Asia Cup 2023: କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ, ଆଜି ହୋଇପାରେ ନିଷ୍ପତ୍ତି
Advertisement

Asia Cup 2023: କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ, ଆଜି ହୋଇପାରେ ନିଷ୍ପତ୍ତି

IND vs PAK Cricket Match: ପାକିସ୍ତାନ କ୍ରିକେଟ ବୋର୍ଡ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସରେ ପାକିସ୍ତାନ ଠାରେ କିପରି ଏସିଆ କପ୍ ଆୟୋଜନ କରାଯାଇ ପାରିବ ସେ ନେଇ ପିସିବି ମୁଖ୍ୟ ଏସୀୟ କ୍ରିକେଟ ପରିଷଦ ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି।

Asia Cup 2023: କେଉଁଠି ହେବ ଭାରତ-ପାକିସ୍ତାନ ମ୍ୟାଚ, ଆଜି ହୋଇପାରେ ନିଷ୍ପତ୍ତି
IND vs PAK Match in Asia Cup: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଏସିଆ କପ୍ ଆୟୋଜନ କରିବାର ଦାୟିତ୍ୱ ଯଦିଓ ପାକିସ୍ତାନକୁ ମିଳିଛି, ହେଲେ ଏନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ସୁରକ୍ଷା 
ଦୃଷ୍ଟିକୋଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ସଚିବ ଜୟ ଶାହ ଭାରତୀୟ ଦଳକୁ ପାକିସ୍ତାନ ପଠାଇବେ ବୋଲି କହିଥିଲେ। ଏପରିକି ଏସିଆ କପ୍ ଆୟୋଜକ ପରିବର୍ତ୍ତନ କରିବାକୁ ମଧ୍ୟ କହିଥିଲେ ବିସିସିଆଇ ସଚିବ ଜୟ ଶାହ। ଏହା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ରମିଜ ରାଜା କିମ୍ବା ନଜାମ ସେଠୀ ଉଭୟେ ତାତି ଉଠିଥିଲେ। ରମିଜ ରାଜା ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ପଦରୁ ହଟିବା ପରେ ନଜମ ସେଠୀ ନୂଆ ପିସିବି ମୁଖ୍ୟ ହୋଇଛନ୍ତି। ଏସିଆକପ୍ ଆୟୋଜନ ପ୍ରସଙ୍ଗରେ ପିସିବି ଅଧ୍ୟକ୍ଷ ବିସିସିଆଇ ସଚିବଙ୍କୁ ଭେଟିବାକୁ ଚାହୁଁଛନ୍ତି।
 
ଗୁରୁବାର ଦୁବାଇ (Dubai) ଠାରେ ଆୟୋଜିତ ହେଉଛି ଆନ୍ତର୍ଜାତୀୟ ଲିଗ୍ T-20 ଉଦଘାଟନୀ ଉତ୍ସବ (International T-20 League Opening Ceremony)। ଏହି ଅବସରରେ ପାକିସ୍ତାନ କ୍ରିକେଟ୍ ବୋର୍ଡ (Pakistan Cricket Board) ଅଧ୍ୟକ୍ଷ ନଜମ ସେଠୀ (Nazam Sethi) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (Board of Control for Cricket in India) ବିସିସିଆଇ ସଚିବ ଜୟ ଶାହଙ୍କୁ (BCCI Secretary Jay Shah) ଭେଟି ଏସିଆ କପ୍ (Asia Cup 2023)  ଆୟୋଜନ ଅଧିକାର ସମ୍ପର୍କରେ କଥା ହେବାକୁ 
ଚାହୁଁଛନ୍ତି। 
 
ପିସିବି (PCB) ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସରେ ପାକିସ୍ତାନ (Pakistan) ଠାରେ କିପରି ଏସିଆ କପ୍ ଆୟୋଜନ କରାଯାଇ ପାରିବ ସେ ନେଇ ପିସିବି ମୁଖ୍ୟ (PCB Chairman) ଏସୀୟ କ୍ରିକେଟ ପରିଷଦ (Asian Cricket Council) ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି। ପିସିବି ମୁଖ୍ୟ ନଜମ ସେଠୀ ଦୁବାଇ ଗସ୍ତ ପଛରେ ଏକ କାରଣ ମଧ୍ୟ ରହିଛି। କାରଣ ତାଙ୍କୁ କୁହାଯାଇଛି ଯେ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଦୁବାଇ ଠାରେ ଆୟୋଜିତ ହେଉଥିବା ଆନ୍ତର୍ଜାତୀୟ ଲିଗ୍ T-20 ଉଦଘାଟନୀ ଉତ୍ସବରେ ଯୋଗ ଦେବେ। ଯଦିଓ ବିସିସିଆଇ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖା 
ଯାଇନାହିଁ। 
 
ଏସୀୟ କ୍ରିକେଟ ପରିଷଦ ଅଧ୍ୟକ୍ଷ ଜୟ ଶାହ ଗତ ବର୍ଷ କହିଥିଲେ ଯେ ଏସିଆ କପ୍ ପାକିସ୍ତାନ ବାହାରେ ଖେଳାଯିବ। ଏକଥା ଶୁଣିବା ପରେ ତତ୍କାଳୀନ ପିସିବି ଅଧ୍ୟକ୍ଷ ରମିଜ ରାଜା  (Former PCB Chairman Ramiz Raja) ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ ଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ। ଯେତେବେଳେ ଏସିସି ଅଧ୍ୟକ୍ଷ ଜୟ ଶାହ (ACC Chairman Jay Shah) ଏସୀୟ କ୍ରିକେଟ ପରିଷଦର ୨ 
ବର୍ଷର କାର୍ଯ୍ୟକ୍ରମ ରିଲିଜ୍ କରିଥିଲେ, ସେତେବେଳେ ବର୍ତ୍ତମାନର ପିସିବି ଅଧ୍ୟକ୍ଷ ନଜମ ସେଠୀ ତାଙ୍କୁ କଟାକ୍ଷ କରିବା ଭଳି କହିଥିଲେ ଯେ ଏହି ପ୍ରସଙ୍ଗରେ ପିସିବି ପରାମର୍ଶ ନିଆଯାଇ ନାହିଁ। ଆନ୍ତର୍ଜାତୀୟ T-20 ଲିଗ୍ ଉଦଘାଟନୀ ଉତ୍ସବରେ ଏମିରେଟ୍ସ କ୍ରିକେଟ୍ ବୋର୍ଡ (Emirates Cricket Board) ସମସ୍ତ ଦେଶର କ୍ରିକେଟ୍ ବୋର୍ଡ ମୁଖ୍ୟଙ୍କୁ ନିମନ୍ତ୍ରଣ କରିଛି।