Babar Azam On PAK vs ENG Final: ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ
Advertisement

Babar Azam On PAK vs ENG Final: ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

Babar Azam On PAK vs ENG Final: ରବିବାର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଜୋସ୍ ବଟଲରଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଇଂଲଣ୍ଡ ଦଳ ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲା ।

Babar Azam On PAK vs ENG Final: ଫାଇନାଲରେ ହାରିବା ପରେ ବାବର ଆଜମ ଦେଲେ ବଡ଼ ବୟାନ, ପରାଜୟ ପାଇଁ ଏମାନଙ୍କୁ କଲେ ଦାୟୀ

Babar Azam On Pakistan vs England ICC T20 World Cup 2022 Final: ଇଂଲଣ୍ଡ (England Team) ପୁଣି ଥରେ ବିଶ୍ୱ ଚାମ୍ପିୟନ ହୋଇଛି । ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ର ଫାଇନାଲ ମ୍ୟାଚ (PAK vs ENG Final) ରେ ପାକିସ୍ତାନକୁ ଇଂଲଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଛି । ରବିବାର ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଜୋସ୍ ବଟଲର (Jos Buttler) ଙ୍କ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍ ବୋଲି ପ୍ରମାଣିତ ହୋଇଛି ଓ ଇଂଲଣ୍ଡ ଦଳ ପାକିସ୍ତାନକୁ ବଡ଼ ସ୍କୋର କରିବାକୁ ଦେଇ ନଥିଲା ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୩୮ ରନ୍ ସଂଗ୍ରହ କରିଥିଲା ।  ଏହି ମହାମୁକାବିଲାରେ ଅଧିନାୟକ (Pakistan Captain) ବାବର ଆଜମ (Babar Azam) ୩୨, ମହମ୍ମଦ ରିଜୱାନ (Mohammad Rizwan) ୧୫, ମହମ୍ମଦ ହାରିସ (Mohammad Harris) ୮, ଶାନ ମାସୁଦ (Shan Masood) ୩୮ ଏବଂ ଇଫ୍ତିଖର ଅହମ୍ମଦ (Iftikhar Ahmed) ଏକ ଡକରେ  ଆଉଟ୍ ହୋଇଥିଲେ । ଶାଦବ ଖାନ (Shadab Khan) ୨୦, ମହମ୍ମଦ ନୱାଜ (Mohammad Nawaz) ୫ ଏବଂ ମହମ୍ମଦ ୱାସିମ (Mohammad Wasim) ମାତ୍ର ୪ ରନ୍ କରିପାରିଥିଲେ । ଇଂଲଣ୍ଡ ତରଫରୁ ସାମ କରନ (Sam Curran) ୪ ଓଭରରେ ୧୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ । ସେହିପରି ଆଦିଲ ରସିଦ (Adil Rashid) ୨, କ୍ରିସ ଜୋର୍ଡାନ (Chris Jordan) ୨ ଏବଂ ବେନ ଷ୍ଟୋକ୍ସ (Ben Stokes) ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଏହି ଫାଇନାଲ ମ୍ୟାଚରେ ପାକିସ୍ତାନର ଖରାପ ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠିଛି । ପାକିସ୍ତାନର ପରାଜୟକୁ ନେଇ ଦଳର ଅଧିନାୟକ ବାବର ଆଜମ ଏକ ବଡ଼ ବୟାନ ଦେଇଛନ୍ତି ।

ମ୍ୟାଚ୍ ହାରିବା ପରେ ପାକିସ୍ତାନ ଅଧିନାୟକ ବାବର ଆଜମ (Babar Azam) କହିଛନ୍ତି ଯେ, "ଟ୍ରଫି ଜିତିବା ପାଇଁ ଇଂଲଣ୍ଡକୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ସେମାନେ ଚାମ୍ପିଅନ୍ ହେବାକୁ ଯୋଗ୍ୟ ଓ ସେମାନେ ମ୍ୟାଚ୍ ଭଲ ଖେଳିଛନ୍ତି । ଆମକୁ ଏଠାରେ ନିଜ ଘର ଭଳି ଅନୁଭବ ହୋଇଛି, ସବୁଆଡେ ବହୁତ ସମର୍ଥନ ପାଇଥିଲୁ । ପ୍ରଶଂସକଙ୍କୁ ସମର୍ଥନ ପାଇଁ ଧନ୍ୟବାଦ । ହଁ, ଆମେ ପ୍ରଥମ ଦୁଇଟି ଗେମ୍ ହାରିଗଲୁ କିନ୍ତୁ ଗତ ଚାରିଟି ମ୍ୟାଚରେ ଆମେ କିପରି ଫେରିଲୁ ତାହା ଅବିଶ୍ୱସନୀୟ ଥିଲା । ମୁଁ କେବଳ ଟିମର ଖେଳାଳିମାନଙ୍କୁ ସେମାନଙ୍କର ପ୍ରାକୃତିକ ଖେଳ ଖେଳିବାକୁ କହିଥିଲି, କିନ୍ତୁ ଆମେ ୨୦ ରନ୍ କମ୍ ସ୍କୋର କରିଥିଲୁ ।" ଏଠାରେ କହି ରଖୁଛୁ ଯେ, ମହମ୍ମଦ ରିଜୱାନଙ୍କ ଶୀଘ୍ର ଆଉଟ୍ ହେବା ପରେ ବାବର ଆଜମଙ୍କ ୱିକେଟ ଯିବା ସହ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ମାନେ ବଡ଼ ଇନିଂସ ଖେଳିପାରିନଥିଲେ ।

