Jasprit Bumrah and Shreyas Iyer: ଟିମ୍ ଇଣ୍ଡିଆ ପାଇଁ ଆସିଲା ଏକ ଖୁସି ଖବର! ବୁମ୍ରା ଓ ଶ୍ରେୟାସଙ୍କ ଆଘାତ ଉପରେ ଆସିଲା ଏହି ବଡ଼ ଅପଡେଟ୍
Advertisement
Article Detail0/zeeodisha/odisha1653707

Jasprit Bumrah and Shreyas Iyer: ଟିମ୍ ଇଣ୍ଡିଆ ପାଇଁ ଆସିଲା ଏକ ଖୁସି ଖବର! ବୁମ୍ରା ଓ ଶ୍ରେୟାସଙ୍କ ଆଘାତ ଉପରେ ଆସିଲା ଏହି ବଡ଼ ଅପଡେଟ୍

Jasprit Bumrah and Shreyas Iyer Injury Update: ଜସପ୍ରୀତ ବୁମ୍ରା ଓ ଶ୍ରେୟାସ ଆୟରଙ୍କ ଲୋୟର ବ୍ୟାକ ସର୍ଜରୀ ସମ୍ବନ୍ଧରେ ବିସିସିଆଇ ଏକ ଅପଡେଟ୍ ଦେଇଛି । ଏହି ଅପଡେଟ୍ ଅନୁଯାୟୀ, ୨୦୨୩ ବିଶ୍ୱକପ ପୂର୍ବରୁ ଏହି ଉଭୟ ଖେଳାଳି ସମ୍ପୂର୍ଣ୍ଣ ଫିଟ୍ ହେବେ ବୋଲି ଆକଳନ କରାଯାଇପାରେ ।

ସାଙ୍କେତିକ ଛବି

Jasprit Bumrah and Shreyas Iyer: ଟିମ୍ ଇଣ୍ଡିଆ (Team India) ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ଦିନ ଧରି ଦଳରୁ ବାହାରେ ଥିବା ଜସପ୍ରୀତ ବୁମ୍ରା (Jasprit Bumrah) ପ୍ରତ୍ୟାବର୍ତ୍ତନ ପାଇଁ ରିହେବ ଆରମ୍ଭ କରିଛନ୍ତି । ଅର୍ଥାତ୍ ବିଶ୍ୱକପ୍ ୨୦୨୩ ର (2023 Cricket World Cup) ବହୁ ପୂର୍ବରୁ, ତାଙ୍କର ସମ୍ପୂର୍ଣ୍ଣ ଫିଟ୍ ହେବାର ସମ୍ଭାବନା ରହିବ । ଏହା ସହିତ ଶ୍ରେୟସ୍ ଆୟରଙ୍କ (Shreyas Iyer) ଆଘାତ ଉପରେ ମଧ୍ୟ ଏକ ଅପଡେଟ୍ ଆସିଛି । ଆସନ୍ତା ସପ୍ତାହରେ ଶ୍ରେୟସ୍ ଆୟରଙ୍କ ଲୋୟର ବ୍ୟାକ୍ ସର୍ଜରୀ କରିବାକୁ ଧାର୍ଯ୍ୟ କରାଯାଇଛି ।

ବିସିସିଆଇ ଏକ ପ୍ରେସ ରିଲିଜ ଜାରି କରିଛି, ଯେଉଁଥିରେ ଏହି ଦୁଇ ଭେଟେରାନଙ୍କ ଆଘାତ ସମ୍ପର୍କରେ ଏକ ଅପଡେଟ୍ ରହିଛି। ଏହି ପ୍ରେସ ରିଲିଜରେ କୁହାଯାଇଛି, 'ଜସପ୍ରୀତ ବୁମ୍ରାଙ୍କ ଲୋୟର ବ୍ୟାକ୍ ଅସ୍ତ୍ରୋପଚାର ନ୍ୟୁଜିଲ୍ୟାଣ୍ଡରେ କରାଯାଇଥିଲା, ଯାହା ସଫଳ ହୋଇଛି ଓ ସେ ଯନ୍ତ୍ରଣାରୁ ମୁକ୍ତ । ବିଶେଷଜ୍ଞମାନେ ତାଙ୍କୁ ଅସ୍ତ୍ରୋପଚାରର ୬ସପ୍ତାହ ପରେ ରିହେବ କରିବାକୁ ପରାମର୍ଶ ଦେଇଥିଲେ ଓ ଏହି କାର୍ଯ୍ୟସୂଚୀ ଅନୁଯାୟୀ ବୁମ୍ରା ଏହି ଶୁକ୍ରବାର (ଏପ୍ରିଲ ୧୪) ରୁ ବେଙ୍ଗାଲୁରୁର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (NCA) ରେ ରିହେବ ଆରମ୍ଭ କରି ଦେଇଛନ୍ତି ।

ଏହି ପ୍ରେସ୍ ରିଲିଜରେ, ଶ୍ରେୟସ୍ ଆୟରଙ୍କ ବିଷୟରେ କୁହାଯାଇଛି, 'ଲୋୟର ବ୍ୟାକ୍ ସମସ୍ୟା ପାଇଁ ଶ୍ରେୟସ୍ ଆୟରଙ୍କୁ ଆସନ୍ତା ସପ୍ତାହରେ ଅସ୍ତ୍ରୋପଚାର କରିବାକୁ ପଡିବ । ଅସ୍ତ୍ରୋପଚାର ପରେ ସେ ଦୁଇ ସପ୍ତାହ ପର୍ଯ୍ୟନ୍ତ ସର୍ଜନଙ୍କ ତତ୍ତ୍ୱାବଧାନରେ ରହିବେ ଓ ପରେ ପୁନର୍ବାର ଏନସିଏକୁ ଫେରିବେ ।'

ଜସପ୍ରୀତ ବୁମ୍ରା ପ୍ରାୟ ସାତ ମାସ ଧରି ଟିମ୍ ଇଣ୍ଡିଆରୁ ବାହାରେ ରହିଆସୁଛନ୍ତି । ସେ ଶେଷ ଥର ପାଇଁ ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ସେପ୍ଟେମ୍ବରରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଚଳିତ ବର୍ଷ ଜାନୁଆରୀରେ ତାଙ୍କୁ ଟିମ୍ ଇଣ୍ଡିଆରେ ସାମିଲ କରାଯାଇଥିଲା କିନ୍ତୁ ସେ ପୁଣି ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ କୌଣସି ମ୍ୟାଚ୍ ନ ତାଙ୍କୁ ଖେଳି ଦଳରୁ ଓହରିଯିବାକୁ ପଡିଥିଲା । ଏଥି ସହିତ, ଶ୍ରେୟସ୍ ଆୟର ଏକ ମାସ ପୂର୍ବରୁ ଆହତ ହୋଇଥିଲେ । ମାର୍ଚ୍ଚରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜରେ ସେ ଆହତ ହୋଇଥିଲେ ଓ ଏହା ପରେ ସମଗ୍ର ଆଇପିଏଲରୁ ବାଦ ପଡିଥିଲେ ।

କହିରଖୁଛୁ ଯେ ଶୁକ୍ରବାର ଦିନ ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ ଜସପ୍ରୀତ ବୁମ୍ରା ବିସିସିଆଇ ବିଶ୍ୱକପ ୨୦୨୩ ପୂର୍ବରୁ ଫିଟ୍ ହେବ ବୋଲି ଆଶା କରାଯାଉଛି ।  ସମସ୍ତେ ଜାଣନ୍ତି ଯେ ବୁମ୍ରାଙ୍କ ଲେଭଲର ଖେଳାଳି । ସେ ଭାରତ ପାଇଁ ଅନେକ ମ୍ୟାଚ୍ ଜିତାଇଛନ୍ତି ଓ ସେ ଭାରତୀୟ ପରିସ୍ଥିତିକୁ ଭଲଭାବେ ଜାଣିଛନ୍ତି । ତେବେ ଜସପ୍ରୀତ ବୁମ୍ରା କେବେ ପଡ଼ିଆକୁ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ ରେ ଅକ୍ଟୋବରରେ ଆରମ୍ଭ ହେବ । ବର୍ତ୍ତମାନ ଏହା ହେବାକୁ ଆହୁରି ୬ ମାସ ସମୟ ବାକି ଅଛି ।

ଏହା ବି ପଢ଼ନ୍ତୁ: IPL ରେ କେଉଁ ଖେଳାଳି GOAT? ଏବି ଡି ଭିଲିୟର୍ସ ନେଲେ ଏହି ଭାରତୀୟ ଭେଟେରାନଙ୍କ ନାମ

ଏହା ବି ପଢ଼ନ୍ତୁ: Prithvi Shaw Selfie Row: ଆଇପିଏଲ୍-୨୦୨୩ ମଝିରେ ପୃଥ୍ୱୀ ଶ'ଙ୍କୁ ନୋଟିସ୍ ପଠାଇଲେ ହାଇକୋର୍ଟ, ଜାଣନ୍ତୁ ପୂରା ମାମଲା