Asia Cup 2023: ଏସିଆ କପ୍ ଖେଳିବ ଏହି ନୂଆ ଦଳ; ହଠାତ୍ ହେଲା ଏଣ୍ଟ୍ରି, ଭାରତ-ପାକିସ୍ତାନ ସହିତ ମଧ୍ୟ ହେବ ମ୍ୟାଚ୍
Advertisement
Article Detail0/zeeodisha/odisha1677572

Asia Cup 2023: ଏସିଆ କପ୍ ଖେଳିବ ଏହି ନୂଆ ଦଳ; ହଠାତ୍ ହେଲା ଏଣ୍ଟ୍ରି, ଭାରତ-ପାକିସ୍ତାନ ସହିତ ମଧ୍ୟ ହେବ ମ୍ୟାଚ୍

2023 Asia Cup: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଏସିଆ କପ୍ ମୁକାବିଲାରେ ଅଂଶଗ୍ରହଣ କରିବ। ଏହା ବ୍ୟତୀତ ଏସିଆ କପ୍ ଖେଳିବାକୁ ଯାଉଥିବା ବାକି ଦଳ ହେଉଛନ୍ତି ଭାରତ, ପାକିସ୍ଥାନ, ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ।

 

Asia Cup 2023: ଏସିଆ କପ୍  ଖେଳିବ ଏହି ନୂଆ ଦଳ; ହଠାତ୍ ହେଲା ଏଣ୍ଟ୍ରି, ଭାରତ-ପାକିସ୍ତାନ ସହିତ ମଧ୍ୟ ହେବ ମ୍ୟାଚ୍

Nepal Qualified for Asia Cup 2023: ଚଳିତ ବର୍ଷ ସେପ୍ଟମ୍ବରରେ ପାକିସ୍ତାନ ଠାରେ ଅନୁଷ୍ଠିତ ହେବ ଏସିଆ କପ୍। ହେଲେ ଗତ ବର୍ଷ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଜୟ ଶାହା ସ୍ପଷ୍ଟ କରିଛନ୍ତି ଯେ, ଭାରତୀୟ ଦଳ କୌଣସି ପରିସ୍ଥିତିରେ କ୍ରିକେଟ ମ୍ୟାଚ୍ ଖେଳିବା ପାଇଁ ପାକିସ୍ତାନ ଯାତ୍ରା କରିବ ନାହିଁ। ଏଭଳି ପରିସ୍ଥିତିରେ ଯେଉଁଠାରେ ଏହି ଟୁର୍ନାମେଣ୍ଟ ଖେଳାଯିବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ସମୟରେ ଏହି ଟୁର୍ନାମେଣ୍ଟ ସହ ଜଡିତ ଖବର ମଧ୍ୟ ସାମ୍ନାକୁ ଆସୁଛି। ଏଥର ଏକ ନୂଆ ଦଳ ଏସିଆ କପ୍ ରେ ଖେଳିବାର ଦେଖିବାକୁ ମିଳିବ। ଏହି ଦଳ ଭାରତ ଏବଂ ପାକିସ୍ତାନ ଟିମ୍ ରହିଥିବା ବର୍ଗେର ଅନ୍ତର୍ଭୂକ୍ତ ହୋଇଛି। 

୨୦୨୩ ଏସିଆ କପ୍ ଖେଳିବ ନୂଆ ଦଳ
ଗତ ୧୯୮୪ ମସିହାରୁ ଆୟୋଜିତ ହୋଇଆସୁଛି ଏସିଆ କପ୍ (Asia Cup)। ଚଳିତ ବର୍ଷ ଏହାର ୧୬ ତମ ସଂସ୍କରଣ (Asia Cup 16th Edition) ଦିନିକିଆ ଫର୍ମାଟ (ODI Format) ଅଧିନରେ ଖେଳାଯିବ। ନେପାଳ କ୍ରିକେଟ୍ ଦଳ (Nepal Cricket Team) ଇତିହାସ ସୃଷ୍ଟି କରି ଏସିଆ କପ୍ ୨୦୨୩ (Asia Cup 2023 Qualifiers) ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି। ନେପାଳ କ୍ରିକେଟ୍ ଟିମ୍ ପ୍ରଥମ ଥର ଦଳ ଏସିଆ କପ୍ (Asia Cup 2023)  ଖେଳିବାକୁ ଯାଉଛି। ପ୍ରାୟ ପାଞ୍ଚଟି ଦଳ ଏସିଆ କପ୍ ୨୦୨୩ ପାଇଁ ଯୋଗ୍ୟତା ଅର୍ଜନ (Qualification Asia Cup 2023) କରିସାରିଛନ୍ତି। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ (Cricket Tournament 2023) ରେ ନେପାଳ ଷଷ୍ଠ ତମ ଦଳ ହେବ। ଏହା ବ୍ୟତୀତ ବାକି ଦଳ ହେଉଛନ୍ତି ଭାରତ (India), ପାକିସ୍ଥାନ (Pakistan), ବାଂଲାଦେଶ (Bangaldesh), ଶ୍ରୀଲଙ୍କା (Sri Lanka) ଏବଂ ଆଫଗାନିସ୍ତାନ (Afghanistan)।

