Ind vs SA: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ, ଭାରତୀୟ ଦଳରେ କାହାକୁ ମିଳିବ ସ୍ଥାନ!
Advertisement
Article Detail0/zeeodisha/odisha2002386

Ind vs SA: ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ, ଭାରତୀୟ ଦଳରେ କାହାକୁ ମିଳିବ ସ୍ଥାନ!

India vs South Africa T20: ଭାରତ ଓ ଦକ୍ଷିଣ ଆଫ୍ରିକା (India vs South Africa Ist t20) ମଧ୍ୟରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି -20 ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୦ରେ ଖେଳାଯିବ । ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଡର୍ବାନରେ (Durban) ଖେଳାଯିବ । 

ସୌ(ସୋସିଆଲ ମିଡିଆ)

India vs South Africa Ist T20: ଭାରତ ଓ ଦକ୍ଷିଣ ଆଫ୍ରିକା (India vs South Africa Ist t20) ମଧ୍ୟରେ ଖେଳାଯିବାକୁ ଥିବା ୩ଟି ମ୍ୟାଚ୍ ବିଶିଷ୍ଟ ଟି -20 ମ୍ୟାଚ୍ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୦ରେ ଖେଳାଯିବ । ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକାର ଡର୍ବାନରେ (Durban) ଖେଳାଯିବ । ଏନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଭାରତର ଓପନିଂ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ (Shubman Gill) ମଧ୍ୟ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । ସେପଟେ ଦ୍ରୁତ ବୋଲର ଦୀପକ ଚହର (Deepak Chahar) ଏପର୍ଯ୍ୟନ୍ତ ଦଳରେ ଯୋଗ ଦେଇନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ଭାରତ ଓ ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ୍ ସିରିଜ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିସାରିଛନ୍ତି ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ (Shubman Gill) । ସେ ୟୁରୋପ ଗସ୍ତରେ ଯାଇଥିବାରୁ ଦଳ ସହ ଦକ୍ଷିଣ ଆଫ୍ରିକା ଯାଇପାରିନଥିଲେ। ଅନ୍ୟପଟେ ଦ୍ରୁତ ବୋଲର ଦୀପକ ଚହର (Deepak Chahar) ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ପହଞ୍ଚି ନାହାଁନ୍ତି। ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ସେ ଦଳରେ ଯୋଗ ଦେଇପାରିନଥିବା ଜଣାପଡ଼ିଛି । ଯଦି ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ନ ହୁଏ, ତେବେ ସେ ଏହି ସିରିଜରୁ ବାଦ ପଡ଼ିପାରନ୍ତି ବୋଲି ସୂଚନା ମିଳିଛି ।

ଭାରତୀୟ ଦଳକୁ ଡର୍ବାନ ମୈଇଦାନରେ ବେଶ ଯତ୍ନର ସହ ଖେଳିବାକୁ ପଡ଼ିବ । ଏହି ପିଚ୍ ରେ ଭାରତର ପ୍ରଦର୍ଶନ ଏତେଟା ଖାସ୍ ରହିନାହିଁ । ଟିମ୍ ଇଣ୍ତିଆ ଏଠାରେ ମୋଟ ୧୪ଟି ମ୍ୟାଚ୍ ଖେଳିଥିବା ବେଳେ ସେଥିମଧ୍ୟରୁ ଦଳ କେବଳ ୩ଟି ମ୍ୟାଚ୍ ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଓ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଏଠାରେ ୯ଟି ମ୍ୟାଚରେ ଦଳକୁ ପରାଜୟର ସମ୍ମୁଖୀନ ହୋଇଛି । ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ, ଏହି ପିଚ୍ ରେ ଭାରତର ରେକର୍ଡ଼ ଏତେଟା ଭଲ ନାହିଁ। ତେଣୁ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶାଳୀ ଦଳ ଆଗରେ ଭାରତକୁ ବେଶ ଯତ୍ନର ସହ ଖେଳିବାକୁ ପଡ଼ିବ ।

ମ୍ଭାବ୍ୟ ଭାରତୀୟ ଦଳ

ଯଶସ୍ୱୀ ଜୈସୱାଲ, ଶୁଭମାନ ଗିଲ/ଋତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, ରିଙ୍କୁ ସିଂ, ଇଶାନ କିଶନ, ରବିନ୍ଦ୍ର ଜାଡେଜା, ଅର୍ଶଦୀପ ସିଂ, ମୁକେଶ କୁମାର, ମହମ୍ମଦ ସିରାଜ, କୁଲଦୀପ ଯାଦବ / ରବି ବିଷ୍ଣୋଇ ।