Ind vs Aus world cup 2023: ଆଉଟ୍ ହୋଇ ଫେରିବା ପରେ କୋହଲିଙ୍କୁ କିଛି ଏଭଳି ଢଙ୍ଗରେ ପ୍ରଶଂସା କଲେ ଦର୍ଶକ, ଦେଖନ୍ତୁ ଭିଡ଼ିଓ
Advertisement

Ind vs Aus world cup 2023: ଆଉଟ୍ ହୋଇ ଫେରିବା ପରେ କୋହଲିଙ୍କୁ କିଛି ଏଭଳି ଢଙ୍ଗରେ ପ୍ରଶଂସା କଲେ ଦର୍ଶକ, ଦେଖନ୍ତୁ ଭିଡ଼ିଓ

Ind vs Aus:  ଅଷ୍ଟ୍ରେଲିଆକୁ ୧୯୯ ରନ୍‌ରେ ଅଲଆଉଟ୍ କରିବା ପରେ ୨୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କିନ୍ତୁ ବ୍ୟାଟିଂ ଆରମ୍ଭରୁ ମାତ୍ର ୨ ରନ୍‌ର ୩ଟି ୱିକେଟ୍ ହରାଇଥିଲା ଭାରତ । ତେବେ ଏହି ସଙ୍କଟ ସମୟ ଆଶ୍ବସ୍ତି ଦେଇଥିଲା କୋହଲିଙ୍କ ପ୍ରଦର୍ଶନ । 

ସୌ(ସୋସିଆଲ ମିଡିଆ)

Ind vs Aus world cup 2023: ୫ ଥରର ବିଶ୍ବକପ ବିଜେତା ଅଷ୍ଟ୍ରେଲିଆକୁ (Australia) ୬ ୱିକେଟରେ ମାତ ଦେଇ ବିଜୟ ସହ ବିଶ୍ବକପ ୨୦୨୩ରେ ନିଜର ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ତିଆ (Team India) । ଅଷ୍ଟ୍ରେଲିଆକୁ ୧୯୯ ରନ୍‌ରେ ଅଲଆଉଟ୍ କରିବା ପରେ ୨୦୦ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କିନ୍ତୁ ବ୍ୟାଟିଂ ଆରମ୍ଭରୁ ମାତ୍ର ୨ ରନ୍‌ର ୩ଟି ୱିକେଟ୍ ହରାଇଥିଲା ଭାରତ । ତେବେ ଏହି ସଙ୍କଟ ସମୟ ଆଶ୍ବସ୍ତି ଦେଇଥିଲା କୋହଲିଙ୍କ ପ୍ରଦର୍ଶନ । ଅଷ୍ଟ୍ରେଲିଆ ବିପକ୍ଷରେ କୋହଲି ୮୫ ରନର ଇନିଂସ ଖେଳିଥିଲେ। ତେବେ କୋହଲିଙ୍କ ଆଉଟ୍ ହେବା ପରେ ଷ୍ଟାଡିୟମରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା ​​।

ବାସ୍ତବରେ, ପ୍ରକୃତରେ କୋହିଲଙ୍କ (Virat Kohli) ଜଣେ ପ୍ରଶଂସକ ନିଜ X (ଟ୍ୱିଟର) ଆକାଉଣ୍ଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ କୋହଲି ଆଉଟ୍ ହେବା ପରେ ପାଭିଲିୟନକୁ ଫେରୁଥିବା ଦେଖିବାକୁ ମିଳିଛି । କୋହଲି ପାଭିଲିୟନ ଫେରିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ପ୍ରଶଂସକ କୋହଲିଙ୍କ ନାମରେ ସ୍ଲୋଗାନ ଦେବା ସହ ପ୍ରାୟ ୫ ମିନିଟ୍ ଧରି ଷ୍ଟାଣ୍ଡିଂ ଓଭେସନ୍ (Standing Ovation) ଦେଉଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାର ଲାଗିଛି । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୧୧୬ ବଲରେ ୮୫ ରନ୍ ସ୍କୋର କରିଥିଲେ। ଯେଉଁଥିରେ ୬ଟି ଚୌକା ସାମିଲ ରହିଛି ।

ସୂଚନାଯୋଗ୍ୟ, ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ । କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ବେଶ ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ । ମାତ୍ର ୧୯୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା କଙ୍ଗାରୁ ଦଳ । ୨୦୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତକୁ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡ଼ିଥିଲା । ମାତ୍ର ୨ ରନ୍ ସ୍କୋରରେ ଭାରତ ୩ଟି ୱିକେଟ୍ ହରାଇଥିଲା ।  ଇଶାନ କିଷାନ, ଅଧିନାୟକ ରୋହିତ ଶର୍ମା ଓ ଶ୍ରେୟସ ଅୟର ଖାତା ଖୋଲି ପାରିନଥିଲେ । ତେବେ ଏହି ସମୟରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବିରାଟ କୋହଲି । ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ୮୫ ରନ୍ ଓ କେଏଲ ରାହୁଲଙ୍କ (k l Rahul) ଅପରାଜିତ ୯୭ ରନର ଦମଦାର ଇନିଂସ ଫଳରେ ୪୧.୨ ଓଭରରେ ମାତ୍ର ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା ଭାରତ ।

ଭାରତ ବିଜୟ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ପରବର୍ତ୍ତୀ ମ୍ୟାଚରେ (ଅକ୍ଟୋବର ୧୧ରେ) ଆଫଗାନିସ୍ତାନ ସହ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମୁହାଁମୁହଁ ହେବ ଭାରତ । ଏହାପରେ ଅକ୍ଟୋବର ୧୪ରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ (Ind vs Pak world cup 2023) ମଧ୍ୟରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ ।

​Also Read-World Cup 2023: ବିରାଟ କୋହଲି ଓ କେ.ଏଲ୍ ରାହୁଲଙ୍କ ଯୋଡି କଲେ ଚମତ୍କାର, ଭାଙ୍ଗିଦେଲେ ୨୭ ବର୍ଷ ଏହି ପୁରୁଣା ରେକର୍ଡ