AUS vs ENG: ଡେଭିଡ ୱାର୍ଣ୍ଣର ଓ ସ୍ମିଥଙ୍କ ଧମାକା, ପ୍ରଥମ ODI ଇଂଲଣ୍ଡକୁ ମାତ ଦେଲା ଅଷ୍ଟ୍ରେଲିଆ
Advertisement

AUS vs ENG: ଡେଭିଡ ୱାର୍ଣ୍ଣର ଓ ସ୍ମିଥଙ୍କ ଧମାକା, ପ୍ରଥମ ODI ଇଂଲଣ୍ଡକୁ ମାତ ଦେଲା ଅଷ୍ଟ୍ରେଲିଆ

Australia Vs England 1st ODI: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଅଷ୍ଟ୍ରେଲିଆ ୧-୦ ରେ ଅଗ୍ରଣୀ ହାସଲ କରିଛି । ପ୍ରଥମ ଦିନିକିଆ ମ୍ୟାଚରେ ଆୟୋଜକ ଦଳ ଏକ ବଡ଼ ବିଜୟ ହାସଲ କରିଛି ।

ସୌ: ସୋସିଆଲ ମିଡିଆ

Australia Vs England 1st ODI Highlights: ଡେଭିଡ ୱାର୍ଣ୍ଣରଙ୍କ (David Warner) ବିସ୍ଫୋରକ ଇନିଂସ ଆଧାରରେ ଅଷ୍ଟ୍ରେଲିଆ (Australia) ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ (England) ପରାସ୍ତ କରିଛି । ଟି-୨୦ ବିଶ୍ୱକପରେ ଏକ ନିରାଶାଜନକ ପ୍ରଦର୍ଶନ ପରେ ଆୟୋଜକ ଅଷ୍ଟ୍ରେଲିଆ ଏହି ସିରିଜରେ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବାର ଲକ୍ଷ୍ୟ ରଖିଛି । ଟି-୨୦ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିଥିଲା, ​​ଯେଉଁଥିରେ ଦଳ ପରାସ୍ତ ହୋଇଥିଲା । ତେବେ ବର୍ତ୍ତମାନ ଦଳ ଦିନିକିଆ ସିରିଜରେ ନିଜର ଦାବଦବା ଦେଖାଇବାକୁ ଚାହୁଁଛି ।

ଆଡିଲେଡରେ ଖେଳାଯାଇଥିବା ଏହି ଦିନିକିଆ ମ୍ୟାଚରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ନଅ ୱିକେଟ୍ ହରାଇ ୨୮୭ ରନ୍ ସଂଗ୍ରହ କରିଥିଲା । ସୀମିତ ଓଭର ପୂର୍ବରୁ ଅଷ୍ଟ୍ରେଲିଆ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଏହି ବିଜୟ ସହିତ ବର୍ତ୍ତମାନ ଆୟୋଜକ ଅଷ୍ଟ୍ରେଲିଆ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ ଆଗରେ ଅଛି ।

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଇଂଲଣ୍ଡ ଆରମ୍ଭ ଖରାପ ଥିଲା, ଦଳର ଓପନିଂ ବ୍ୟାଟ୍ସମ୍ୟାନଙ୍କ ୱିକେଟ୍ ମାତ୍ର ୨୦ ରନରେ ହରାଇଥିଲା । ଏହା ପରେ ଡେଭିଡ ମାଲାନ ଇନିଂସ ପରିଚାଳନା କରିବାକୁ ଚେଷ୍ଟା କରିଥିଲେ । ସେ ବିଲିଙ୍ଗସ୍, ଜୋସ୍ ବଟଲର୍, ଲିଆମ୍ ଡସନ୍ ଏବଂ କ୍ରିସ୍ ଜୋର୍ଡାନଙ୍କ ସହ ମିଶି ପାର୍ଟନରସିପ କରିଥିଲେ । ବ୍ୟାଟ୍ସମ୍ୟାନ ମାନେ ଆସୁଥିଲେ ଓ ଆଉଟ ହୋଇ ଯାଇଥିଲେ କିନ୍ତୁ ମାଲାନ୍ ଗୋଟିଏ ପାର୍ଶ୍ୱରେ ଦୃଢ଼ ଭାବରେ ଠିଆ ଦଳକୁ ସମ୍ଭାଳି ଥିଲେ । ସେ ୧୨୪ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ, ଯାହା ଆଧାରରେ ଦଳର ସ୍କୋର ୨୮୭ ରେ ପହଞ୍ଚିଥିଲା । ଅଷ୍ଟ୍ରେଲିଆର ତରଫରୁ  ପ୍ୟାଟ୍ କମିନ୍ସ ଓ ଆଡାମ ଜାମ୍ପା ୩ ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏଥି ସହିତ ଷ୍ଟୋଇନିସ୍ ଓ ମିଚେଲ ଷ୍ଟାର୍କଙ୍କ ଆକାଉଣ୍ଟରେ ୧ ଲେଖାଏଁ ୱିକେଟ୍ ଯାଇଥିଲା ।

