Asia cup 2023 Final:ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ, ଜାଣନ୍ତୁ କେଉଁ ଖେଳାଳି ପାଇଲେ କେତେ ପ୍ରାଇଜ ମନି
Advertisement

Asia cup 2023 Final:ଏସିଆ କପ୍ ଚାମ୍ପିଅନ୍ ହେଲା ଭାରତ, ଜାଣନ୍ତୁ କେଉଁ ଖେଳାଳି ପାଇଲେ କେତେ ପ୍ରାଇଜ ମନି

Asia Cup: ଏସିଆ କପ୍ ୨୦୨୩ ଫାଇନାଲରେ (Asia cup 2023 Final) ବିଜୟୀ ହୋଇଛି ଟିମ୍ ଇଣ୍ତିଆ (Team India) । ତେବେ ୮ମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତୀୟ ଦଳ । ଶ୍ରୀଲଙ୍କା ଦେଇଥିବା ୫୧ ରନ୍ ର ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରିଥିଲା ଭାରତ । 

ସୌ(ସୋସିଆଲ ମିଡିଆ)

Asia Cup Prize Money: ଶ୍ରୀଲଙ୍କାକୁ (Sri lanka) ୧୦ ୱିକେଟ୍ ରେ ମାତ ଦେଇ ଏସିଆ କପ୍ ୨୦୨୩ ଫାଇନାଲରେ (Asia cup 2023 Final) ବିଜୟୀ ହୋଇଛି ଟିମ୍ ଇଣ୍ତିଆ (Team India) । ତେବେ ୮ମ ଥର ପାଇଁ ଏସିଆ କପ୍ ହାତେଇଛି ଭାରତୀୟ ଦଳ । ଶ୍ରୀଲଙ୍କା ଦେଇଥିବା ୫୧ ରନ୍ ର ଟାର୍ଗେଟକୁ ମାତ୍ର ୬.୧ ଓଭରରେ ହାସଲ କରିଥିଲା ଭାରତ । ଶୁଭମାନ ଗିଲ୍ (shubman gill)  ୨୭ ରନ ଓ ଇଶାନ କିଷନ (ishan kishan) ୨୩ ରନ୍ କରିଥିଲେ । ସେପଟେ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲା ଶ୍ରୀଲଙ୍କା ଦଳ।

ସୂଚନା ଅନୁଯାୟୀ, ଏସିଆ କପ୍ ଫାଇନାଲରେ ଐତିହାସିକ ବିଜୟ ହାସଲ କରିଛି ଭାରତ (India won Asia cup 2023) । ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିଛି ଟିମ୍ ଇଣ୍ତିଆ । ତେବେ ଏସିଆ କପ୍ ୨୦୨୩ରେ ବିଜୟୀ ହେବା ପରେ ଟିମ୍ ଇଣ୍ଡିଆ ଉପରେ ହୋଇଛି ଟଙ୍କା ବର୍ଷା । ଭାରତୀୟ ଦଳକୁ ପୁରସ୍କାର ସ୍ୱରୂପ ମିଳିଛି ପ୍ରାୟ ୧.୨୫ କୋଟି ଟଙ୍କା । ଏଥି ସହିତ ରନର୍ସଅପ୍ ଶ୍ରୀଲଙ୍କାକୁ ୬୨ ଲକ୍ଷ ଟଙ୍କା ଦିଆଯାଇଛି। ତେବେ ଆସନ୍ତୁ ଜାଣିବା ଏସିଆ କପ୍ ୨୦୨୩ରେ କେଉଁ ଖେଳାଳିଙ୍କୁ ମିଳିଛି କେତେ ପୁରସ୍କାର।

