Ishan Kishan: ଭାରତୀୟ ଦଳରେ ସାମିଲ ହେଲେ ଇଶାନ କିଶନ, WTC Final ରେ ନେବେ କେ.ଏଲ୍ ରାହୁଲଙ୍କ ସ୍ଥାନ
Advertisement

Ishan Kishan: ଭାରତୀୟ ଦଳରେ ସାମିଲ ହେଲେ ଇଶାନ କିଶନ, WTC Final ରେ ନେବେ କେ.ଏଲ୍ ରାହୁଲଙ୍କ ସ୍ଥାନ

Team India Squad: ଆସନ୍ତା ଜୁନ୍ ୭ ତାରିଖରୁ ଲଣ୍ଡନ ଓଭାଲ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ। ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଲାଗି ବିସିସିଆଇ ପକ୍ଷରୁ ହୋଇଛି ଦଳ ଘୋଷଣା।

Ishan Kishan: ଭାରତୀୟ ଦଳରେ ସାମିଲ ହେଲେ ଇଶାନ କିଶନ, WTC Final ରେ ନେବେ କେ.ଏଲ୍ ରାହୁଲଙ୍କ ସ୍ଥାନ

World Test Championship 2023:  ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଇଶାନ କିଶନ। ୟିଏ କେଏଲ ରାହୁଲଙ୍କ ସ୍ଥାନରେ ଖେଳିବେ। ଇଶାନ କିଶନ ଆଇପିଏଲ ରେ
ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଛନ୍ତି। ଏହା ସହିତ ଆହତ କାରଣରୁ କେ.ଏଲ୍ ରାହୁଲ ଆଇପିଏଲ ରୁ ବାଦ୍ ପଡିଛନ୍ତି। କେଏଲ ରାହୁଲ ଆଇପିଏଲ ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳର ଅଧିନାୟକ ପଦ ସମ୍ଭାଳୁଥିଲେ। ଗତ ୧ ତାରିଖରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ବେଳେ ଫିଲ୍ଡିଂ ବେଳେ କରିବା ବେଳେ ଆହତ ହୋଇଥିଲେ। କେଏଲ ରାହୁଲ ଜଙ୍ଘରେ ଆଘାତ ଲାଗିଛି।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ଭାରତୀୟ ଦଳରେ ଇଶାନ କିଶନଙ୍କ ଅନ୍ତର୍ଭୁକ୍ତ ହେବା ସହିତ ଏହା ମଧ୍ୟ ଅନୁମାନ କରାଯାଉଛି ଯେ ସେ ୭ ଜୁନରୁ ଲଣ୍ଡନ ଓଭାଲ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ହେବାକୁ ଥିବା ଡବଲ୍ୟୁଟିସ୍ ଫାଇନାଲ ରେ ସେ ନିଜର ପ୍ରଦର୍ଶନ ଦେଖାଇବାର ସୁଯୋଗ ପାଇପାରନ୍ତି। ସେ କେ.ଏସ୍ ଭରତଙ୍କ ସ୍ଥାନରେ ଦଳରେ ୱିକେଟ୍ କିପର ଭାବରେ ଖେଳିପାରିବେ। ଏହା ସହିତ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଆଘାତ ସମସ୍ୟା ଉପରେ ନିରନ୍ତର ନଜର ରଖାଯାଉଛି। ସେ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀ ଠାରେ ପୁନର୍ବାସ ପ୍ରକ୍ରିୟା ଦେଇ ଗତି କରୁଛନ୍ତି। ଅନ୍ୟପଟେ ସୂର୍ଯ୍ୟକୁମାର ଯାଦବଙ୍କ ସମେତ ତିନି ଜଣ ଷ୍ଟାଣ୍ଡବାଇ ଖେଳାଳି ମଧ୍ୟ ଦଳରେ ସାମିଲ ହୋଇଛନ୍ତି। ଯିଏ ଭାରତୀୟ ଦଳ ସହିତ ଯାତ୍ରା କରିବେ।

ଷ୍ଟାଣ୍ଡବାଇ ଖେଳାଳି ଭାବରେ ସାମିଲ ହେଲେ ସୂର୍ଯ୍ୟକୁମାର ଯାଦବ
ସୋମବାର ଡବଲ୍ୟୁଟିସ୍ ଫାଇନାଲ ପାଇଁ ବିସିସିଆଇ ଭାରତୀୟ ଦଳ ଲାଗି ଷ୍ଟାଣ୍ଡବାଇ ଖେଳାଳି ମଧ୍ୟ ଘୋଷଣା କରିଛି। ଏଥିରେ ଆଇପିଏଲ ରେ ଚମତ୍କାର ପ୍ରଦର୍ଶନ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ମୁକେଶ କୁମାର,  ସିଏସକେ ଦଳର ଋତୁରାଜ ଗାଇକୱାଡଙ୍କୁ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି। ଏହା ସହିତ ୩୬୦ ଡିଗ୍ରୀ ଖେଳାଳି ସୂର୍ଯ୍ୟକୁମାର ଯାଦବ ମଧ୍ୟ ଷ୍ଟାଣ୍ଡବାଇ ଖେଳାଳି ଭାବରେ ଦଳରେ ସ୍ଥାନ ପାଇଛନ୍ତି।

