ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଭାରତ ସହିତ ଲଢ଼ିବ ପ୍ରଥମ ମୁକାବିଲା
Advertisement
Article Detail0/zeeodisha/odisha1286383

ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଭାରତ ସହିତ ଲଢ଼ିବ ପ୍ରଥମ ମୁକାବିଲା

Pakistan Asia Cup 2022 Squads: ପାକିସ୍ତାନ ନେଦରଲ୍ୟାଣ୍ଡ ବିପକ୍ଷ ଆଗାମୀ ଏକଦିବସୀୟ ସିରିଜ୍ ଓ ଚଳିତ ମାସ ଶେଷରେ ହେବାକୁ ଥିବା ଟି-୨୦ ଏସିଆ କପ୍ (Asia Cup 2022) ପାଇଁ ନିଜର ଏକ ଶକ୍ତିଶାଳୀ ଦଳ ଘୋଷଣା କରିଛି ।

ସାଙ୍କେତିକ ଫଟୋ

Asia Cup 2022 Squads: ନେଦରଲ୍ୟାଣ୍ଡ ଓ ୟୁଏଇରେ (UAE) ହେବାକୁ ଥିବା ଆଗାମୀ ଟି-୨୦ ଏସିଆ କପ୍ (Asia Cup 2022) ପାଇଁ ପାକିସ୍ତାନ ନିଜର ମଜବୁତ ଦଳ ଘୋଷଣା କରିଛି । ପାକିସ୍ତାନ ୨୮ ଅଗଷ୍ଟରେ ଭାରତ ବିପକ୍ଷରେ ଏସିଆ କପରେ ନିଜର ପ୍ରଥମ ମ୍ୟାଚ ଖେଳିବ । ଷ୍ଟାର ପେସର୍ ଶାହିନ୍ ଆଫ୍ରିଦି (Shaheen Shah Afridi) ଉଭୟ ଦଳରେ ଅନ୍ତର୍ଭୁକ୍ତ ହୋଇଛନ୍ତି ଓ ଗତ ମାସରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ହାରିଯିବା ପରେ ନେଦରଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସୁପର ଲିଗ୍ ସିରିଜ୍ ସମୟରେ ପଡ଼ିଆରେ ଖେଳୁଥିବାର ନଜର ଆସିବେ । 

ଏସିଆ କପ୍ ପାଇଁ ପିସିବି ୧୫ ଜଣିଆ ଦଳ ଘୋଷଣା କରିଛି । ଉଭୟ ଦଳର ଅଧିନାୟକ କରାଯିବା ପରେ ବାବର ଆଜାମ ପୁଣି ଥରେ ପାକିସ୍ତାନର ଦଳର ନେତୃତ୍ୱ ଗ୍ରହଣ କରିବେ, ଯେତେବେଳେ ଦ୍ରୁତ ବୋଲର ନସିମ ​​ଶାହାଙ୍କୁ ସାଥୀ ଖେଳାଳି ହାସନ ଅଲିଙ୍କ ସ୍ଥାନରେ ସାମିଲ କରାଯାଇଛି ।

ଗ୍ରୁପ୍ ଏରେ ଭାରତ, ପାକିସ୍ଥାନ ଓ ଏକ ଯୋଗ୍ୟତା ଦଳ ସ୍ଥାନିତ ହୋଇଥିବାବେଳେ ଗ୍ରୁପ୍ ବିରେ ଆୟୋଜକ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ରହିଛନ୍ତି । ସମସ୍ତ ମ୍ୟାଚ୍ ସ୍ଥାନୀୟ ସମୟ ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ । ଏହି ଟୁର୍ଣ୍ଣାମେଣ୍ଟର ୧୦ ଟି ମ୍ୟାଚ୍ ଦୁବାଇ ଆୟୋଜନ ହେବାକୁ ଥିବାବେଳେ, ଶାରଜା ତିନୋଟି ମ୍ୟାଚ୍ ଖେଳାଯିବ ।

ଏହି ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀକୁ ଦେଖିଲେ ଏହା ସ୍ପଷ୍ଟ ଯେ ଉଭୟ ଭାରତ ଓ ପାକିସ୍ତାନ ଦଳ ମୋଟ ତିନିଥର ମୁହାଁମୁହିଁ ହୋଇପାରନ୍ତି । ଗ୍ରୁପ୍ ମ୍ୟାଚରେ ଓ ଏହାପରେ ସୁପର-୪ ରେ ଏବଂ ଯୋଗ୍ୟତା ହାସଲ କଲେ ଫାଇନାଲରେ ମଧ୍ୟ ଏହି ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି ।

fallback

ଟି-୨୦ ଏସିଆ କପ୍ ୨୦୨୨ ପାଇଁ ପାକିସ୍ତାନ ଦଳ: ବାବର ଆଜାମ (ଅଧିନାୟକ), ସଦାବ ଖାନ (ଉପ-ଅଧିନାୟକ), ଆସିଫ ଅଲି, ଫଖର ଜମାନ, ହାୟଦାର ଅଲି, ହରିସ ରଉଫ, ଇଫ୍ତିଖାର ଅହମ୍ମଦ, ଖୁସଦିଲ ଶାହା, ମହମ୍ମଦ ନୱାଜ, ମହମ୍ମଦ ରିଜୱାନ, ମହମ୍ମଦ ୱାସିମ ଜୁନିୟର, ନାସିମ ଶାହା, ଶାହିନ୍ ଶାହା ଆଫ୍ରିଦି, ଶାହନାୱାଜ ଧାନି ଓ ଉସମାନ କାଦିର ।

ଏହା ବି ପଢ଼ନ୍ତୁ: ରାହୁଲ ଗାନ୍ଧୀ ରାଜି ନ ହେଲେ ଏହି ନେତାଙ୍କୁ ଦଳର ସଭାପତି କରିବ କଂଗ୍ରେସ!

ଏହା ବି ପଢ଼ନ୍ତୁ: ଆମେରିକୀୟ ପୁରୁଷଙ୍କୁ ଅନଲାଇନରେ ବିବାହ କରି ପାରିବେ ଭାରତୀୟ ମହିଳା: HC