AUS vs AFG ODI Series: ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ
Advertisement
Article Detail0/zeeodisha/odisha1525375

AUS vs AFG ODI Series: ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ

AUS vs AFG ODI Series: ପ୍ରକୃତରେ ଆଫଗାନିସ୍ତାନର କ୍ଷମତାରେ ବସିଥିବା ତାଲିବାନ ସରକାରଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆ ବିରୋଧ କରୁଛି ଯେଉଁଥିରେ ତାଲିବାନ ଆଫଗାନିସ୍ତାନର ମହିଳା ଓ ବାଳିକା ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ତାଲିବାନ ସରକାର ଆଫଗାନିସ୍ତାନର ମହିଳା ଓ ବାଳିକାମାନଙ୍କୁ ବିଶ୍ୱବିଦ୍ୟାଳୟ ଯିବା ଓ ଏନଜିଓରେ କାମ କରିବାକୁ ବାରଣ କରିଛନ୍ତି । କେବଳ ଏତିକି ନୁହେଁ ଆଫଗାନିସ୍ତାନରେ ମହିଳାଙ୍କ କ୍ରୀଡ଼ାରେ ଅଂଶଗ୍ରହଣ ଉପରେ ମଧ୍ୟ ନିଷେଧାଦେଶ ରହିଛି । 

AUS vs AFG ODI Series: ଆଫଗାନିସ୍ତାନ ଉପରେ ଅସନ୍ତୁଷ୍ଟ ଅଷ୍ଟ୍ରେଲିଆ, କ୍ଷତି ସହିବାକୁ ବି ପ୍ରସ୍ତୁତ; ଖେଳିବନି କ୍ରିକେଟ୍ ମ୍ୟାଚ୍, ଏହା ହେଉଛି ବଡ଼ କାରଣ

Australia vs Afghanistan ODI Series: ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ବର୍ଷ ମାର୍ଚ୍ଚରେ ହେବାକୁ ଥିବା ଦିନିକିଆ ସିରିଜ୍ (AUS vs AFG ODI Series) ଆଉ ହେବ ନାହିଁ । ଏହାର କାରଣ ହେଉଛି ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଆଫଗାନିସ୍ତାନ ସହିତ କ୍ରିକେଟ୍ ଖେଳିବାକୁ ମନା କରିଦେଇଛି । ଏହି ନିଷ୍ପତ୍ତି ଯୋଗୁଁ ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ (Australia Cricket Team) କୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ । ଏହା ଜାଣି ମଧ୍ୟ ଅଷ୍ଟ୍ରେଲୀୟ କ୍ରିକେଟ୍ ବୋର୍ଡ ସାହସିକତା ଦେଖାଇଛି ଓ ଆଫଗାନିସ୍ତାନ ଦଳ (Afghanistan Cricket Team) ସହିତ କୌଣସି ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ମଧ୍ୟ ଉଦ୍ବେଗ ପ୍ରକାଶ କରିଛି ।

ତାଲିବାନ ସରକାର (Taliban Govt) ଙ୍କ ମହିଳା ବିରୋଧୀ ଆଦେଶ ଯୋଗୁଁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ (Cricket Australia) ଆଫଗାନିସ୍ତାନ ବିପକ୍ଷରେ ODI ସିରିଜ୍ ଖେଳିବାକୁ ମନା କରିଦେଇଛି । ପ୍ରକୃତରେ ଆଫଗାନିସ୍ତାନର କ୍ଷମତାରେ ବସିଥିବା ତାଲିବାନ ସରକାରଙ୍କ ନିଷ୍ପତ୍ତିକୁ ଅଷ୍ଟ୍ରେଲିଆ ବିରୋଧ କରୁଛି ଯେଉଁଥିରେ ତାଲିବାନ ଆଫଗାନିସ୍ତାନର ମହିଳା ଓ ବାଳିକା ଉପରେ ଅନେକ ପ୍ରତିବନ୍ଧକ ଲଗାଇଛି । ତାଲିବାନ ସରକାର ଆଫଗାନିସ୍ତାନର ମହିଳା ଓ ବାଳିକାମାନଙ୍କୁ ବିଶ୍ୱବିଦ୍ୟାଳୟ ଯିବା ଓ ଏନଜିଓରେ କାମ କରିବାକୁ ବାରଣ କରିଛନ୍ତି । କେବଳ ଏତିକି ନୁହେଁ ଆଫଗାନିସ୍ତାନରେ ମହିଳାଙ୍କ କ୍ରୀଡ଼ାରେ ଅଂଶଗ୍ରହଣ ଉପରେ ମଧ୍ୟ ନିଷେଧାଦେଶ ରହିଛି । ନିକଟ ଅତୀତରେ ଆଫଗାନିସ୍ତାନର ତାଲିବାନ ସରକାର ମହିଳାମାନଙ୍କୁ ଶିକ୍ଷା ଓ ରୋଜଗାର, ପାର୍କ ଏବଂ ଜିମ୍ ପାଇଁ ଘର ଛାଡ଼ିବାକୁ ବାରଣ କରିଥିଲେ ।

