODI World Cup 2023:  ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରିକେଟ ମହାକୁମ୍ଭ ନଭେନମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । କ୍ରୀଡ଼ା ସୂଚୀ ଅନୁସାରେ ଏହି କ୍ରିକେଟ ମହାକୁମ୍ଭରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସମେତ ୯ଟି ମୁକାବିଲାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଭାରତ-ପାକିସ୍ତାନ ମଧ୍ଯରେ ହେବାକୁ ଥିବା ମ୍ୟାଚ୍ ଅକ୍ଟୋବର ୧୫ ତାରିଖ ପରିବର୍ତ୍ତେ ୧୪ରେ ଖେଳାଯିବ।

ସୌ(ସୋସିଆଲ ମିଡିଆ)

ODI World Cup 2023: ଆଉ କିଛି ଦିନ ପରେ ଭାରତରେ ଆରମ୍ଭ ହେବ ବିଶ୍ବକପ ୨୦୨୩ । ଏନେଇ ଆଇସିସି ପକ୍ଷରୁ କ୍ରୀଡ଼ା ସୂଚୀ ମଧ୍ୟ ଘୋଷଣା କରାଯାଇଛି । ତେବେ ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି କ୍ରିକେଟ ମହାକୁମ୍ଭ ନଭେନମ୍ବର ୧୯ ପର୍ଯ୍ୟନ୍ତ ଚାଲିବ । କ୍ରୀଡ଼ା ସୂଚୀ ଅନୁସାରେ ଏହି କ୍ରିକେଟ ମହାକୁମ୍ଭରେ ଖେଳା ଯିବାକୁ ଥିବା ଭାରତ-ପାକିସ୍ତାନ ସମେତ ୯ଟି ମୁକାବିଲାରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଭାରତ-ପାକିସ୍ତାନ ମଧ୍ଯରେ ହେବାକୁ ଥିବା ମ୍ୟାଚ୍ ଅକ୍ଟୋବର ୧୫ ତାରିଖ ପରିବର୍ତ୍ତେ ୧୪ରେ ଖେଳାଯିବ। ଗୁରୁରାଟର ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡ଼ୟମରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍ ।

ଗୋଟେ ପଟେ ବିଶ୍ୱକପ ନେଇ ଦୁଇ ଦଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଅନ୍ୟପଟେ କ୍ରିକେଟ୍ ପ୍ରେମୀ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ଆଇସିସି ବିଶ୍ୱକପ ପାଇଁ ଟିକେଟ୍ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିପାଇଁ ଟିକେଟ୍ ବିକ୍ରି ଆସନ୍ତା ଅଗଷ୍ଟ ୨୫ ତାରିଖରୁ ଆରମ୍ଭ ହେବ । ତଥାପି, ଦର୍ଶକମାନେ ଏଥିପାଇଁ ପୂର୍ବ-ପଞ୍ଜିକରଣ ମଧ୍ଯ କରିପାରିବେ । ଟିକେଟ୍ କିଣିବା ପାଇଁ ଆଇସିସି ପକ୍ଷରୁ ବିଭିନ୍ନ ପର୍ଯ୍ୟାୟ ରଖାଯାଇଛି । ତେବେ ଅଗଷ୍ଟ ୨୯ ତାରିଖ ପର୍ଯ୍ୟନ୍ତ କେବଳ ଅଣ-ଭାରତୀୟ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି କରାଯିବ । ଟିକେଟ୍ କିଣିବାକୁ ହେଲେ ଦର୍ଶକଙ୍କୁ ପ୍ରଥମେ ପଞ୍ଜୀକରଣ କରିବାକୁ ପଡ଼ିବ । ଏଥିପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ cricketworldcup.com କୁ ଯାଇ ପଞ୍ଜୀକରଣ ଉପରେ କ୍ଲିକ୍ କରିବାକୁ ପଡିବ । ଦର୍ଶକମାନେ ଅନ୍ୟ ବୁକିଂ ପ୍ଲାଟଫର୍ମକୁ ଯାଇ ମଧ୍ୟ ଏନେଇ ଆବେଦନ କରିପାରିବେ । ପଞ୍ଜୀକରଣ ପାଇଁ, ପ୍ରଶଂସକମାନଙ୍କୁ ସେମାନଙ୍କ ନାମ, ଠିକଣା ସହିତ ଅନ୍ୟାନ୍ୟ ସୂଚନା ପୂରଣ କରିବାକୁ ପଡିବ । ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମହା ମୁକାବିଲା ଅକ୍ଟୋବର ୧୪ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଟିକେଟ୍ ବୁକିଂ ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହେବ । କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୩୦ ତାରିଖରୁ ଭାରତର ୱାର୍ମ ଅପ୍ ଓ ଅନ୍ୟାନ୍ୟ ମ୍ୟାଚ୍ ପାଇଁ ଟିକେଟ୍ ଉପଲବ୍ଧ ହେବ । ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହେବ । ଏହିସବୁ ଟିକେଟ୍ ଆଇସିସିର ଅଫିସିଆଲ୍ ୱେବସାଇଟ୍ କିମ୍ବା ଅନ୍ୟ ବୁକିଂ ପ୍ଲାଟଫର୍ମରେ ଉପଲବ୍ଧ ରହିବ।

ସେପଟେ ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ମ୍ୟାଚ୍ ଲାଗି ଆହମ୍ମଦାବାଦରେ ରେକର୍ଡ଼ ସଂଖ୍ୟକ ହୋଟଲ ରୁମ୍ ବୁକିଂ ହୋଇଥିବା ସୂଚନା ମିଳିଛି । ତେବେ ଏହି ହୋଟେଲ ରୁମ ସବୁ ଚଢା ଦରରେ ବୁକିଂ ହୋଇଥିବା କୁହାଯାଇଛି । ପଞ୍ଚତାରକା ହୋଟେଲରେ ଗୋଟିଏ ରୁମର ଭଡ଼ା ୨୦ ହଜାରରୁ ୨.୫ ଲକ୍ଷ ପର୍ଯ୍ୟନ୍ତ ରଖାଯାଇଛି । ଏପରି କି, ଯଦି କେହି ଯାତ୍ରୀ ଦୁଇ ଦିନ ହୋଟେଲରେ ରହିବାକୁ ଚାହିୁଁଛନ୍ତି ତାହାଲେ ତାଙ୍କୁ ପ୍ରାୟ ୩ ଲକ୍ଷ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ ।  ତେବେ ଖାଲି ହୋଟେଲ କାହିଁକି ବିମାନ ଯାତ୍ରା ଟିକେଟ୍ ଦାମ ମଧ୍ଯ ବଢିଛି ବୋଲି ଚର୍ଚ୍ଚା ହେଉଛି । ୧୩ ଓ ୧୫ ଅକ୍ଟୋବରରେ ମୁମ୍ବାଇ ଓ ଦିଲ୍ଲୀରୁ ଅହମ୍ମଦାବାଦ ଯିବାକୁ ଥିବା ବିମାନର ଟିକେଟ୍ ଦର ବଢିଯାଇଛି । ଟିକେଟ୍ ଦାମ ୧୦ ହଜାରରୁ ୨୫ ହଜାର ପର୍ଯ୍ୟନ୍ତ ଥିବା ଜଣାପଡିଛି । ପୂର୍ବରୁ ଏହି ଟିକେଟ୍ ଦର ୫ ହଜାର ଟଙ୍କା ଥିଲା । ତେବେ ଆଗକୁ ଏହି ଦର ଆହୁରି ବଢିବପାରେ ବୋଲି ଆଶା କରାଯାଉଛି ।