Virushka: ଷ୍ଟାଡିୟମରୁ ଅନୁଷ୍କାଙ୍କୁ ବିରାଟଙ୍କ ମେସେଜ୍, 'ତୁମ୍ ଘର ଯାଓ' ବାଦ୍ ମେଁ... ଦେଖନ୍ତୁ ଭିଡ଼ିଓ
Advertisement

Virushka: ଷ୍ଟାଡିୟମରୁ ଅନୁଷ୍କାଙ୍କୁ ବିରାଟଙ୍କ ମେସେଜ୍, 'ତୁମ୍ ଘର ଯାଓ' ବାଦ୍ ମେଁ... ଦେଖନ୍ତୁ ଭିଡ଼ିଓ

Virat Anushka: ଏହି ମ୍ୟାଚ୍ ଦେଖିବା ଲାଗି ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ପହଁଞ୍ଚିଥିଲେ ଅନୁଷ୍କା ଶର୍ମା ଓ ରିତିକା । ତେବେ ଏହି ମ୍ୟାଚ୍ ବେଳର ବହୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ବିରାଟ ଓ ଅନୁଷ୍କା ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ସୌ(ସୋସିଆଲ ମିଡିଆ)

ICC World Cup 2023: ଭାରତ ଓ ପାକିସ୍ତାନ (Ind vs Pak World Cup 2023) ମଧ୍ୟରେ ଗତ ଶନିବାର ଦିନ ଖେଳାଯାଇଥିବା ହାଇଭେଲଟେଜ ମ୍ୟାଚରେ ଟିମ୍ ଇଣ୍ତିଆକୁ ମିଳିଥିଲା ସହଜ ବିଜୟ । ଏହି ମ୍ୟାଚ୍ ଦେଖିବା ଲାଗି ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ପହଁଞ୍ଚିଥିଲେ ଅନୁଷ୍କା ଶର୍ମା ଓ ରିତିକା । ତେବେ ଏହି ମ୍ୟାଚ୍ ବେଳର ବହୁ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ବିରାଟ ଓ ଅନୁଷ୍କା ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ଅନେକ ସମୟରେ ବିରାଟ କୋହଲିଙ୍କ (Virat Kohli) ବହୁ ମଜାଦାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। କେତେବେଳେ ୱାଟର ବୟ ସାଜି ଷ୍ଟାଡ଼ିୟମକୁ ପାଣି ଆଣୁଥିବାରୁ ତ ଆଉ କେତେବେଳେ ଅଭ୍ୟାସ ସମୟରେ ନାଚୁଥିବାର ଭିଡ଼ିଓ ସାମ୍ନାକୁ ଆସିଥାଏ । ଯାହାକୁ ଦେଖି ହସି ହସି ବେଦମ ହୋଇଥାଆନ୍ତି ଲୋକେ । ଏଥର କିନ୍ତୁ ଷ୍ଟାଡିୟମରୁ ପତ୍ନୀ ଅନୁଷ୍କାଙ୍କୁ ଇଶାରା କରି ଚର୍ଚ୍ଚାକୁ ଆସିଛନ୍ତି କିଙ୍ଗ କୋହଲି । ତେବେ ଷ୍ଟାଡିୟମରେ ଥାଇ ବିରାଟ ଅନୁଷ୍କାଙ୍କୁ (Anushka Sharma) କ’ଣ କହୁଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ବିରାଟଙ୍କ ଏହି ଭିଡିଓକୁ Voompla ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ କୋହଲି ପତ୍ନୀ ଅନୁଷ୍କାଙ୍କ ଆଡ଼କୁ ଇଶାରା କରି କିଛି କହୁଥିବାର ନଜର ଆସିଛନ୍ତି। ତେବେ ବିରାଟ ଅନୁଷ୍କାଙ୍କୁ କ’ଣ କହୁଛନ୍ତି ତାହା କେହି ଜାଣନ୍ତି ନାହିଁ । ଏହି ଭିଡି଼ଓ ଉପରେ ବହୁ ୟୁଜର୍ସ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

 

 
 
 
 

 
 
 
 
 
 
 
 
 
 
 

A post shared by Voompla (@voompla)

ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ନେଇ ଅକ୍ଟୋବର ୧୪ ତାରିଖ ଦିନ ଅହମ୍ମଦାବାଦରେ ପହଞ୍ଚିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା (Anushka Sharma)। ତେବେ ଗତକି ଛି ଦିନ ଅନୁଷ୍କା ଦ୍ବିତୀୟ ଥର ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି କାରଣରୁ ସେ ଭାରତ -ପାକ୍ ମ୍ୟାଚ୍ ଦେଖିବାକୁ ଆସିବେନି ନାହିଁ ବୋଲି କୁହାଯାଉଥିଲା । କିନ୍ତୁ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ (Narendra Modi Stadium) ପହଁଞ୍ଚି ଏହିସବୁ ଚର୍ଚ୍ଚା ଉପରେ ବ୍ରେକ୍ ଲଗାଇଥିଲେ ଅଭିନେତ୍ରୀ। ଅହମ୍ମଦାବାଦ ଯିବାବେଳେ ବିମାନରେ ଅଭିନେତ୍ରୀ ସଚିନ ତେନ୍ଦୁଲକର ଓ ଦୀନେଶ କାର୍ତ୍ତିକଙ୍କୁ ମଧ୍ୟ ଭେଟିଥିଲେ। କାର୍ତ୍ତିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋକୁ ସେୟାର କରିଥିଲେ।

Also Read-AUS Vs SL: ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇ ଦଳ