India Squad: ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର
Advertisement
Article Detail0/zeeodisha/odisha2342307

India Squad: ଶ୍ରୀଲଙ୍କା ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଟି-୨୦ ଦଳର ଅଧିନାୟକ ହେଲେ ସୁର୍ଯ୍ୟକୁମାର

India Squad for Sri Lanka Tour: ଶ୍ରୀଲଙ୍କା ସିରିଜ୍ ପାଇଁ ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି-୨୦ ଦଳର ନେତୃତ୍ୱ ଦିଆଯାଇଛି। ରୋହିତ ଓ ବିରାଟ ଏକଦିବସୀୟ ସିରିଜରେ ଖେଳିବେ।

 

India Squad for Sri Lanka Tour

India Squad for Sri Lanka Tour: ବିସିସିଆଇ ଗୁରୁବାର ଦିନ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବଙ୍କୁ ଭାରତୀୟ ଟି-୨୦ ଦଳର କମାଣ୍ଡ ଦିଆଯାଇଛି। ଅଧିନାୟକତ୍ୱ ରେସରେ ସୂର୍ଯ୍ୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାସ୍ତ କରିଛନ୍ତି। ସୂର୍ଯ୍ୟକୁମାର ଟି-୨୦ ବିଶ୍ୱକପ ୨୦୨୬ ପର୍ଯ୍ୟନ୍ତ ଦାୟିତ୍ୱ ଗ୍ରହଣ କରିବାର ସମ୍ଭାବନା ଅଛି। ଗୌତମ ଗମ୍ଭୀର ମୁଖ୍ୟ କୋଚ୍ ହେବା ପରେ ଏହା ଏକ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଏ। ଉପ-ଅଧିନାୟକ ଭାବେ ଶୁବମନ ଗିଲଙ୍କୁ ନିଯୁକ୍ତ କରାଯାଇଛି। ଗିଲଙ୍କ ନେତୃତ୍ୱରେ ଭାରତ ନିକଟରେ ଜିମ୍ବାୱେରୁ ଟି-୨୦ ସିରିଜ୍ ଜିତିଛି।

'ହିଟମ୍ୟାନ୍' ରୋହିତ ଶର୍ମା ଓ ବିରାଟ କୋହଲି ଏକଦିବସୀୟ ସିରିଜରେ ଖେଳିବେ। ପ୍ରଥମେ ରୋହିତ ଏବଂ କୋହଲିଙ୍କୁ ବିଶ୍ରାମ ଦିଆଯିବ ବୋଲି କଳ୍ପନାଜଳ୍ପନା କରାଯାଇଥିଲା କିନ୍ତୁ କୋଚ୍ ଭାବରେ ଏହା ଗମ୍ଭୀରଙ୍କ ପ୍ରଥମ ସିରିଜ୍ ହୋଇଥିବାରୁ ଉଭୟ ଉପଲବ୍ଧ ହେବାକୁ ନିଷ୍ପତ୍ତି ନେଇଥିଲେ। କହିରଖୁଛୁ ଯେ ଟି-୨୦ ବିଶ୍ୱକପ ୨୦୨୪ ଜିତିବା ପରେ 'ହିଟମ୍ୟାନ' ରୋହିତ, କୋହଲି ଓ ରବିନ୍ଦ୍ର ଜାଡେଜା ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅଭିଜ୍ଞ ଅଲରାଉଣ୍ଡର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଛି। ଶ୍ରେୟାସ ଆୟର ଭାରତୀୟ ଦଳକୁ ଫେରିଛନ୍ତି। ଫେବୃଆରୀ ୨୦୨୪ ରେ ସେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ଏଥି ସହିତ ଦ୍ରୁତ ବୋଲର ହର୍ଷିତ ରାଣା ପ୍ରଥମ ଥର ପାଇଁ ଭାରତୀୟ ଦିନିକିଆ ଦଳରେ ମନୋନୀତ ହୋଇଛନ୍ତି। ଜିମ୍ବାୱେରେ ଅଧିକ ଭଲ ପଦର୍ଶନ କରି ପାରି ନ ଥିବା ରିୟାନ୍ ପାରାଗଙ୍କୁ ପୁଣି ଏକ ସୁଯୋଗ ମିଳିଛି। ଅଲରାଉଣ୍ଡର ଶିବମ୍ ଦୁବେ ଓ ୱାଶିଂଟନ୍ ସୁନ୍ଦର ଉଭୟ ଫର୍ମାଟ୍ ପାଇଁ ଦଳରେ ଅଛନ୍ତି। ଜିମ୍ବାୱେ ଗସ୍ତରେ ସୁନ୍ଦରଙ୍କୁ ପ୍ଲେୟାର ଅଫ୍ ଦି ସିରିଜ୍ ଭାବେ ବିଚାର କରାଯାଇଥିଲା। ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିନାହିଁ। ଚାହଲ ଟି-୨୦ ବିଶ୍ୱକପରେ ଗୋଟିଏ ବି ମ୍ୟାଚ୍ ଖେଳି ନାହାଁନ୍ତି। ଜୁଲାଇ ୨୭ ରୁ ଭାରତକୁ ପାଲେକେଲେରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବାକୁ ପଡିବ। ୨ ଅଗଷ୍ଟରୁ କଲମ୍ବୋରେ ତିନୋଟି ODI ମ୍ୟାଚ୍ ଖେଳାଯିବ।

ଭାରତୀୟ ଟି-୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ଯଶସ୍ୱୀ ଜୈସୱାଲ, ରିଙ୍କୁ ସିଂ, ରିୟାନ ପାରାଗ, ଋଷଭ ପନ୍ତ (ୱିକେଟ୍ କିପର), ସଞ୍ଜୁ ସାମସନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର , ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖାଲିଲ ଅହମ୍ମଦ, ମହମ୍ମଦ ସିରାଜ।

ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ଶ୍ରେୟସ୍ ଆୟର୍, ଶିବମ୍ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ , ରିଆନ୍ ପାରାଗ, ଅକଷାର ପଟେଲ, ଖାଲିଲ ଅହମ୍ମଦ, ହର୍ଷିତ ରାଣା।

ଶ୍ରୀଲଙ୍କା ଗସ୍ତର କାର୍ଯ୍ୟସୂଚୀ
ପ୍ରଥମ ଟି-୨୦ ମ୍ୟାଚ୍ (୨୭ ଜୁଲାଇ)
ଦ୍ୱିତୀୟ ଟି-୨୦ ମ୍ୟାଚ୍ (୨୮ ଜୁଲାଇ)
ତୃତୀୟ ଟି-୨୦ ମ୍ୟାଚ୍ (୩୦ ଜୁଲାଇ)

ପ୍ରଥମ ODI ମ୍ୟାଚ୍ (୨ ଅଗଷ୍ଟ)
ଦ୍ୱିତୀୟ ODI ମ୍ୟାଚ୍ (୪ ଅଗଷ୍ଟ)
ତୃତୀୟ ODI ମ୍ୟାଚ୍ (୭ ଅଗଷ୍ଟ)