Asia Cup 2023: ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ଭାରତକୁ ଧମକ ଦେଲା ପାକିସ୍ତାନ!
Advertisement

Asia Cup 2023: ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ଭାରତକୁ ଧମକ ଦେଲା ପାକିସ୍ତାନ!

Asia Cup 2023: ପାକିସ୍ତାନ ଠାରୁ ହୋଷ୍ଟିଂ ଛଡ଼ାଇ ନେବାକୁ ଏସିଆନ କ୍ରିକେଟ୍ ପରିଷଦ ନିଷ୍ପତ୍ତି ନେଇସାରିଛି । ଶନିବାର ଅର୍ଥାତ ଫେବୃଆରୀ ୪ରେ ବହାରେନରେ ଏସିସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଏସିଆ କପ୍ ଉପରେ ଆଲୋଚନା କରାଯାଇଥିଲା । ହୋଷ୍ଟିଂ ଉପରେ ଚୂଡାନ୍ତ ନିଷ୍ପତ୍ତି ମାର୍ଚ୍ଚରେ ନିଆଯିବ ।

Asia Cup 2023: ଦିନିକିଆ ବିଶ୍ୱକପ ୨୦୨୩କୁ ନେଇ ଭାରତକୁ ଧମକ ଦେଲା ପାକିସ୍ତାନ!

Asia Cup 2023, India vs Pakistan: ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଚଳିତ ବର୍ଷର ଏସିଆ କପ୍ (Asia Cup 2023) ଉପରେ ସଙ୍କଟର କଳା ମେଘ ଘୁରି ବୁଲୁଛି । ପାକିସ୍ତାନ ଠାରୁ ହୋଷ୍ଟିଂ ଛଡ଼ାଇ ନେବାକୁ ଏସିଆନ କ୍ରିକେଟ୍ ପରିଷଦ (ACC) ନିଷ୍ପତ୍ତି ନେଇସାରିଛି । ଶନିବାର ଅର୍ଥାତ ଫେବୃଆରୀ ୪ରେ ବହାରେନରେ ଏସିସି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଏସିଆ କପ୍ ଉପରେ ଆଲୋଚନା କରାଯାଇଥିଲା । ହୋଷ୍ଟିଂ ଉପରେ ଚୂଡାନ୍ତ ନିଷ୍ପତ୍ତି ମାର୍ଚ୍ଚରେ ନିଆଯିବ । ଏହାପୂର୍ବରୁ ପାକିସ୍ତାନ ଅତ୍ୟନ୍ତ ରାଗି ଯାଇଛି ।

ନ୍ୟୁଜ୍ ଏଜେନ୍ସି ANI ଏସିସି ସୂତ୍ରରୁ ପ୍ରକାଶ ଯେ, ହୋଷ୍ଟିଂକୁ ଛଡ଼ାଇ ନେବା ଭୟରେ ପାକିସ୍ତାନ ଧମକ ଦେଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଯଦି ହୋଷ୍ଟିଂରୁ ବଞ୍ଚିତ ହୁଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରକୁ ଯିବାକୁ ଧମକ ଦେଇଛି । ଏଥିସହ ଚଳିତ ବର୍ଷ ଭାରତରେ ଆୟୋଜିତ ହେବାକୁ ଥିବା ଏକଦିବସୀୟ ବିଶ୍ୱକପ (ODI World Cup 2023) ରୁ ଓହରିଯିବାକୁ ନିଷ୍ପତ୍ତି ନେଇପାରେ । ଏକ ସୂତ୍ର ଅନୁଯାୟୀ, "ଏସିଆ କପକୁ ଏକ ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବା ନେଇ PCB ଖୁସି ନୁହେଁ । ୟୁଏଇ ତାଲିକାର ଶୀର୍ଷରେ ଅଛି । ୟୁଏଇ ପୁନର୍ବାର ଆୟୋଜନ କରିପାରେ କିନ୍ତୁ ଯଦି ଏପରି ହୁଏ ତେବେ  ପାକିସ୍ତାନ ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଭାରତ ଗସ୍ତ କରିବ ନାହିଁ ।"