  • ବିଜେତା ଦଳ ଭାବେ ଭାରତକୁ (୧.୨୫ କୋଟି ଟଙ୍କା) ମିଳିଛି ।
  • ରବୀନ୍ଦ୍ର ଜାଡେଜା: (୨.୪୯ ଲକ୍ଷ ଟଙ୍କା) ସର୍ବୋତ୍ତମ କ୍ୟାଚ୍ ।
  • ମହମ୍ମଦ ସିରାଜ: (୪.୧୫ ଲକ୍ଷ ଟଙ୍କା) ଓ ଟ୍ରଫି, ପ୍ଲେୟାର ଅଫ୍ ଦି ମ୍ୟାଚ୍ (ସିରାଜ ଗ୍ରାଉଣ୍ଡମ୍ୟାନମାନଙ୍କୁ ନିଜ ପୁରସ୍କାର ରାଶି ଦାନ କରିଛନ୍ତି) ।
  • କୁଲଦୀପ ଯାଦବ: (୧୨.୪୬ ଲକ୍ଷ ଟଙ୍କା) ପ୍ଲେୟାର ଅଫ୍ ଟୁର୍ନାମେଣ୍ଟ (କୁଲଦୀପ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୯ ୱିକେଟ୍ ନେଇଥିଲେ, ଯେଉଁଥିରେ ପାକିସ୍ତାନ ବିପକ୍ଷରେ ନେଇଥିବା ୫ଟି ୱିକେଟ୍ ଅନ୍ତର୍ଭୁକ୍ତ) ।
  • ରନର୍ସଅପ୍ ଭାବେ ଶ୍ରୀଲଙ୍କା (୬୨.୩୧ ଲକ୍ଷ ଟଙ୍କା) ଦିଆଯାଇଛି ।
  • ଶ୍ରୀଲଙ୍କାର ଗ୍ରାଉଣ୍ଡ କର୍ମଚାରୀ: ପିଚ୍ କ୍ୟୁରେଟର ଓ ଗ୍ରାଉଣ୍ଡ କର୍ମଚାରୀଙ୍କୁ (୪୧.୫୪ ଲକ୍ଷ ଟଙ୍କା) ପ୍ରଦାନ କରାଯାଇଛି ।

ପ୍ରକାଶ ଥାଉ କି, ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ପ୍ରଥମ ଓଭରରେ ବୁମରା (Jasprit Bumrah) କୁଶଲ ପରେରାଙ୍କୁ ଆଉଟ୍ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ସିରାଜଙ୍କ ଧୂଆଁଦାର ବୋଲିଂ । ଗୋଟିଏ ଓଭରରେ ସିରାଜ (Mohammed Siraj)  ଶ୍ରୀଲଙ୍କାର ୪ ଜଣ ବ୍ୟାଟ୍ସମ୍ୟାନ ଯଥା, ପ୍ରଥୁମ ନିଶଙ୍କା, ସଦିରା ସମରବିକ୍ରମା, ଚରିଥ୍ ଅସଲଙ୍କା ଓ ଧନଞ୍ଜୟ ଡିସିଲଭାଙ୍କୁ ଆଉଟ କରିଥିଲେ । ପରେ ୩ୟ ଓଭରରେ ଖେଳିବାକୁ ଆସି ସେ ସନକାଙ୍କୁ ବୋଲଡ୍ କରିଦେଇଥିଲେ । ମାତ୍ର ୧୨ ରନ୍ ବେଳକୁ ୬ଟି ଓ୍ବିକେଟ ହରାଇସାରିଥିଲା ଶ୍ରୀଲଙ୍କା ୬ଷ୍ଠ ଓଭର ବୋଲିଂ କରିବାକୁ ଆସି ସିରାଜ କୁଶଲ ମେଣ୍ଡିସଙ୍କୁ ଆଉଟ୍ କରିଦେଇଥିଲେ । ପରେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ବୋଲିଂ କରିବାକୁ ଆସି ୩ଟି ଓ୍ବିକେଟ୍ ନେଇଥିଲେ । ଫଳରେ ୧୫.୨ ଓଭରରେ ମାତ୍ର ୫୦ ରନ୍ କରି ଅଲଆଉଟ ହୋଇଯାଇଥିଲା ଶ୍ରୀଲଙ୍କା ।

ଏହା ବି ପଢନ୍ତୁ-Geeta Meheta: ଆଜି ହେବ ଶେଷକୃତ୍ୟ, ବିଦେଶରୁ ଫେରି ମୁଖାଗ୍ନି ଦେବେ ପୁଅ