ୱିକେଟ୍ କିପର ଭାବରେ ଇଶାନ କିଶନ ଭାରତୀୟ ଦଳରେ ଯୋଗ ଦେଇଛନ୍ତି। ଯିଏ କେ.ଏଲ୍ ରାହୁଲଙ୍କ ସ୍ଥାନରେ ଡବ୍ଲୁଟିଏସି ଫାଇନାଲ ରେ ଦଳର ୱିକେଟ୍ କିପର ଭାବରେ ଖେଳିପାରନ୍ତି। ହେଲେ ସେ ବାହାରି ଯିବା ପରେ କେବଳ କେ.ଏସ୍ ଭରତ ବିଶେଷଜ୍ଞ ୱିକେଟ୍ କିପର ଭାବରେ ଦଳରେ ଥିଲେ। ଏଭଳି ପରିସ୍ଥିତିରେ ଇଶାନ କିଶନଙ୍କୁ ଅନ୍ତର୍ଭୂକ୍ତ କରାଯାଇଛି। ଆଇପିଏଲ ରେ ଖରାପ ଆରମ୍ଭ ପରେ ଇଶାନ ନିକଟ ଅତୀତରେ କିଛି ଚମତ୍କାର ଇନିଂସ ଖେଳିଛନ୍ତି। ଚଳିତ ଆଇପିଏଲ ସଂସ୍କରଣରେ ୧୦ ମ୍ୟାଚ ଖେଳି ଇଶାନ କିଶନ ୨୯୩ ରନ ସ୍କୋର କରିଛନ୍ତି।

ବାମହାତୀ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଆଘାତ ଉପରେ ବିସିସିଆଇ ପକ୍ଷରୁ ସଦ୍ୟତମ ସୂଚନା ଦେଇଛି। ବୋଲିଂ ଅଭ୍ୟାସ ସମୟରେ ଜୟଦେବ ଉନାଦକତଙ୍କ ବାମ କାନ୍ଧରେ ଆଘାତ ଲାଗିଥିଲା। ବିସିସିଆଇ କହିଛି ଯେ ଜୟଦେବ ବର୍ତ୍ତମାନ ଜାତୀୟ କ୍ରିକେଟ୍ ଏକାଡେମୀରେ ପୁନଃ ଥଇଥାନ ପକ୍ରିୟା ଦେଇ ଗତି କରୁଛନ୍ତି। ଆସନ୍ତା ଜୁନ୍ ୭ ତାରିଖରୁ ଲଣ୍ଡନ ଓଭାଲ୍ ଗ୍ରାଉଣ୍ଡ ଠାରେ ଆୟୋଜିତ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଡବଲ୍ୟୁଟିସ୍ ଫାଇନାଲ ରେ ଜୟଦେବ ଉନାଦକତ ଖେଳିବେ ନା ନାହିଁ ତାହା ପରେ ନିଷ୍ପତ୍ତି ନିଆଯିବ।

ଡବଲ୍ୟୁଟିସ୍ ଫାଇନାଲ ପାଇଁ ଦଳରେ ସାମିଲ ହୋଇଥିବା ଉମେଶ ଯାଦବ ୨୬ ଅପ୍ରିଲରେ କେକେଆର ପାଇଁ ଖେଳୁଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ ସମୟରେ ଆହତ ହୋଇଥିଲେ। ଉମେଶ ଯାଦବଙ୍କୁ ଜବରଦସ୍ତ ଆଘାତ ଲାଗିଥିଲା। କୋଲକାତା ନାଇଟ୍ ରାଇଡର୍ସ ଦଳର ଡାକ୍ତରୀ ଟିମ୍ ଉମେଶ ଯାଦବଙ୍କ ଆଘାତ ସମସ୍ୟା ଉପରେ ନଜର ରଖିଛନ୍ତି। ଏହା ସହିତ ତାଙ୍କର ଆଘାତ ସମ୍ପର୍କରେ ବିସିସିଆଇ ମେଡିକାଲ ଟିମ୍ କେକେଆର ଦଳ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ତାଙ୍କ ଆଘାତ ଉପରେ ନିରନ୍ତର ନଜର ରଖାଯାଉଛି।

ଡବଲ୍ୟୁଟିସ୍ ଫାଇନାଲ ଲାଗି ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେ.ଏସ୍ ଭରତ (ୱିକେଟ୍ କିପର), ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମୋହମ୍ମଦ ଶାମି, ମୋହହଦ୍ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ଇଶାନ କିଶନ (ୱିକେଟ୍ କିପର)।

ଷ୍ଟାଣ୍ଡବାଇ ଖେଳାଳି: ଋତୁରାଜ ଗାଇକୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ।