Tuesday Remedies: ବର୍ଷିବ ସଙ୍କଟ ମୋଚନଙ୍କ କୃପା, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ କରନ୍ତୁ ଏହି ସବୁ କାମ
Advertisement

Tuesday Remedies: ବର୍ଷିବ ସଙ୍କଟ ମୋଚନଙ୍କ କୃପା, ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ କରନ୍ତୁ ଏହି ସବୁ କାମ

Tuesday Remedies: ଶାସ୍ତ୍ରରେ ପ୍ରତିଦିନ ଗୋଟିଏ ବା ଅନ୍ୟ ଦେବତାଙ୍କୁ ପୂଜା କରିବାର ରୀତିନୀତି ଉଲ୍ଲେଖ କରାଯାଇଛି। ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ବାରା ଭକ୍ତ ଅନେକ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ । ଧର୍ମଶାସ୍ତ୍ରରେ କୁହାଯାଇଛି ଯେ କୌଣସି ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ସେମାନଙ୍କୁ ସଠିକ୍ ଭାବରେ ପୂଜା କରିବା ଆବଶ୍ୟକ। 

ସୌଜନ୍ୟ : ସୋସିଆଲ ମିଡିଆ

Tuesday Remedies: ଶାସ୍ତ୍ରରେ ପ୍ରତିଦିନ ଗୋଟିଏ ବା ଅନ୍ୟ ଦେବତାଙ୍କୁ ପୂଜା କରିବାର ରୀତିନୀତି ଉଲ୍ଲେଖ କରାଯାଇଛି। ମଙ୍ଗଳବାର ଦିନ ହନୁମାନଙ୍କୁ ପୂଜା କରିବା ଦ୍ବାରା ଭକ୍ତ ଅନେକ ଦୁଃଖ କଷ୍ଟରୁ ମୁକ୍ତି ମିଳିଥାଏ । ଧର୍ମଶାସ୍ତ୍ରରେ କୁହାଯାଇଛି ଯେ କୌଣସି ଦେବତାଙ୍କ ଆଶୀର୍ବାଦ ପାଇବା ପାଇଁ ସେମାନଙ୍କୁ ସଠିକ୍ ଭାବରେ ପୂଜା କରିବା ଆବଶ୍ୟକ। ସଙ୍କଟମୋଚନଙ୍କୁ ପୂଜା କରିବା ସହିତ ଆରତୀ ଓ ମନ୍ତ୍ର ଇତ୍ୟାଦି ଜପ କରିବା ମଧ୍ୟ ଲାଭଦାୟକ ଅଟେ। ଅନ୍ୟପକ୍ଷରେ, ମଙ୍ଗଳବାର ଦିନ ଶାସ୍ତ୍ର ଅନୁସାରେ ଯଦି ଆପଣ ଠିକ୍ ରୀତିନୀତିରେ ହନୁମାନଙ୍କ ପୂଜା କରନ୍ତି। ତେବେ,ଆପଣଙ୍କୁ ବ୍ୟବସାୟ ଏବଂ ଚାକିରିରେ ସଫଳତା ମିଳିଥାଏ । ଏବଂ ଘରେ ସୁଖ ଶାନ୍ତି ବୃଦ୍ଧି ହୋଇଥାଏ । 

ମଙ୍ଗଳବାର ଏହି ପ୍ରତିକାର କରନ୍ତୁ : 

ମଙ୍ଗଳଦୋଷରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି କାମ :

ରାଶିରେ ମଙ୍ଗଳ ଦୋଷ ଥିଲେ ଲୋକଙ୍କ ଉପରେ ଅନେକ କୁପ୍ରଭାବ ପଡିଥାଏ । ଏପରିକି ବିଭିନ୍ନ ଅପ୍ରିତିକର ପରିସ୍ଥିତିର ମଧ୍ୟ ସାମ୍ନା କରିବାକୁ ପଡିଥାଏ। ଯଦି ଆପଣଙ୍କ ରାଶିରେ ମଙ୍ଗଳ ଦୋଷ ରହିଛି ତେବେ, ଆପଣ  ମଙ୍ଗଳବାର ଦିନ ବରଗଛ ତଳେ ବସି ହନୁମାନ ଚଲିସା ପାଠ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ମଙ୍ଗଳ ଦୋଷରୁ ମୁକ୍ତି ପାଇଥାନ୍ତି । ଏବଂ ହନୁମାନଙ୍କ କୃପା ଲାଭ ମଧ୍ୟ କରିପାରିବେ। 

ଘରେ ଅର୍ଥର ଅଭାବ ଦୂର ହେବ :

ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । କି ଯେତେ ଅର୍ଥ ରୋଜଗାର କଲେ ମଧ୍ୟ ସବୁବେଳେ ଅର୍ଥର ଅଭାବ ଘରେ ରହୁଛି । ଆର୍ଥିକ ସଙ୍କଟ ଦୂର କରିବା ଆପଣ ମଙ୍ଗଳବାର ଦିନ ଏକ ସୋରିଶ ତେଲରେ ଦୀପ ଜାଳନ୍ତୁ । ଏବଂ ମଙ୍ଗଳବାର ଶୋଇବା ପୂର୍ବରୁ ହନୁମାନ ଚାଲିସା ପାଠ କରନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ । ଯଦି ଆପଣ ଚାହାଁନ୍ତି, ଏହା ମଧ୍ୟ ନିୟମିତ କରିପାରିବେ । 

ଘରେ ଝଗଡା ନ କରିବା ପାଇଁ କରନ୍ତୁ ଏହି କାମ : 

ଯଦି ଆପଣଙ୍କ ଘରେ ଅଧିକାଂଶ ସମୟରେ ଝଗଡା ବା କଳହ ଲାଗି ରୁହେ।  ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଙ୍ଗଳବାର କିମ୍ବା ଶନିବାର ଦିନ ହନୁମାନଙ୍କୁ ବନାରସୀ ପାଟରେ ତିଆରି ବସ୍ତ୍ର ଚଢାନ୍ତୁ। ଏହି ପ୍ରତିକାର ଦ୍ୱାରା ଘରେ କେବଳ ସୁଖ ଆସେ । ଏବଂ ଝଗଡା କମ୍ ହୋଇଥାଏ । 

ଇଚ୍ଛା ପୂର୍ଣ୍ଣ ହୁଏ :

ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ହେଉଛି ହନୁମାନଙ୍କ ଦିନ। ଏହି ଦିନ ୧୧ ଟି ବରପତ୍ରକୁ ପ୍ରଥମେ ଗଙ୍ଗାଜଳରେ ଧୁଅନ୍ତୁ । ଏହାପରେ ସେହି ବର ପତ୍ରରେ ଚନ୍ଦନରେ ଶ୍ରୀରାମ ଲେଖି ହନୁମାନଙ୍କୁ ପାଖରେ ଚଢାନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଜୀବନରେ ସମସ୍ତ ଇଚ୍ଛା ପୁରଣ ହୋଇଥାଏ। 

(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଜି ଓଡିଶା ଏହାକୁ ନିଶ୍ଚିତ କରେ ନାହିଁ । କେବଳ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏହାକୁ ଅନୁସରଣ କରନ୍ତୁ ।)