5G in India: Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା
Advertisement

5G in India: Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା

5G in India: Samsung 5G ୟୁଜର୍ସଙ୍କୁ ଝଟକା ଲାଗିଛି । Samsung ୟୁଜର୍ସ ବର୍ତ୍ତମାନ 5G ସେବା ବ୍ୟବହାର କରିବାକୁ ସମର୍ଥ ହେବେ ନାହିଁ । ଏଥିପାଇଁ ସେମାନଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିବ । କମ୍ପାନୀ ଏହି ସୂଚନା ଦେଇଛି । ଏକ ରିପୋର୍ଟ ଅନୁଯାୟୀ, Apple iPhone ବ୍ୟବହାରକାରୀଙ୍କୁ ମଧ୍ୟ 5ଜି ସେବା ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । Samsung ବ୍ୟବହାରକାରୀମାନେ କେବେ 5G ସେବା ପାଇବେ ଆସନ୍ତୁ ଜାଣିବା...

5G in India: Samsung ୟୁଜର୍ସଙ୍କୁ ଝଟକା! ଏତେ ମାସ ପାଇଁ ବ୍ୟବହାର କରିପାରିବେନି 5G ସେବା

ନୂଆଦିଲ୍ଲୀ: 5G in India, Samsung 5G Smartphones: ଏୟାରଟେଲ (Airtel 5G) ଓ ରିଲାଏନ୍ସ ଜିଓ (Reliance Jio 5G) 5G ସେବା ଆରମ୍ଭ କରିଛନ୍ତି । କିନ୍ତୁ ଅଧିକାଂଶ ଉପଭୋକ୍ତା ଏହି ସେବା ବ୍ୟବହାର କରିବାକୁ ସକ୍ଷମ ନୁହଁନ୍ତି । ନିକଟ ଅତୀତରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଡିସେମ୍ବର ପର୍ଯ୍ୟନ୍ତ ଆପଲ୍ (Apple) ଓ ସାମସଙ୍ଗ (Samsung) ମୋବାଇଲ୍ ଫୋନରେ 5ଜି ସେବା ଉପଲବ୍ଧ ହେବ । ଅର୍ଥାତ ଆପଲ୍ ଓ ସାମସଙ୍ଗର 5G ଫୋନ୍ ବ୍ୟବହାରକାରୀଙ୍କୁ 5G ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ । ବର୍ତ୍ତମାନ ସାମସଙ୍ଗ ମଧ୍ୟ ଏହି ସୂଚନା ଦେଇଛି । କମ୍ପାନୀ ଏହାର ସର୍ବଶେଷ ବୟାନରେ କହିଛି ଯେ, ସେମାନେ ଟେଲିକମ୍ ଅପରେଟରଙ୍କ ସହ କାମ କରୁଛନ୍ତି । ନଭେମ୍ବର ୨୦୨୨ ମଧ୍ୟଭାଗରେ ଉପଭୋକ୍ତାମାନେ 5G ଉପକରଣ ପାଇଁ OTA ଅପଡେଟ୍ ପାଇବେ ।

ଏହି OTA ଅପଡେଟ୍ ପରେ Samsung ବ୍ୟବହାରକାରୀମାନେ ସେମାନଙ୍କର 5G ସ୍ମାର୍ଟଫୋନରେ ଏହାକୁ ବ୍ୟବହାର କରିବାକୁ ସକ୍ଷମ ହେବେ । ଏହା ପୂର୍ବରୁ 5G ନେଟୱାର୍କ ସେମାନଙ୍କ ସାମସଙ୍ଗ ମୋବାଇଲରେ ଆସିବ ନାହିଁ । ଅର୍ଥାତ୍ ସାମସଙ୍ଗର ଉପଭୋକ୍ତାମାନଙ୍କୁ ଏକ ବଡ଼ ଜୋରଦାର ଝଟକା ଲାଗିଛି । 5G ସେବା ଉପଲବ୍ଧ ଥିଲେ ମଧ୍ୟ Samsung ଫୋନ୍ ବ୍ୟବହାରକାରୀଙ୍କୁ ଏଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ । ତଥାପି, ଅଧିକାଂଶ ଡିଭାଇସରେ 5G ସେବା ଉପଲବ୍ଧ ନାହିଁ। ଧିରେ ଧିରେ ସମସ୍ତ ମୋବାଇଲ୍ କମ୍ପାନୀ ଏହି ଅପଡେଟ୍ ଜାରି କରିବେ ବୋଲି ମନେ କରାଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଏୟାରଟେଲ (Airtel) ଓ ଜିଓ (Jio) କେବଳ ମନୋନୀତ ସହରରେ 5G ସେବା ଆରମ୍ଭ କରିଛନ୍ତି । ବର୍ତ୍ତମାନ କମ୍ପାନୀ ଏହାକୁ ଏକ ଟ୍ରାଏଲ ଭାବରେ ଦେଉଛି ।

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବନି ମ୍ୟାଚ୍! ଜାଣନ୍ତୁ କ'ଣ ରହିଛି କାରଣ

ଅଧିକ ପଢ଼ନ୍ତୁ:-ନିଶା ଦ୍ରବ୍ୟ ଦେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ, ଗଢ଼ିଲେ ଅପ୍ରାକୃତିକ ସମ୍ପର୍କ

ଅଧିକ ପଢ଼ନ୍ତୁ:-ଟି-20 ବିଶ୍ୱକପ ଅପେକ୍ଷା ଏହି ଖେଳାଳିଙ୍କ କ୍ୟାରିୟର ଅଧିକ ଗୁରୁତ୍ୱପୂର୍ଣ୍ଣ, ରୋହିତ ଶର୍ମା ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ସୂଚନାଯୋଗ୍ୟ, ଏୟାରଟେଲ ୟୁଜର୍ସମାନେ କେବଳ 4G ପ୍ଲାନରେ 5G ସେବା ବ୍ୟବହାର କରିବାକୁ ସକ୍ଷମ ହେବେ । ଯେତେବେଳେ କି ଜିଓ ୟୁଜର୍ସଙ୍କୁ କମ୍ପାନୀ ବିଟା ଟେଷ୍ଟିଂ ଅଧୀନରେ ଅସୀମିତ ଡେଟା ଦେଉଛି । ଆସନ୍ତା ବର୍ଷ ସୁଦ୍ଧା ଦେଶର ଅଧିକାଂଶ ସ୍ଥାନରେ କମ୍ପାନୀଗୁଡିକ 5G ସେବା (5G Service) ଯୋଗାଇବା ଆରମ୍ଭ କରିବେ । ଅର୍ଥାତ ଲୋକଙ୍କୁ 5G ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆପଲ୍ (Apple) ବିଷୟରେ ଏହା ମଧ୍ୟ କୁହାଯାଇଛି ଯେ, ଆଇଫୋନ (iphone) ରେ 5G ବ୍ୟବହାର କରିବାକୁ ଆପଣଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ । ଆପଲ୍ ୟୁଜର୍ସଙ୍କୁ 5ଜି ସେବା ବ୍ୟବହାର କରିବା ପାଇଁ ଡିସେମ୍ବର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିପାରେ । ତେବେ କମ୍ପାନୀ ଏ ସମ୍ପର୍କରେ କୌଣସି ଆଧିକାରୀକ ବୟାନ ଦିଆଯାଇ ନାହିଁ ।