ODI World Cup 2023: ବଦଳିବ ଜର୍ସି, ଦିନିକିଆ ବିଶ୍ବକପରେ ନୂଆ ଲୁକରେ ନଜର ଆସିବ ଟିମ୍ ଇଣ୍ତିଆ
Advertisement

ODI World Cup 2023: ବଦଳିବ ଜର୍ସି, ଦିନିକିଆ ବିଶ୍ବକପରେ ନୂଆ ଲୁକରେ ନଜର ଆସିବ ଟିମ୍ ଇଣ୍ତିଆ

ODI World Cup 2023: ଦିନିକିଆ ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ତିଆ ଜର୍ସିକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ଦିନିକିଆ ବିଶ୍ବକପ ୨୦୨୩ରେ ନୂଆ ଜର୍ସି ପିନ୍ଧିବେ ଭାରତୀୟ ଖେଳାଳି । ଏନେଇ ଟିମ୍ ଇଣ୍ଡିଆର କିଟ୍ ପ୍ରଯୋଜକ ଆଦିଦାସକୁ (Adidas) ଦାୟିତ୍ବ ଦିଆଯାଇଛି ।

ସୌ(ସୋସିଆଲ ମିଡିଆ)

ODI World Cup 2023: ଆଉ କିଛି ଦିନ ପରେ ଆରମ୍ଭ ହେବ ଦିନିକିଆ ବିଶ୍ବକପ ୨୦୨୩ (ODI World Cup 2023) । ଏହି ଟୁର୍ଣ୍ଣାମେଣ୍ଟକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କ୍ରିକେଟ୍ ପ୍ରେମୀ । ତେବେ ଦିନିକିଆ ବିଶ୍ବକପ ପୂର୍ବରୁ ଟିମ୍ ଇଣ୍ତିଆ ଜର୍ସିକୁ ନେଇ ସାମ୍ନାକୁ ଆସିଛି ଏକ ବଡ଼ ଖବର । ସୂଚନା ଅନୁଯାୟୀ, ଦିନିକିଆ ବିଶ୍ବକପ ୨୦୨୩ରେ ନୂଆ ଜର୍ସି (ODI World Cup 2023 Team India Jersey)  ପିନ୍ଧିବେ ଭାରତୀୟ ଖେଳାଳି । ଏନେଇ ଟିମ୍ ଇଣ୍ଡିଆର କିଟ୍ ପ୍ରଯୋଜକ ଆଦିଦାସକୁ (Adidas) ଦାୟିତ୍ବ ଦିଆଯାଇଛି । ବୁଧବାର ଦିନ ଉନ୍ମୋଚନ ହେବ ଭାରତୀୟ ଟିମ୍ ର ନୂଆ ଜର୍ସି । ସନ୍ଧ୍ୟା ୭:୩୦ ମିନିଟ୍ ରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଆଦିଦାସର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ହେବ ।

ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୩ ଦିନିକିଆ ବିଶ୍ୱକପ୍ ପାଇଁ ଆଦିଦାସ ଟିମ୍ ଇଣ୍ତିଆର ଜର୍ସିକୁ (Team India Jersey) ନୂଆ ରୂପ ଦେଇଛି । କୁହାଯାଉଛି କି, କାନ୍ଧରେ ଥିବା ତିନିଟି ଧଳା ରଙ୍ଗ ପରିବର୍ତ୍ତେ ତ୍ରିରଙ୍ଗା ଚିହ୍ନକୁ ସ୍ଥାନ ଦିଆଯାଇଛି । ତେବେ ଭାରତୀୟ ଦଳର ଏହି ନୂଆ ଜର୍ସିକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି କୋଟି କୋଟି ଫ୍ୟାନ୍ସ । ବିସିସିଆଇ ଲୋଗୋ ବର୍ତ୍ତମାନ, ବିଶ୍ୱକପ ବିଜୟର ପ୍ରତୀକ ଅଟେ । ୧୯୮୩ ଓ ୨୦୧୧ ମସିହାରେ ଭାରତର ଦିନିକିଆ ବିଶ୍ୱକପ୍ ରେ ବିଜୟ ହାସଲ କରିଥିଲା ।  ଆଦିଦାସର ଏହାର ବିଶ୍ୱକପ୍ ଅଭିଯାନର ନାମ '୩ କା ଡ୍ରିମ୍' ରଖିଛି ।

ବିଶ୍ୱକପ ପାଇଁ ଲଞ୍ଚ ହେବ ଗୀତ

ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହୋଇଥିବା ଗୀତକୁ ଗାଇଛନ୍ତି ପ୍ରସିଦ୍ଧ ରାପର ରଫତାର । ଏହାର ଭିଡିଓରେ ରୋହିତ ଶର୍ମା (Rohit Sharma), ବିରାଟ କୋହଲି (virat kohli), ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya), ଶୁଭମାନ ଗିଲ (Shubman Gill), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ଯୋଗଦେବେ।

ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଭାରତ

ପ୍ରକାଶ ଥାଉ କି ଦିନିକିଆ ବିଶ୍ୱକପ୍ ୨୦୨୩ ୫ ଅକ୍ଟୋବର ତାରିଖରୁ ଆରମ୍ଭ ହେବ । ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ତିଆ (world cup Aus vs Ind) । ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ (Chennai Chepauk Stadium)  ଏହି ମ୍ୟାଚ୍ ଆୟୋଜିତ ହେବ। ଏହି ମ୍ୟାଚରେ ଉଭୟ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିବ।

​Also Read-India vs Australia: ଦଳରେ ଚୟନ ନହେବା ଉପରେ ସାମସନ ଦେଲେ ପ୍ରଥମ ପ୍ରତିକ୍ରିୟା, ପ୍ରତ୍ୟାବର୍ତ୍ତନକୁ ନେଇ କହିଲେ ଏକ ବଡ଼ କଥା