HBD Gautam Gambhir: କାହିଁକି କ୍ରିକେଟର ହେବାକୁ ଚାହିୁଁନଥିଲେ ଗୌତମ ଗମ୍ଭୀର, କହିଲେ...
Advertisement
Article Detail0/zeeodisha/odisha1914802

HBD Gautam Gambhir: କାହିଁକି କ୍ରିକେଟର ହେବାକୁ ଚାହିୁଁନଥିଲେ ଗୌତମ ଗମ୍ଭୀର, କହିଲେ...

ଟିମ୍ ଇଣ୍ତିଆର ପୂର୍ବତନ ଓପନର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର (Gautam Gambhir) ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ ସାଙ୍ଗକୁ କଠିନ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିବାର ଦକ୍ଷତା ପାଇଁ ଜଣାଶୁଣା ଗମ୍ଭୀର ଅନେକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ସଫଳତା ଭେଟି ଦେଇଛନ୍ତି । ଯେଉଁଥିରେ ୨୦୦୭ ଟି -

ସୌ(ସୋସିଆଲ ମିଡିଆ)

Gautam Gambhir Birthday: ଟିମ୍ ଇଣ୍ତିଆର ପୂର୍ବତନ ଓପନର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର (Gautam Gambhir) ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଆକ୍ରମଣାତ୍ମକ ବ୍ୟାଟିଂ ସାଙ୍ଗକୁ କଠିନ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରିବାର ଦକ୍ଷତା ପାଇଁ ଜଣାଶୁଣା ଗମ୍ଭୀର ଅନେକ ଟୁର୍ଣ୍ଣାମେଣ୍ଟରେ ଭାରତକୁ ସଫଳତା ଭେଟି ଦେଇଛନ୍ତି । ଯେଉଁଥିରେ ୨୦୦୭ ଟି -20 ବିଶ୍ୱକପ ଓ ୨୦୧୧ କ୍ରିକେଟ୍ ବିଶ୍ୱକପ୍ ଅନ୍ତର୍ଭୁକ୍ତ । ତେବେ ପୂର୍ବତନ ଖେଳାଳିଙ୍କ ଜନ୍ମଦିନ ଅବସରରେ ବିସିସିଆଇ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ମାଧ୍ୟମରେ ଗୌତମ ଗମ୍ଭୀରଙ୍କୁ ଅଭିନନ୍ଦନ ଜଣାଇଛି । ବିସିସିଆଇ ଲେଖିଛି, "୨୦୦୭ ବିଶ୍ୱ ଟି -୨୦ ବିଜେତା।  ୨୦୧୧ ବିଶ୍ୱକପ ବିଜେତା। ୨୪୨ ଆନ୍ତର୍ଜାତୀୟ। ମ୍ୟାଚ୍, ୧୦,୩୨୪ ଆନ୍ତର୍ଜାତୀୟ ରନ୍। ଗୌତମ ଗମ୍ଭୀରଙ୍କୁ ଜନ୍ମଦିନର ଶୁଭେଚ୍ଛା।"

ଗୌତମ ଗମ୍ଭୀରଙ୍କ କ୍ୟାରିୟର

୨୦୦୩ ମସିହାରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିବା ଭାରତୀୟ ଖେଳାଳି ଗୌତମ ଗମ୍ଭୀର ୫୮ ଟି ଟେଷ୍ଟ, ୧୪୭ ଟି ଦିନିକିଆ (ODI) ଓ ୩୭ ଟି -୨୦ ମ୍ୟାଚ୍ ଖେଳିଛନ୍ତି । ସେ ଉଭୟ ଟେଷ୍ଟ ମ୍ୟାଚ୍ ଓ ଦିନିକିଆରେ (ODI) ରେ ୧୦, ୦୦୦ ରୁ ଅଧିକ ରନ୍ କରିଛନ୍ତି । ଗମ୍ଭୀର ୫୪ଟି ଟେଷ୍ଟ ମ୍ୟାଚରେ ୪୧୫4 ରନ୍ ସଂଗ୍ରହ କରିଥିବା ବେଳେ ୧୪୭ଟି ଦିନିକିଆ (ODI)ରେ ୫୨୩୮ ଓ ୩୭ଟି ଟି-୨୦ ମ୍ୟାଚ୍ ରେ ୯୩୨ ରନ୍ ସ୍କୋର କରିଛନ୍ତି । ଉଭୟ ୨୦୦୭ ଟି -20 ବିଶ୍ୱକପ ଫାଇନାଲ ଓ ୨୦୧୧ ବିଶ୍ୱକପ ଫାଇନାଲରେ ସେ ଭାରତ ପାଇଁ ଅଗ୍ରଣୀ ରନ୍ ସ୍କୋର କରିଥିଲେ  |

ତେବେ ବ୍ୟାଟିଂ ଦକ୍ଷତା ବ୍ୟତୀତ ଗମ୍ଭୀର ଜଣେ ଭଳ ଫିଲ୍ଡର ଓ ଦକ୍ଷ ଅଧିନାୟକ ମଧ୍ଯ ଥିଲେ। ତାଙ୍କ ଅଧିନାୟକତ୍ବରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ କୋଲକାତା ନାଇଟ୍ ରାଇଡର୍ସ ୨୦୧୨ ଓ ୨୦୧୪ ମସିହାରେ ଦୁଇଟି ଟାଇଟଲ୍ ହାତେଇଥିଲା । ଗମ୍ଭୀର ୨୦୧୮ ମସିହାରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିଲେ। ବର୍ତ୍ତମାନ ସେ ସଂସଦର ସଦସ୍ୟ ଥିବା ବେଳେ କ୍ରିକେଟ୍ ସମୀକ୍ଷକ ଭାବେ ମଧ୍ଯ କାର୍ଯ୍ୟରତ ।

କ୍ରିକେଟର ହେବାକୁ ଚାହୁଁନଥିଲେ ଗମ୍ଭୀର

ଗମ୍ଭୀର ଅନେକ ସମୟରେ ତାଙ୍କ ବୟାନକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି । ବିଭିନ୍ନ ସମୟରେ ସେ ଅନ୍ୟ ଖେଳାଳିଙ୍କୁ ନେଇ ପ୍ରତିକ୍ରିୟା ଦେଇଥାଆନ୍ତି । ନିକଟରେ ଏକ ସାକ୍ଷାତକାରରେ ଗମ୍ଭୀର ନିଜକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏକ ସୋ’ ଗମ୍ଭୀରଙ୍କୁ ତାଙ୍କ ଜୀବନର ସବୁଠୁ ବଡ ପଶ୍ଚାତପ କ’ଣ ବୋଲି ପଚରା ଯାଇଥିଲା ? ଯାହାର ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ ଗମ୍ଭୀର । ସେ କହିଥିଲେ “ମୁଁ କ୍ରିକେଟର ହେବାକୁ ଚାହୁଁନଥିଲି ।” । ତେବେ ସେ କାହିଁକି ଏପରି ମନ୍ତବ୍ୟ ଦେଇଥିଲେ ସେ ନେଇ କୌଣସି ଖୁଲାସା କରିନାହାଁନ୍ତି  ।

ଏହା ବି ପଢନ୍ତୁ-IND Vs PAK Live Score Updates: ଆଜି ଭାରତ-ପାକ ମୁହାଁମୁହିଁ