ବାବର ଆଜମ ଆହୁରି କହିଛନ୍ତି ଯେ, ଆମର ବୋଲରମାନେ ବହୁତ ଭଲ ବୋଲିଂ କରିଥିଲେ । ଆମର ବୋଲିଂ ଦୁନିଆର ସର୍ବୋତ୍ତମ ଆକ୍ରମଣ ମଧ୍ୟରୁ ଗୋଟିଏ । ଦୁର୍ଭାଗ୍ୟବଶତ ଶାହିନଙ୍କ ଆଘାତ ଆମକୁ ମ୍ୟାଚ୍‌ରେ ପଛରେ ପକାଇ ଦେଇଥିଲା । କିନ୍ତୁ ଏହା ଖେଳର ଏକ ଅଂଶ । ମ୍ୟାଚ ମଝିରେ ଶାହିନ୍ ଶାହ ଆଫ୍ରିଦି ଆହତ ହୋଇଥିଲେ, ଯେଉଁଥିପାଇଁ ସେ ବୋଲିଂ କରିପାରିନଥିଲେ ।

ଅଧିକ ପଢ଼ନ୍ତୁ:-ଏହି ଲୋକମାନେ ଭୁଲରେ ବି ଖାଆନ୍ତୁ ନାହିଁ ଟମାଟୋ, ନଚେତ୍ ହୋଇପାରେ ବଡ଼ ସମସ୍ୟା

ଅଧିକ ପଢ଼ନ୍ତୁ:-ରାଜସ୍ଥାନକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀ! ପ୍ରିୟଙ୍କା ଗାନ୍ଧୀଙ୍କ ନିକଟତର ନେତା କହିଲେ ଏହି ବଡ଼ କଥା

ଏଠାରେ କହି ରଖୁଛୁ ଯେ, ଟି-20 ବିଶ୍ୱକପ ୨୦୨୨ରେ ପାକିସ୍ତାନ ଦଳର ଆରମ୍ଭ ବହୁତ ଖରାପ ରହିଥିଲା ।​ ପାକିସ୍ତାନକୁ ସୁପର-12 ରାଉଣ୍ଡର ପ୍ରଥମ ମ୍ୟାଚରେ ଭାରତ ହାତରେ ୪ ୱିକେଟରେ ପରାସ୍ତ ହେବାକୁ ପଡ଼ିଥିଲା । ଏହା ପରେ ଜିମ୍ବାୱେ ମଧ୍ୟ ପାକିସ୍ତାନକୁ ଗୋଟିଏ ରନରେ ପରାସ୍ତ କରିଥିଲା । ଯାହା ପରେ ପାକିସ୍ତାନ ଦଳକୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବାର ବିପଦ ରହିଥିଲା । କିନ୍ତୁ ଟି-20 ବିଶ୍ୱକପ ୨୦୨୨ରେ ଅଲଟପାଲଟ କରି ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ୧୩ ରନରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟରେ ସ୍ଥିତି ପରିବର୍ତ୍ତନ କରିଦେଇଥିଲା । ଫଳରେ ପାକିସ୍ତାନକୁ ସେମିଫାଇନାଲର ଟିକେଟ ମିଳିଥିଲା । ପରେ ପାକିସ୍ତାନ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ଟି-20 ବିଶ୍ୱକପ ୨୦୨୨ର ଫାଇନାଲରେ ପାକିସ୍ତାନ ହାରିଛି । ଇଂଲଣ୍ଡ ଦଳକୁ ୫ ୱିକେଟରେ ପରାସ୍ତ କରିଛି ।