Indian Team's Jersey: ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ, ଜାଣନ୍ତୁ ଏହା କାହିଁକି ହେବ?
Advertisement
Article Detail0/zeeodisha/odisha1818832

Indian Team's Jersey: ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ଜର୍ସିରେ ଲେଖାଯିବ ପାକିସ୍ତାନର ନାମ, ଜାଣନ୍ତୁ ଏହା କାହିଁକି ହେବ?

Indian Cricket Team: ଭାରତୀୟ ଦଳ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ଏସିଆ କପରେ  (Asia Cup 2023) ପ୍ରଥମ ମ୍ୟାଚ୍ ଖେଳିବ । ଏହି ମ୍ୟାଚ୍‌ରେ ଭାରତର ଜର୍ସିରେ ପାକିସ୍ତାନର (Pakistan) ନାମ ଦେଖିବାକୁ ମିଳିବ ।

ସୌ: ସୋସିଆଲ ମିଡିଆ

Pakistan's Name On Indian Team's Jersey: ଏସିଆ କପ୍ ୨୦୨୩ ପାକିସ୍ତାନ ଓ ଶ୍ରୀଲଙ୍କାର (Pakistan and Sri Lanka) ଆୟୋଜନ ହେବ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏସିଆ କପ୍ (Asia Cup 2023) ସମୟରେ ଏହା ପ୍ରଥମ ଥର ହେବ ଯେ ଭାରତୀୟ ଦଳର (Indian Cricket Team) ଜର୍ସିରେ ପାକିସ୍ତାନର (Pakistan) ନାମ ଲେଖାଯିବ । ୩୦ ଅଗଷ୍ଟରୁ ଏସିଆ କପର କିଛି ମ୍ୟାଚ୍ ପାକିସ୍ତାନରେ ଓ ବାକି ଶ୍ରୀଲଙ୍କାରେ ଖେଳାଯିବ । ଯଦିଓ ଏହି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜକ ପାକିସ୍ତାନ, କିନ୍ତୁ ଭାରତ ତରଫରୁ ପାକିସ୍ତାନ ଗସ୍ତ କରିବାକୁ ପୂର୍ବରୁ ମନା କରିଦେଇଥିଲା ।

ଭାରତୀୟ ଦଳ ଶ୍ରୀଲଙ୍କାରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ଏହାର ସମସ୍ତ ମ୍ୟାଚ୍ ଖେଳିବ । ଯଦିଓ ପାକିସ୍ତାନ ଏସିଆ କପର ମୁଖ୍ୟ ଆୟୋଜକ, ତଥାପି ଦଳମାନଙ୍କୁ ସେମାନଙ୍କ ଜର୍ସିରେ ପାକିସ୍ତାନର ନାମ ଲେଖିବାକୁ ପଡିପାରେ । ଏହି କାରଣରୁ ଭାରତୀୟ ଦଳର ଜର୍ସିରେ ପାକିସ୍ତାନର ନାମ ଲେଖାଯାଇପାରେ । ଭାରତର ଜର୍ସିରେ ପାକିସ୍ତାନର ନାମ ଏସିଆ କପ୍ ଲୋଗୋ ତଳେ ରହିବ । ତେବେ ଏପର୍ଯ୍ୟନ୍ତ ଏହାକୁ ନେଇ ସରକାରୀ ସୂଚନା ପ୍ରକାଶ ପାଇନାହିଁ । ଏସିଆ କପ୍‌ରେ ଭାରତୀୟ ଦଳ ୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ।

ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ ଭାରତ ଓ ପାକିସ୍ତାନ ମ୍ୟାଚ୍ 

ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମହାନ ମ୍ୟାଚ୍ ଶ୍ରୀଲଙ୍କାର କାଣ୍ଡିରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ହାଉସଫୁଲ୍ ହେବାର ଆଶା କରାଯାଏ । ଗ୍ରୁପ୍ ପର୍ଯ୍ୟାୟ ବ୍ୟତୀତ ସୁପର-୪ ପର୍ଯ୍ୟାୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ମଧ୍ୟ ଦେଖିବାକୁ ମିଳିପାରେ । ଯଦି ଉଭୟ ଦଳ ସୁପର-୪ ପାଇଁ ଯୋଗ୍ୟତା ଅର୍ଜନ କରନ୍ତି, ତେବେ ଉଭୟଙ୍କ ମଧ୍ୟରେ ଆଉ ଏକ ମ୍ୟାଚ୍ ଦେଖିବାକୁ ମିଳିବ । ସୁପର-୪ ବ୍ୟତୀତ ଫାଇନାଲରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ମଧ୍ୟ ହୋଇପାରେ । ଏହି ପରିପ୍ରେକ୍ଷୀରେ ଭାରତ-ପାକିସ୍ତାନ କେବଳ ଏସିଆ କପରେ ଥରେ ନୁହେଁ ତିନିଥର ମୁହାଁମୁହିଁ ହୋଇପାରନ୍ତି ।

କହିରଖୁଛୁ ଯେ ୩୦ ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍‌ର ପ୍ରଥମ ମ୍ୟାଚ୍ ପାକିସ୍ତାନ ଓ ନେପାଳ ମଧ୍ୟରେ ପାକିସ୍ତାନର ମୁଲତାନରେ ଖେଳାଯିବ । ଏହା ପରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଶ୍ରୀଲଙ୍କା ଆୟୋଜନ କରିବ । ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟର ଫାଇନାଲ ମଧ୍ୟ ଶ୍ରୀଲଙ୍କାରେ ଖେଳାଯିବ । ଅଧିକାଂଶ ଟୁର୍ଣ୍ଣାମେଣ୍ଟ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ହେବ ।

ଏହା ବି ପଢ଼ନ୍ତୁ: Asia Cup ପାଇଁ ପାକିସ୍ତାନ ଘୋଷଣା କଲା ଦଳ, ବାବର ଆଜମଙ୍କ ସମେତ ଏହି ଖେଳାଳିମାନେ ପାଇଲେ ସ୍ଥାନ

ଏହା ବି ପଢ଼ନ୍ତୁ: World Cup 2023 Schedule: ବିଶ୍ୱକପ୍ ସିଡ୍ୟୁଲରେ ହେଲା ବଡ଼ ପରିବର୍ତ୍ତନ, ଜାଣନ୍ତୁ କେବେ ହେବ ଭାରତ ଓ ପାକିସ୍ତାନ ମ୍ୟାଚ୍? ଦେଖନ୍ତୁ ପୂରା କାର୍ଯ୍ୟସୂଚୀ