ଏହି ବଡ଼ ନିଷ୍ପତ୍ତି ପାଇଁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ମଧ୍ୟ ଅଷ୍ଟ୍ରେଲିଆ ସରକାରଙ୍କ ସମର୍ଥନ ପାଇଛି । ଏଥିପାଇଁ କ୍ରିକେଟ୍ ବୋର୍ଡ ମଧ୍ୟ ତାଙ୍କ ସରକାରଙ୍କୁ ଧନ୍ୟବାଦ ଜଣାଇଛି । ବୋର୍ଡ ଏକ ବୟାନ ଜାରି କରି କହିଛି ଯେ, ଏହି ବଡ଼ ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ସରକାରଙ୍କୁ ଧନ୍ୟବାଦ । ଏଠାରେ କହି ରଖିଛୁ ଯେ, ଫେବୃଆରୀ ମାସରେ ଅଷ୍ଟ୍ରେଲିଆର କ୍ରିକେଟ୍ ଦଳ ଭାରତ ଗସ୍ତ କରିବାକୁ ଯାଉଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାରୋଟି ଟେଷ୍ଟ ମ୍ୟାଚ୍ ଓ ତିନୋଟି ODI ଖେଳାଯିବ । ଏହି ସିରିଜ୍ ପରେ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ସହିତ ତିନୋଟି ODI ସିରିଜ୍ ଖେଳିବାର ଥିଲା । ୟୁଏଇରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବାର ଥିଲା । 

ତେବେ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ମନା କରିବା ପରେ ବର୍ତ୍ତମାନ ଏହି ସିରିଜ୍ ଖେଳାଯିବ ନାହିଁ । ଅଷ୍ଟ୍ରେଲୀୟ କ୍ରିକେଟ୍ ବୋର୍ଡ କହିଛି ଯେ, "କ୍ରିକେଟ୍ ଅଷ୍ଟ୍ରେଲିଆ ସାରା ବିଶ୍ୱରେ ମହିଳା ଓ ପୁରୁଷଙ୍କ ଉନ୍ନତି ପାଇଁ ପ୍ରତିବଦ୍ଧ । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସହିତ ଆଲୋଚନା କରୁଛି, ଯାହା ଦ୍ୱାରା ସେମାନଙ୍କ ଦେଶରେ ମହିଳା ଓ ବାଳିକା ମାନଙ୍କର ଉନ୍ନତି ହୋଇପାରିବ । ୟୁଏଇରେ ଆଫଗାନିସ୍ତାନ ବିପକ୍ଷ ତିନୋଟି ODI ସିରିଜ୍ ମଧ୍ୟ ଆଇସିସି ସୁପର ଲିଗର ଏକ ଅଂଶ । ଏଭଳି ପରିସ୍ଥିତିରେ ଯଦି ଅଷ୍ଟ୍ରେଲିଆ ଏହି ସିରିଜରେ ଖେଳିବାକୁ ମନା କରେ, ତେବେ ତାକୁ ଏକ ବଡ଼ କ୍ଷତି ସହିବାକୁ ପଡ଼ିବ । ସିରିଜ୍ ନ ଖେଳିବାରୁ ଆଫଗାନିସ୍ତାନର ଖାତାରେ ୩୦ ପଏଣ୍ଟ ସିଧାସଳଖ ଯୋଡାଯିବ ।

ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର

ଅଧିକ ପଢ଼ନ୍ତୁ:-ଏହି ୫ ଖେଳାଳି, ଯେଉଁମାନେ ନିଜ ଦମରେ ଟିମ୍ ଇଣ୍ଡିଆକୁ କରାଇପାରିବେ ହକି ବିଶ୍ୱକପରେ ଚାମ୍ପିଅନ୍

ଅଧିକ ପଢ଼ନ୍ତୁ:-ରୋଷେଇ କରୁଥିବାବେଳେ LPG ସିଲିଣ୍ଡର ବିସ୍ଫୋରଣ, ଗୋଟିଏ ପରିବାରର ୬ ମୃତ

ତେବେ ଅଷ୍ଟ୍ରେଲିଆ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । କାରଣ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ODI ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଯୋଗ୍ୟତା ଅର୍ଜନ କରିସାରିଛି । ଆଫଗାନିସ୍ତାନ ହେଉଛି ଆଇସିସିର ଏକମାତ୍ର ପୂର୍ଣ୍ଣକାଳୀନ ସଦସ୍ୟ ଯେଉଁଥିରେ ମହିଳା କ୍ରିକେଟ୍ ଦଳ ନାହିଁ । ଶନିବାରଠାରୁ ଆରମ୍ଭ ହେବାକୁ ଥିବା ମହିଳା ଟି-20 ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ମଧ୍ୟ ଦେଖାଯିବ ନାହିଁ ।