AFG vs SL: ବିଶ୍ବକପରେ ବିଜୟର ହ୍ୟାଟ୍ରିକ୍ ମାରିଲା ଆଫଗାନିସ୍ତାନ; ୭ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା
Advertisement
Article Detail0/zeeodisha/odisha1937352

AFG vs SL: ବିଶ୍ବକପରେ ବିଜୟର ହ୍ୟାଟ୍ରିକ୍ ମାରିଲା ଆଫଗାନିସ୍ତାନ; ୭ ୱିକେଟରେ ପରାସ୍ତ ହେଲା ଶ୍ରୀଲଙ୍କା

AFG vs SL: ଆଫଗାନିସ୍ତାନ ପୁଣେରେ ଶ୍ରୀଲଙ୍କାକୁ ପରାସ୍ତ କରି ବିଶ୍ୱକପ୍ ୨୦୨୩ ରେ ବିଜୟର ହ୍ୟାଟ୍ରିକ୍ ମାରିଛି । ମ୍ୟାଚ୍ ସମୟରେ ରହମତ, ଶାହିଦି ଓ ଫାରୁକି ଭଲ ଫର୍ମରେ ଥିଲେ।

AFG vs SL

World Cup 2023: ବିଶ୍ୱକପ୍ ୨୦୨୩ ର ୩୦ ତମ ମ୍ୟାଚ୍ ୩୦ ଅକ୍ଟୋବରରେ ପୁଣେରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କରି ଆଫଗାନିସ୍ତାନ ଦଳ ପାଞ୍ଚ ୱିକେଟ୍ ଜିତିବାରେ ସଫଳ ହୋଇଛି । ଟୁର୍ଣ୍ଣାମେଣ୍ଟରେ ଏହା ଆଫଗାନିସ୍ତାନର ତୃତୀୟ ବିଜୟ । ଶ୍ରୀଲଙ୍କା ଦଳ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ପରାଜୟର ସମ୍ମୁଖୀନ ହୋଇଛି ।

ଆଫଗାନିସ୍ତାନ ଦଳ ୩୪ ଓଭରରେ ତିନି ୱିକେଟ୍ ହରାଇ ଶ୍ରୀଲଙ୍କା ଦେଇଥିବା ୨୪୨ ରନ୍ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା । ଦଳ ପାଇଁ ତୃତୀୟ ନମ୍ବରରେ ବ୍ୟାଟିଂ କରି ରହମତ ଶାହା ୮୩.୭୮ ଷ୍ଟ୍ରାଇକ ହାରରେ ୬୨ ରନ କରିଥିଲେ । ଏହି ସମୟ ମଧ୍ୟରେ ସେ ୭୪ ବଲରେ ସମ୍ମୁଖୀନ ହୋଇଥିଲେ ଓ ସାତୋଟି ଚୌକା ମାରିଥିଲେ ।

ଶାହାଙ୍କ ବ୍ୟତୀତ ଅଧିନାୟକ ହାଶମତୁଲ୍ଲା ଶାହିଦି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ୫୨ ବଲରେ ୪୦ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲେ । ତାଙ୍କ ବ୍ୟତୀତ ଇବ୍ରାହିମ ଜାଦ୍ରାନ୍ ଇନିଂସ ଖୋଲିଥିବା ବେଳେ ୫୭ ବଲରେ ୩୯ ରନ୍ ସଂଗ୍ରହ କରିଥିଲେ । ଦଳର ଷ୍ଟାର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରହମାନୁଲ୍ଲା ଗୁରୁବାଜଙ୍କ ବ୍ୟାଟ୍ ସମ୍ପୂର୍ଣ୍ଣ ଶାନ୍ତ ରହିଥିଲା । ସେ ଶ୍ରୀଲଙ୍କା ବିପକ୍ଷରେ ଖାତା ନ ଖୋଲି ପ୍ୟାଭେଲେନକୁ ଫେରି ଯାଇଥିଲେ ।

ଦିଲଶାନ ମଦୁଶଙ୍କା ନେଇଥିଲେ ଦୁଇଟି ୱିକେଟ୍ 
ଆଫଗାନିସ୍ତାନ ବିପକ୍ଷରେ ଶ୍ରୀଲଙ୍କା ପାଇଁ ସବୁଠାରୁ ସଫଳ ବୋଲର ଦିଲଶାନ ମଦୁଶଙ୍କା ଥିଲେ । ସେ ୬ ଓଭର ବୋଲିଂ କରି ୨୩ ରନ୍ ଖର୍ଚ୍ଚ କରି ନିଜ ଦଳ ପାଇଁ ସର୍ବାଧିକ ଦୁଇଟି ସଫଳତା ହାସଲ କରିଥିଲେ । ମଦୁଶଙ୍କା ରହମାନୁଲ୍ଲା ଗୁରୁବାଜ ଓ ଇବ୍ରାହିମ ଜାଦ୍ରାନ୍ ଆଉଟ୍ କରିଥିଲେ । ତାଙ୍କ ବ୍ୟତୀତ କାସୁନ୍ ରାଜିତା ରହମତ ଶାହାଙ୍କ ରୂପରେ ଗୋଟିଏ ୱିକେଟ୍ ନେଇଥିଲେ ।

୨୪୧ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା ଶ୍ରୀଲଙ୍କା 
ଏହାପୂର୍ବରୁ ପୁଣେରେ ଟସ୍ ହରାଇ ବ୍ୟାଟିଂ କରିବା ପରେ ଶ୍ରୀଲଙ୍କା ଦଳ ୪୯.୩ ଓଭରରେ ୨୪୧ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ଦଳର ସର୍ବାଧିକ ସ୍କୋରର ବ୍ୟାଟ୍ସମ୍ୟାନ୍ ପୃଥମ୍ ନିସଙ୍କା ଥିଲେ । ଇନିଂସ ଆରମ୍ଭ କରିବାକୁ ଆଶି ସେ ୬୦ ବଲରେ ୪୬ ରନର ସର୍ବାଧିକ ଇନିଂସ ଖେଳିଥିଲେ । ତାଙ୍କ ବ୍ୟତୀତ ଅଧିନାୟକ କୁସାଲ ମେଣ୍ଡିସ ୫୦ ବଲରେ ୩୯ ରନ୍ ସଂଗ୍ରହ କରିଥିଲେ ।

ଫଜଲହକ୍ ଫାରୁକ୍କି କରିଥିଲେ ଭଲ ବୋଲିଂ
ଏହି ମ୍ୟାଚରେ ଆଫଗାନିସ୍ତାନରୁ ଫଜଲହକ୍ ଫାରୁକି ସବୁଠାରୁ ସଫଳ ବୋଲର ହୋଇଥିଲେ । ସେ ନିଜ ଦଳ ପାଇଁ ୧୦ ଓଭର ବୋଲିଂ କରୁଥିବାବେଳେ ସର୍ବାଧିକ ଚାରିଟି ସଫଳତା ପାଇଥିଲେ । ତାଙ୍କ ବ୍ୟତୀତ ମୁଜିବ ଉର ରେହମାନ ଦୁଇଟି ୱିକେଟ୍ ନେବାରେ ସଫଳ ହୋଇଥିଲେ ଓ ଆଜମତୁଲ୍ଲା ଓମାରଜାଇ ଏବଂ ରସିଦ ଖାନ ଯଥାକ୍ରମେ ଗୋଟିଏ ୱିକେଟ୍ ନେବାରେ ସଫଳ ହୋଇଥିଲେ ।