ୟୁଏଇ ଦଳକୁ ପରାସ୍ତ କରି ଯୋଗ୍ୟତା ଅର୍ଜନ କରିଛି ନେପାଳ କ୍ରିକେଟ୍ 
ମଙ୍ଗଳବାର କାଠମାଣ୍ଡୁ ସ୍ଥିତ ଟିୟୁ କ୍ରିକେଟ୍ ଗ୍ରାଉଣ୍ଡ (Kathmandu Cricket Stadium) ଠାରେ ଏସିସି ପୁରୁଷ ପ୍ରିମିୟର କପ୍ ଫାଇନାଲ ମୁକାବିଲାରେ (ACC Mens Premier Cup Final) ସଂଯୁକ୍ତ ଆରବ ଏମିରେଟ୍ସ (United Arab Emirates) ଦଳକୁ ପରାସ୍ତ କରି ନେପାଳ ଦଳ ଏସିଆ କପ୍ ୨୦୨୩ ପାଇଁ ନିଜର ସ୍ଥାନ ପକ୍କା କରିନେଇଛି। ଗତଥର ୟୁଏଇ କ୍ରିକେଟ ଟିମ (UAE Cricket Team) ଷଷ୍ଠ ଦଳ ଭାବରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ୍ ରେ ଅଂଶଗ୍ରହଣ କରିଥିଲା। ହେଲେ ଏଥର ୟୁଏଇ କ୍ରିକେଟ ଟିମ ଏସିଆ କପ୍ ଖେଳିବ ନାହିଁ। ଯଦି ମ୍ୟାଚ୍ ବିଷୟରେ କୁହାଯାଏ, ତାହେଲେ ୟୁଏଇ ଦଳ ପ୍ରଥମେ ବ୍ୟାଟିଂ କରି ୩୩.୧ ଓଭରରେ ମାତ୍ର ୧୧୭ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଅନ୍ୟପଟେ ନେପାଳ ଟିମ ୩୦.୨ ଓଭରରେ ୧୧୮ ରନ୍ ସ୍କୋର କରି ୟୁଏଇ ଦଳକୁ ଏହି ଟୁର୍ନାମେଣ୍ଟ ରୁ ବାହାର କରି ଦେଇଥିଲା।

୨ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି ୬ ଦଳ 
ଲିଗ୍ ପର୍ଯ୍ୟାୟ, ସୁପର-୪ ଏବଂ ଫାଇନାଲ୍ ସହିତ ଏସିଆ କପ୍ ୨୦୨୩ ରେ ମୋଟ ୧୩ ମ୍ୟାଚ୍ ଖେଳାଯିବ। ଯଦିଓ ଏହି ଟୁର୍ନାମେଣ୍ଟ କାର୍ଯ୍ୟସୂଚୀ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଦିନିକିଆ ଓଡିଆ ଫର୍ମାଟ ଅଧିନରେ ଏସିଆ କପ୍ ଖେଳାଯିବ। ଯେଉଁଥିରେ ଭାରତ, ପାକିସ୍ଥାନ ଏବଂ ନେପାଳ ଦଳ ସମାନ ଗୋଷ୍ଠୀରେ ରହିଥିବା ବେଳେ, ଗତ ଥରର ବିଜେତା ଚାମ୍ପିଅନ୍ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଅନ୍ୟ ଗୋଟିଏ ଦଳରେ ରହିବେ।