Ajinkya Rahane: ଟିମ୍ ଇଣ୍ଡିଆରେ ମିଳୁନାହିଁ ସ୍ଥାନ ତ ଅଜିଙ୍କ୍ୟ ରାହାଣେ ଏହି ଦଳ ସହ ମିଳାଇଲେ ହାତ
Advertisement

Ajinkya Rahane: ଟିମ୍ ଇଣ୍ଡିଆରେ ମିଳୁନାହିଁ ସ୍ଥାନ ତ ଅଜିଙ୍କ୍ୟ ରାହାଣେ ଏହି ଦଳ ସହ ମିଳାଇଲେ ହାତ

Ajinkya Rahane: ଆଇପିଏଲର ଏହି ସିଜନରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଖେଳାଯାଉଥିବା ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଅଜିଙ୍କ୍ୟ ରାହାଣେ ଖେଳୁଥିବାର ନଜରକୁ ଆସିବେ । ଅଜିଙ୍କ୍ୟ ରାହାଣେ ଜୁନ୍ ମାସରେ ଲଣ୍ଡନରେ ପହଞ୍ଚି ରେଡ-ବଲ୍ ଫର୍ମାଟରେ ୮ଟି ମ୍ୟାଚ୍ ଖେଳିବା ପାଇଁ ଉପଲବ୍ଧ ହେବେ । ଏହାପରେ ଅଗଷ୍ଟରେ ରୟାଲ୍ ଲଣ୍ଡନ୍ କପ୍ ଅନୁଷ୍ଠିତ ହେବ ।

Ajinkya Rahane: ଟିମ୍ ଇଣ୍ଡିଆରେ ମିଳୁନାହିଁ ସ୍ଥାନ ତ ଅଜିଙ୍କ୍ୟ ରାହାଣେ ଏହି ଦଳ ସହ ମିଳାଇଲେ ହାତ

Ajinkya Rahane: ଗତ ୧ ବର୍ଷ ଧରି ଭାରତୀୟ ଟେଷ୍ଟ ଦଳରୁ ବାହାରେ ଚାଲୁଥିବା ଅଜିଙ୍କ୍ୟ ରାହାଣେ (Ajinkya Rahane) ବର୍ତ୍ତମାନ ଟିମ ଇଣ୍ଡିଆ (Team India) କୁ ଫେରିବା ପାଇଁ ନିଜ ରାସ୍ତା ସୁଗମ କରିବାକୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ଅଜିଙ୍କ୍ୟ ରାହାଣେ (Ajinkya Rahane) ଚଳିତ ବର୍ଷ ଇଂଲଣ୍ଡରେ କାଉଣ୍ଟି ଚାମ୍ପିଅନସିପ୍ ୨୦୨୩ (County Championship 2023 Tournament)  ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଦେଖିବାକୁ ମିଳିବ । ମଙ୍ଗଳବାର ଦିନ ଲେଷ୍ଟେଷ୍ଟେୟାର (Leicestershire) କାଉଣ୍ଟି କ୍ରିକେଟ୍ କ୍ଲବ (County Cricket Club) ଏହି ବିଷୟରେ ସୂଚନା ଦେଇଛି ।

ଲେଷ୍ଟେଷ୍ଟେୟାର (Leicestershire) କହିଛି ଯେ, ଏହି ୩୪ ବର୍ଷୀୟ ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ସେମାନଙ୍କ ଦଳରେ ଆଇପିଏଲ୍ ୨୦୨୩ (Indian Premier League 2023) ପରେ କାଉଣ୍ଟି ଚାମ୍ପିଅନସିପ୍ (County Championship 2023 Tournament) ଓ ରୟାଲ୍ ଲଣ୍ଡନ୍ କପ୍ (ଦିନିକିଆ ଟୁର୍ଣ୍ଣାମେଣ୍ଟ) ଖେଳିବା ପାଇଁ ଉପଲବ୍ଧ ହେବେ । ଆଇପିଏଲର ଏହି ସିଜନ (IPL 2023) ରେ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ଖେଳାଯାଉଥିବା ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings-CSK) ଦଳରେ ଅଜିଙ୍କ୍ୟ ରାହାଣେ (Ajinkya Rahane) ଖେଳୁଥିବାର ନଜରକୁ ଆସିବେ । ଅଜିଙ୍କ୍ୟ ରାହାଣେ (Ajinkya Rahane) ଜୁନ୍ ମାସରେ ଲଣ୍ଡନରେ ପହଞ୍ଚି ରେଡ-ବଲ୍ ଫର୍ମାଟରେ ୮ଟି ମ୍ୟାଚ୍ ଖେଳିବା ପାଇଁ ଉପଲବ୍ଧ ହେବେ । ଏହାପରେ ଅଗଷ୍ଟରେ ରୟାଲ୍ ଲଣ୍ଡନ୍ କପ୍ ଅନୁଷ୍ଠିତ ହେବ ।

ଅଧିକ ପଢ଼ନ୍ତୁ-କେଏଲ ରାହୁଲ ଓ ଆଥିଆ ଶେଟ୍ଟୀଙ୍କ ବାହାଘରକୁ ନେଇ ପାକିସ୍ତାନରେ ହଙ୍ଗାମା, ଜାଣନ୍ତୁ ପୂରା ଘଟଣା

ଅଧିକ ପଢ଼ନ୍ତୁ-ଅନ୍ତିମ ସଂସ୍କାରର ପାଉଁଶ ବି ଛାଡ଼ନ୍ତିନି, ସୁପ୍ ତିଆରି କରି ପିଅନ୍ତି ଏଠାକାର ଲୋକ!

ଅଧିକ ପଢ଼ନ୍ତୁ-କିଏ ସେ ପିଏମ ମୋଦିଙ୍କ ଗୁରୁ, ଯାହାଙ୍କ ଦର୍ଶନ କରିବାକୁ ପହଞ୍ଚିଲେ ବିରାଟ କୋହଲି ଓ ଅନୁଷ୍କା ଶର୍ମା

ଅଜିଙ୍କ୍ୟ ରାହାଣେ (Ajinkya Rahane) ଙ୍କ କ୍ୟାରିୟରରେ ଏହା ଦ୍ୱିତୀୟ ଥର, ଯେତେବେଳେ ତାଙ୍କୁ କାଉଣ୍ଟି କ୍ରିକେଟ୍ ଖେଳୁଥିବା ଦେଖିବାକୁ ମିଳିବ । ଏହାପୂର୍ବରୁ ସେ ୨୦୧୯ରେ ପ୍ରଥମ ଥର ପାଇଁ କାଉଣ୍ଟି କ୍ରିକେଟ୍ ଖେଳିଥିଲେ, ସେତେବେଳେ ସେ ହାମ୍ପସାୟର୍ ଦଳ ପାଇଁ ଖେଳିଥିଲେ । ଅଜିଙ୍କ୍ୟ ରାହାଣେ (Ajinkya Rahane) ଏପର୍ଯ୍ୟନ୍ତ ଭାରତ ପାଇଁ ୮୨ଟି ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ୧୨ଟି ଶତକ ସହାୟତାରେ ୪୯୩୧ ରନ୍ କରିଛନ୍ତି । ଏହା ବ୍ୟତୀତ ସେ ଟିମ୍ ଇଣ୍ଡିଆ ପାଇଁ ୯୦ଟି ODI ଓ ୨୦ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । 

ଅଜିଙ୍କ୍ୟ ରାହାଣେ (Ajinkya Rahane) ଦୀର୍ଘ ଦିନ ଧରି ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଉପ-ଅଧିନାୟକ ରହିଥିଲେ । ଶେଷ ଥର ପାଇଁ ଯେତେବେଳେ ୨୦୨୦-୨୧ ମସିହାରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା, ସେ ଅନ୍ତିମ ୩ ଟେଷ୍ଟରେ ଦଳର ଅଧିନାୟକତ୍ୱ କରି ଭାରତକୁ ଟେଷ୍ଟରେ ବିଜୟୀ କରାଇଥିଲେ । 

ପ୍ରକାଶ ଥାଉକି, ସେ ଦୀର୍ଘ ସମୟ ଧରି ବ୍ୟାଟ୍ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ଡିସେମ୍ବର ୨୦୨୦ ଠାରୁ ଟେଷ୍ଟ କ୍ରିକେଟରେ ଗୋଟିଏ ବି ଶତକ ହାସଲ କରିନଥିଲେ । ସେ ଶେଷ ଥର ପାଇଁ ଜାନୁଆରୀ ୨୦୨୨ରେ ଭାରତୀୟ ଦଳ ପାଇଁ ଏକ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ସେବେଠାରୁ ଅଜିଙ୍କ୍ୟ ରାହାଣେ (Ajinkya Rahane) ଭାରତୀୟ ଦଳରୁ ବାହାରି କାଉଣ୍ଟି ଚାମ୍ପିୟନଶିପକୁ ଫେରିଛନ୍ତି । ଯଦି ସେ ଏଠାରେ ରନ୍ ସ୍କୋର କରନ୍ତି, ତେବେ ସେ ଟିମ୍ ଇଣ୍ଡିଆକୁ ଫେରିବାର ସୁଯୋଗ ପାଇପାରନ୍ତି ।