Alex Hepburn Banned: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଏହି ୨୮ ବର୍ଷୀୟ କ୍ରିକେଟର, ୧୦ ବର୍ଷ ପାଇଁ ହେଲେ ବ୍ୟାନ୍
Advertisement
Article Detail0/zeeodisha/odisha2446758

Alex Hepburn Banned: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଏହି ୨୮ ବର୍ଷୀୟ କ୍ରିକେଟର, ୧୦ ବର୍ଷ ପାଇଁ ହେଲେ ବ୍ୟାନ୍

Alex Hepburn Banned: ବର୍ତ୍ତମାନ ବୋର୍ଡ ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ମାନି ନେଇଛି ଏବଂ ତାଙ୍କୁ ୧୦ ବର୍ଷ ସଜ୍ଜା ଶୁଣାଇଛି। ସ୍ୱତନ୍ତ୍ର କ୍ରିକେଟ୍ ଅନୁଶାସନ ଆୟୋଗ, ଯାହା ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଶୃଙ୍ଖଳାଗତ ମାମଲା ଶୁଣେ। ଏହା ଆଲେକ୍ସ ହେପବର୍ନଙ୍କ ଉପରେ ୧୦ ବର୍ଷର କ୍ରିକେଟ୍ ଖେଳିବାକୁ ନେଇ ପ୍ରତିବନ୍ଧକ ଲଗାଇଛି।

Alex Hepburn Banned

Alex Hepburn Banned: ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଆଲେକ୍ସ ହେପବର୍ନଙ୍କୁ ୧୦ ବର୍ଷ ପାଇଁ ବ୍ୟାନ୍ କରିଛି। ୨୦୧୯ ମସିହାରେ ଆଲେକ୍ସ ହେପବର୍ନଙ୍କ ଉପରେ ଦୁଷ୍କର୍ମ କରିଥିବାର  ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଜେଲ ଯିବାକୁ ପଡିଥିଲା। ତେବେ ୨୦୨୧ ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବୋର୍ଡ ତାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ମାନି ନେଇଛି ଏବଂ ତାଙ୍କୁ ୧୦ ବର୍ଷ ସଜ୍ଜା ଶୁଣାଇଛି। ସ୍ୱତନ୍ତ୍ର କ୍ରିକେଟ୍ ଅନୁଶାସନ ଆୟୋଗ, ଯାହା ଇଂଲଣ୍ଡ କ୍ରିକେଟ୍ ବୋର୍ଡର ଶୃଙ୍ଖଳାଗତ ମାମଲା ଶୁଣେ। ଏହା ଆଲେକ୍ସ ହେପବର୍ନଙ୍କ ଉପରେ ୧୦ ବର୍ଷର କ୍ରିକେଟ୍ ଖେଳିବାକୁ ନେଇ ପ୍ରତିବନ୍ଧକ ଲଗାଇଛି।

ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆଲେକ୍ସ ହେପବର୍ନଙ୍କୁ ୧୦୧୯ ରେ ପାଞ୍ଚ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। କିନ୍ତୁ ୨୦୨୧ ମସିହାରେ ତାଙ୍କୁ ମୁକ୍ତ କରାଯାଇଥିଲା। ଆଲେକ୍ସ ହେପବର୍ନ ବର୍ତ୍ତମାନ ଅଷ୍ଟ୍ରେଲିଆରେ ରୁହନ୍ତି। ୨୦୧୯ ମସିହାରେ ମଧ୍ୟ କୋର୍ଟ ପୁନଃ ଶୁଣାଣିରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଅଷ୍ଟ୍ରେଲିଆରେ ଜନ୍ମିତ ଆଲେକ୍ସ ହେପବର୍ନ ମଧ୍ୟ ୨୦୧୭ ରେ ଇଂଲଣ୍ଡ କ୍ରିକେଟ୍ ବୋର୍ଡର ନିର୍ଦ୍ଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଏହି ସମୟ ମଧ୍ୟରେ ଆଲେକ୍ସ ହେପବର୍ନ ଏହି ଅଭିଯୋଗର ଉତ୍ତର ଦେଇନଥିଲେ। ତେବେ ବର୍ତ୍ତମାନ ତାଙ୍କୁ ଇଂଲଣ୍ଡ କ୍ରିକେଟ୍ ବୋର୍ଡ ୧୦ ବର୍ଷ ପାଇଁ ବ୍ୟାନ୍ କରିଛି।

ଆଲେକ୍ସ ୨୧ ଡିସେମ୍ବର ୧୯୯୫ ରେ ଜନ୍ମଗ୍ରହଣ କରିଥିଲେ। ସେ ଇଂଲଣ୍ଡ ନେସନାଲ ଟିମ୍ ପାଇଁ ଖେଳିବାର ସୁଯୋଗ ପାଇ ନ ଥିଲେ। ସେ ଇଂଲଣ୍ଡରେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ ମ୍ୟାଚ୍ ଖେଳିଛନ୍ତି। ଲିଷ୍ଟ ଏ ମ୍ୟାଚ୍‌ରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ରେ ସେ ୬ଟି ୱିକେଟ୍ ନେଇଥିଲେ। ସେ ୫ ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି ଓ ଏଥିରେ ମଧ୍ୟ ୬ଟି ୱିକେଟ୍ ନେଇଛନ୍ତି। ସେ ନିଜର ଶେଷ ମ୍ୟାଚ୍ ୨୦୧୭ ମସିହାରେ ଖେଳିଥିଲେ। ସେ ୨୦୧୭ ମସିହାରେ ଡର୍ବିସାୟର୍ ବିପକ୍ଷରେ ଏହି ମ୍ୟାଚ୍ ଖେଳିଥିଲେ। ଏହି ମ୍ୟାଚ୍‌ରେ ସେ ୧୦ ଓଭର ବୋଲିଂ କରି କୌଣସି ୱିକେଟ୍ ନ ନେଇ ୩୬ ରନ୍ ଖର୍ଚ୍ଚ କରିଥିଲେ।

Also Read: ICC ଲାଟେଷ୍ଟ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଋଷଭ ପନ୍ତ କଲେ କମାଲ, କ୍ଷତି ସହିଲେ କୋହଲି ଏବଂ ରୋହିତ