Babar Azam: ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ
Advertisement

Babar Azam: ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ

Babar Azam Pakistan Super League 2023​: ପାକିସ୍ତାନ ଦଳ ପାଖରେ ଦ୍ୱିତୀୟ ଥର ଟି-20 ବିଶ୍ୱକପ ଚାମ୍ପିଆନ ହେବାର ସୁଯୋଗ ରହିଛି । ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟରେ ଉତ୍ତେଜନା ଦେଖାଦେଇଛି । ଖେଳାଳିଙ୍କ ଅଦଳବଦଳ ହେବା ଆରମ୍ଭ ହୋଇଛି । ଏହି ଅଦଳବଦଳ କେନ୍ଦ୍ରରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜମ  ଅଛନ୍ତି, ଯିଏ ଫାଇନାଲ ପୂର୍ବରୁ ନିଜ ଦଳ ଛାଡିଛନ୍ତି ।

Babar Azam: ଟି-20 ବିଶ୍ୱକପ ଫାଇନାଲ ପୂର୍ବରୁ ବାବର ଆଜମ ଛାଡ଼ିଲେ ଦଳ

Babar Azam: ପାକିସ୍ତାନ କ୍ରିକେଟ୍ ଦଳ (Pakistan Cricket Team) ଚଳିତ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ରେ ନିଜର ଦମ୍ ଦେଖାଇ ଫାଇନାଲରେ ପ୍ରବେଶ କରିଛି । ବର୍ତ୍ତମାନ ନଭେମ୍ବର ୧୩ (ରବିବାର) ରେ ପାକିସ୍ତାନ ଦଳ ଟି-20 ବିଶ୍ୱକପ ଟ୍ରଫ୍ ଜିତିବା ପାଇଁ ଇଂଲଣ୍ଡ ସହ ମୁକାବିଲା କରିବ । ପାକିସ୍ତାନ ଦଳ ପାଖରେ ଦ୍ୱିତୀୟ ଥର ଟି-20 ବିଶ୍ୱକପ ଚାମ୍ପିଆନ ହେବାର ସୁଯୋଗ ରହିଛି । ଏସବୁ ମଧ୍ୟରେ ପାକିସ୍ତାନ କ୍ରିକେଟରେ ଉତ୍ତେଜନା ଦେଖାଦେଇଛି । ଖେଳାଳିଙ୍କ ଅଦଳବଦଳ ହେବା ଆରମ୍ଭ ହୋଇଛି । ଏହି ଅଦଳବଦଳ କେନ୍ଦ୍ରରେ ପାକିସ୍ତାନୀ ଦଳର ଅଧିନାୟକ (Pakistani Captain) ବାବର ଆଜମ (Babar Azam) ଅଛନ୍ତି, ଯିଏ ଫାଇନାଲ ପୂର୍ବରୁ ନିଜ ଦଳ ଛାଡିଛନ୍ତି ।

ଆପଣ ଅନ୍ୟ କିଛି ଭାବିବା ପୂର୍ବରୁ ଏଠାରେ ଆଲୋଚନା ପାକିସ୍ତାନ ଦଳ (Pakistan Team) ବିଷୟରେ ନୁହେଁ ବରଂ ପାକିସ୍ତାନ ସୁପର ଲିଗ (Pakistan Super League) କୁ ନେଇ କରାଯାଉଛି । ଏହି ଲିଗରେ ବାବର ଆଜମ (Babar Azam) ଓ କରାଚି କିଙ୍ଗସ୍ ଫ୍ରାଞ୍ଚାଇଜଙ୍କ ସାଥ୍ ଶେଷ ହୋଇଛି ।  ପାକିସ୍ତାନ ସୁପର ଲିଗ (PSL) ର ଅଷ୍ଟମ ସିଜନର ଡ୍ରାଫ୍ ପୂର୍ବରୁ ଖେଳାଳିଙ୍କ ରିଟେନଶନ୍ ଓ ଟ୍ରେଡିଂ ଅଧୀନରେ ବାବର ଆଜମ କରାଚି କିଙ୍ଗସ୍ (Karachi Kings) ସହିତ ସମ୍ପର୍କ ଶେଷ କରିଛନ୍ତି । ଏହା ପରେ କରାଚି କିଙ୍ଗସ୍ ବାବର ଆଜମଙ୍କୁ ପେଶୱାର ଜାଲ୍ମି (Peshawar Zalmi) ଙ୍କ ସହ ଟ୍ରେଡିଂ କରିଛନ୍ତି । ବର୍ତ୍ତମାନ  ପାକିସ୍ତାନ ସୁପର ଲିଗ (Pakistan Super League) ର ନୂଆ ସିଜିନରୁ ବାବର ଆଜମ ୨୦୧୭ ଚାମ୍ପିୟନ ପେଶୱାର ପାଇଁ ଖେଳିବେ ।