ଏହି ଲକ୍ଷ୍ୟ ଅଷ୍ଟ୍ରେଲିଆ ଦଳ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ନଥିଲା । ଦଳର ଓପନର୍ ଡେଭିଡ୍ ୱାର୍ଣ୍ଣର ଓ ଟ୍ରାଭିସ୍ ହେଡ୍ ଏକ ଶକ୍ତିଶାଳୀ ଆରମ୍ଭ କରିଥିଲେ ଓ ପ୍ରଥମ ୱିକେଟ୍ ପାଇଁ ୧୪୭ ରନ୍ ଭାଗିଦାରୀ କରିଥିଲେ।  ଟ୍ରାଭିସ୍ ହେଡ୍ଙ୍କୁ ଆଉଟ କରି କ୍ରିସ୍ ଜୋର୍ଡାନ୍ ଏହି ଭାଗିଦାରୀ ଭାଙ୍ଗିଥିଲେ । ଏହା ପରେ ଷ୍ଟିଭ ସ୍ମିଥ ବ୍ୟାଟିଂ କରିବାକୁ ଆସିଥିଲେ ଓ ଡେଭିଡ ୱାର୍ନରଙ୍କ ସହ ମିଶି ୫୩ ରନ ଭାଗିଦାରୀ କରିଥିଲେ । ୮୪ ବଲରେ ୮୬ ରନ୍ ସ୍କୋର କରିବା ପରେ ୱାର୍ଣ୍ଣରଙ୍କୁ ୱିଲି ଆଉଟ କରିଥିଲେ ।

ଏହି ମ୍ୟାଚରେ ମାର୍ନସ୍ ଲାବୁଶେନ୍ କିଛି ବିଶେଷ କରିପାରିନଥିଲେ ଓ ମାତ୍ର ଚାରି ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ସ୍ମିଥ ଗୋଟିଏ ପାର୍ଶ୍ୱରୁ ଦ୍ରୁତ ଗତିରେ ବ୍ୟାଟିଂ ଜାରି ରଖିଥିଲେ । ସେ ୭୮ ବଲରେ ସେ ନଅଟି ଚୌକା ଓ ଗୋଟିଏ ଛକା ସହାୟତାରେ ଅପରାଜିତ ୮୦ ରନ୍ କରିଥିଲେ । ଇଂଲଣ୍ଡ ପାଇଁ ଡେଭିଡ ୱିଲି ଦୁଇଟି ୱିକେଟ୍ ନେଇଥିଲେ, କ୍ରିସ୍ ଜୋର୍ଡାନ ଓ ଲିଆମ ଡସନ୍ ମଧ୍ୟ ୧ ଲେଖାଏଁ ୱିକେଟ୍ ନେଇଥିଲେ । ଇଂଲଣ୍ଡ ଦଳ ବର୍ତ୍ତମାନ ସିରିଜରେ ୧-୦ ରେ ଆଗରେ ରହିଛି । ସିରିଜର ଦ୍ୱିତୀୟ ଦିନିକିଆ ସିଡନୀରେ ଓ ତୃତୀୟ ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳାଯିବ ।

ଏହା ବି ପଢ଼ନ୍ତୁ: IND vs NZ: ରାହୁଲ ଦ୍ରାବିଡଙ୍କ କାମ ଉପରେ ପ୍ରଶ୍ନ ଉଠାଇଲେ ରବି ଶାସ୍ତ୍ରୀ, ପଚାରିଲେ ଏହି ପ୍ରଶ୍ନ