ଏଠାରେ କହି ରଖୁଛୁ ଯେ, ୨୦୦୮ ପରଠାରୁ ଭାରତ (India) ପାକିସ୍ତାନ (Pakistan) ଗସ୍ତ କରି ନାହିଁ । ମେନ ଇନ୍ ବ୍ଲୁ ଚଳିତ ବର୍ଷ ପ୍ରାୟ ୧୫ ବର୍ଷ ପରେ ପାକିସ୍ତାନ ଗସ୍ତ କରିବାର ସମ୍ଭାବନା ଥିଲା, କିନ୍ତୁ ତାହା ଘଟୁ ଥିବାର ନଜରକୁ ଆସୁନାହିଁ । ଶନିବାର ଏସୀୟ କ୍ରିକେଟ୍ ପରିଷଦ ବୈଠକରେ ବିସିସିଆଇ ତରଫରୁ ଟିମ୍ ଇଣ୍ଡିଆ ପାକିସ୍ତାନ ଗସ୍ତ ନ କରିବା କଥା ସ୍ପଷ୍ଟ କରିଛି । ସେପଟେ ପାକିସ୍ତାନୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ମଧ୍ୟ ସ୍ପଷ୍ଟ କରିଛି ଯେ ଯଦି ଚଳିତ ବର୍ଷ ଏସିଆ କପ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରୁ ବାହାରକୁ ଯାଏ ତେବେ ପାକିସ୍ତାନର ପୁରୁଷ କ୍ରିକେଟ୍ ଦଳ ଦିନିକିଆ ବିଶ୍ୱକପ୍‌ ୨୦୨୩ (ODI World Cup 2023) ରେ ଭାଗ ନେବାକୁ ଭାରତ ଯିବ ନାହିଁ । 

ଅଧିକ ପଢ଼ନ୍ତୁ:-କୁମ୍ଭରେ ଶନି ଅସ୍ତ ହେବାରୁ ଏସବୁ ଲୋକଙ୍କ ଜୀବନରେ ମାଡ଼ି ଆସୁଛି ବିପଦ, ଆସନ୍ତା ୩୨ ଦିନ ରହିବ ଭାରୀ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ବଡ଼ ଖୁସି ଖବର! ପୁଣି ଏତେ ପ୍ରତିଶତ ବଢ଼ିବାକୁ ଯାଉଛି ମହଙ୍ଗା ଭତ୍ତା

ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ

ପାକିସ୍ତାନୀ ସାମ୍ବାଦିକ ଫରିଦ ଖାନ ଓ ଅନ୍ୟାନ୍ୟ ପାକିସ୍ତାନୀ ଚ୍ୟାନେଲ ଅନୁଯାୟୀ, ଏସିସି ବୈଠକରେ ପିସିବି ମୁଖ୍ୟ ନଜାମ ସେଠୀ ଜୟ ଶାହାଙ୍କୁ ଭେଟି ତାଙ୍କୁ ପାକିସ୍ତାନର ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି । ଗତ ବର୍ଷ ରମିଜ ରାଜାଙ୍କ ସ୍ଥାନ ନେଇଥିବା ନଜାମ ସେଠୀ କହିଛନ୍ତି ଯେ, "ଯଦି ଆପଣ ପାକିସ୍ତାନରେ ଖେଳିବାକୁ ଆସୁ ନାହାଁନ୍ତି, ତେବେ ଆମେ ଭାରତରେ ମଧ୍ୟ ଖେଳିବାକୁ ଯିବୁ ନାହିଁ । ୨୦୨୩ ବିଶ୍ୱକପରେ ପାକିସ୍ତାନ ରହିବ ନାହିଁ ।"

ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଏସିଆ କପ୍ ପାକିସ୍ତାନକୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଏସିସି ଅଧ୍ୟକ୍ଷ ଜୟ ଶାହ ଅକ୍ଟୋବରରେ କହିଥିଲେ ଯେ, ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ତିନୋଟି ସ୍ଥାନ ଦୁବାଇ, ଆବୁଧାବି ଏବଂ ଶାରଜା ଠାରେ ଅନୁଷ୍ଠିତ ହୋଇପାରେ ବୋଲି ମନେ କରାଯାଉଛି । କିନ୍ତୁ ଏହି ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଫାଇନାଲ କରାଯାଇ ନାହିଁ । ଏହାକୁ ପାକିସ୍ତାନରୁ ବାହାର କରିବା ପଛରେ ଗୋଟିଏ ଯୁକ୍ତି ହେଉଛି ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ବହୁତ ଦ୍ରୁତ ଗତିରେ ତଳକୁ ଖସୁଛି । ଏପରି ପରିସ୍ଥିତିରେ, ACC କୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ବହୁ ଖର୍ଚ୍ଚ କରିବାକୁ ପଡ଼ିପାରେ ।