ବାବର ଆଜମ (Babar Azam) ଙ୍କୁ ଗତ ସିଜନରେ ନିଜେ କରାଚି କିଙ୍ଗସ୍ ଦଳ ଅଧିନାୟକ କରିଥିଲା । କିନ୍ତୁ ବାବର ଆଜମଙ୍କ ନେତୃତ୍ୱରେ ଦଳ ଶେଷ ଅର୍ଥାତ୍ ଷଷ୍ଠ ସ୍ଥାନରେ ରହିଥିଲା । ଏପରିକି ବାବର ଆଜମ ନିଜେ ବ୍ୟାଟ୍ ସହିତ କିଛି ବିଶେଷ କମାଲ କରିପାରିନଥିଲେ । କୌତୂହଳର ବିଷୟ ହେଉଛି ଯେ ପେଶୱାର ବାବର ଆଜମଙ୍କ ବଦଳରେ ଭେଟେରାନ ଅଲରାଉଣ୍ଡର ଶୋଏବ ମଲିକ (Shoaib Malik) ଙ୍କୁ କରାଚି ପଠାଇଛନ୍ତି । ନିକଟ ଅତୀତରେ ଶୋଏବ ମଲିକ ବାବର ଆଜମଙ୍କ ଉପରେ ଏସିଆ କପ୍ ଓ ପରେ ଟି-20 ବିଶ୍ୱକପ ଚୟନ ଓ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ ।

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆରେ ଖୁବ୍ ଶୀଘ୍ର ପନ୍ତ-କାର୍ତ୍ତିକଙ୍କ ସ୍ଥାନ ଛଡ଼ାଇ ନେବେ ଏହି ଘାତକ ଖେଳାଳି? ମିଳିବ ୱିକେଟକିପରର ଦାୟିତ୍ୱ

ଅଧିକ ପଢ଼ନ୍ତୁ:-୪ ଥର ଯୌନ ନିର୍ଯାତନା ପରେ ମହିଳାଙ୍କ ଗଳା ଚିପି ଥିଲେ ଏହି କ୍ରିକେଟର!

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ପରାଜୟ ପରେ କଟାକ୍ଷ କଲେ ଗମ୍ଭୀର, ଶୁଣି ବରଦାସ୍ତ କରିପାରିବେନି ଅଧିନାୟକ ରୋହିତ!

କେବଳ ବାବର ଆଜମ ନୁହେଁ, କ୍ୱେଟା ଗ୍ଲାଡିଏଟର୍ସ (Quetta Gladiators) ଙ୍କ ଦ୍ୱାରା ଆଉ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିଆଯାଇଛି । ୨୦୧୯ର ଚାମ୍ପିଅନ୍ ହୋଇଥିବା ଏହି ଦଳ ପାକିସ୍ତାନର ଯୁବ ଦ୍ରୁତ ବୋଲର ନାସିମ ଶାହାଙ୍କୁ ରିଲିଜ୍ କରିଛି । ନାସିମ ବର୍ତ୍ତମାନ ପାକିସ୍ତାନ ସହ ଟି-20 ବିଶ୍ୱକପ ଫାଇନାଲ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି ।